ପରପାରିରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ, ଦିଲ୍ଲୀ ଏମ୍ସରେ ତ୍ୟାଗ କଲେ ଶେଷ ନିଶ୍ୱାସ

ପରଲୋକରେ ସୁଷମା ସ୍ୱରାଜ । ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ ହୋଇଛି । ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଆଖି ବୁଜିଛନ୍ତି ଏହି ବରିଷ୍ଠ ବିଜେପି ନେତ୍ରୀ । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଦିଲ୍ଲୀ ସ୍ତିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏକ ୫ ଜଣିଆ ଟିମ ତାଙ୍କୁ ଚିକିତ୍ସା କରୁଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରାତି ୧୦ଟା ୨୦ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।