ଶେଷ ନିଦ୍ରାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜ, ଏକ ସ୍ବର୍ଣ୍ଣିମ ଅଧ୍ୟାୟର ହେଲା ଅନ୍ତ

ନୂଆଦିଲ୍ଲୀ(କେନ୍ୟୁଜ୍) : ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ ହୋଇଛି । ଅସୁସ୍ଥ ହେବାରୁ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଦେହାନ୍ତ ହୋଇଛି । ୬୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁଷମା ସ୍ୱରାଜ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସୁଷମାଙ୍କୁ ଗତକାଲି ରାତିରେ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ରାତି ପାଖାପାଖି ୧୨ଟା ୩୦ରେ ମରଶରୀରକୁ ତାଙ୍କ ବାସଭବନକୁ ଅଣାଯାଇଥିଲା । ଆଜି ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ଜନ୍ତର ମନ୍ତରସ୍ଥିତ ତାଙ୍କ ଘରେ ଶେଷ ଦର୍ଶନ କରାଯାଇପାରିବ । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୮ଟାରେ ସୁଷମାଙ୍କୁ ଶେଷ ଦର୍ଶନ କରିବା ପାଇଁ ତାଙ୍କ ବାସଭବନକୁ ଯିବେ । ୧୨ଟାରୁ ୩ଟା ପର୍ଯ୍ୟନ୍ତ ବିଜେପି କାର୍ଯ୍ୟାଳୟରେ ସୁଷମା ସ୍ୱରାଜଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ରଖାଯିବ । ଅପରାହ୍ନ ୩ଟା ପରେ ସୁଷମା ସ୍ୱରାଜଙ୍କ ଶେଷକୃତ୍ୟ କରାଯିବ ।

ସୁଷମା ସ୍ୱରାଜଙ୍କ ଦେହାନ୍ତରେ ଶୋକ ପ୍ରକାଶ:

ସୁଷମା ସ୍ୱରାଜଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଟ୍ଵିଟ୍‌ କରି କହିଛନ୍ତି, ଦେଶ ଏକ ଭଲ ନେତାକୁ ହରାଇଛି । ସାର୍ବଜନୀନ ଜୀବନରେ ସେ ସାହସ, ଗରିମା ଓ ପରାକାଷ୍ଠା ଦେଖାଇଛନ୍ତି । ଅନ୍ୟକୁ ସାହାଯ୍ୟ କରିବା ପାଇଁ ସେ ସବୁବେଳେ ପ୍ରସ୍ତୁତ ଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଟ୍ଵିଟ୍‌ କରି କହିଛନ୍ତି, ଭାରତୀୟ ରାଜନୀତିର ଏକ ଭଲ ଅଧ୍ୟାୟ ଶେଷ ହୋଇଛି । ସୁଷମା ତାଙ୍କ ଜୀବନ ସେବା ଓ ଗରିବଙ୍କ ପାଇଁ ସମର୍ପିତ କରିଥିଲେ । ମୋଦି କହିଛନ୍ତ, ସୁଷମା କୋଟି କୋଟି ଲୋକଙ୍କ ପ୍ରେରଣାର ଉତ୍ସ ଥିଲେ ।ସେହିପରି ଉପରାଷ୍ଟ୍ରପତି ଟ୍ଵିଟ୍‌ କରି କହିଛନ୍ତି, ସୁଷମାଙ୍କ ହଠାତ୍‌ ବିୟୋଗରେ ମର୍ମାହତ । ତାଙ୍କ ମୃତ୍ୟୁ ଦେଶ ପାଇଁ ଓ ବ୍ୟକ୍ତିଗତ ଭାବେ ବଡ଼ କ୍ଷତି ।ଗୃହମନ୍ତ୍ରୀ ଅମିତ ଶାହ ଟ୍ଵିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି, ସାତ ଥର ଲୋକସଭା ଓ ୩ ଥର ବିଧାନସଭା ସଦସ୍ୟ ହୋଇଥିଲେ ସୁଷମା । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବିଭିନ୍ନ ଦାୟତ୍ୱ ତୁଲାଇଥିଲେ । ଆଜି ତାଙ୍କ ରୂପରେ ଜଣେ ବିରଳ ଓ ସରଳ ନେତ୍ରୀଙ୍କୁ ହରାଇଲୁ ବୋଲି କହିଛନ୍ତି ଅମିତ ଶାହ ।

ସେହିପରି ସୁଷମା ସ୍ୱରାଜଙ୍କ ବିୟୋଗରେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର । ବୈଦେଶିକ ମନ୍ତ୍ରାଳୟ ମଧ୍ୟ ଶୋକ ପାଳୁଛି ବୋଲି କହିଛନ୍ତି ଜୟଶଙ୍କର । ସୁଷମାଙ୍କ ମୃତ୍ୟୁ ଖବର ମୋତେ ଚକିତ କରିଛି ବୋଲି କହିଛନ୍ତି ରାହୁଲ ଗାନ୍ଧି । ସେ ଜଣେ ଅସାଧାରଣ ନେତ୍ରୀ, ପ୍ରତିଭାବାନ ବକ୍ତା ଏବଂ ଅସାଧାରଣ ପାର୍ଲାମେଣ୍ଟାରିଆନ୍‌ ଥିଲେ । ସୁଷମାଙ୍କର ସବୁ ଦଳରେ ବନ୍ଧୁ ଥିଲେ ବୋଲି କହିଛନ୍ତି ରାହୁଲ ଗାନ୍ଧି । ସାଂସଦ ତଥା କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ମଧ୍ୟ ସୁଷମାଙ୍କ ପରଲୋକରେ ଗଭୀର ଶୋକ ପ୍ରକଶ କରିଛନ୍ତି।

ଶେଷ ନିଶ୍ୱାସ ତ୍ୟାଗ କରିବାର କିଛି ଘଣ୍ଟା ପୂର୍ବରୁ ଟ୍ଵିଟ୍‌ କରିଥିଲେ ସୁଷମା :

ଶେଷ ନିଶ୍ୱାସ ତ୍ୟାଗ କରିବାର କିଛି ଘଣ୍ଟା ପୂର୍ବରୁ ଟ୍ଵିଟ୍‌ କରିଥିଲେ ସୁଷମା ସ୍ୱରାଜ । ଜମ୍ମୁକଶ୍ମୀର ପୁନଃଗଠନ ବିଲ୍‌ ରାଜ୍ୟସଭା ଓ ଲୋକସଭାରେ ପାସ୍‌ ହେବା ପରେ ଟ୍ଵିଟ୍‌ କରି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଦିନକୁ ଦେଖିବା ପାଇଁ ସାରା ଜୀବନ ଅପେକ୍ଷା କରିଥିଲି ବୋଲି ଟ୍ଵିଟ୍‌ କରି କହିଥିଲେ ସୁଷମା ସ୍ୱରାଜ ।

 

 

KNews Bureau

Recent Posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି…

30 mins ago

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

8 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

12 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

12 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

13 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

13 hours ago