ଦେଶ ବିଦେଶ

ICICI ବ୍ୟାଙ୍କର ପୂର୍ବ ସିଇଓ ଚନ୍ଦା କୋଚରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍‌, ପଦର ଦୁରୁପଯୋଗ କରି ହୋଇଥିଲେ ଗିରଫ

ଆଇସିଆଇସିଆଇ ବ୍ୟାଙ୍କର ପୂର୍ବ ସିଇଓ ଚନ୍ଦା କୋଚରଙ୍କୁ ମିଳିଲା ଜାମିନ୍‌। ଚନ୍ଦା କୋଚରଙ୍କୁ ପ୍ରୋବେସନ୍‌ ଅଫ୍‌ ମନି ଲଣ୍ଡଣ୍ଡ୍ରିଂ ଆକ୍ଟ(ପିଏମ୍‌ଏଲ୍‌ଏ)ର ସ୍ୱତନ୍ତ୍ର କୋର୍ଟ ୫ ଲକ୍ଷ ଟଙ୍କା ବଣ୍ଡରେ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କୁ ତୁରନ୍ତ ପାସପୋର୍ଟ ସରେଣ୍ଡର କରିବାକୁ ଓ କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋର୍ଟ କୋଚରଙ୍କୁ ଇଡିକୁ ରିପୋର୍ଟ କରିବାକୁ ଓ ଟ୍ରାଏଲ ତାରିଖକୁ ଆଟେଣ୍ଡ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି, ଆବେଦନକାରୀ ଚନ୍ଦା କୋଚର ଅଭିଯୋଗକାରୀ, ପ୍ରତ୍ୟକ୍ଷଦର୍ଶୀ କିମ୍ବା ମାମଲା ସମ୍ବନ୍ଧିତ କୌଣସି ବ୍ୟକ୍ତିଙ୍କୁ ପ୍ରଭାବିତ କରିବା କିମ୍ବା ତାଙ୍କ ସହ ଯୋଗାଯୋଗ କରିବାକୁ କିମ୍ବା ପ୍ରମାଣକୁ ନଷ୍ଟ କରିବାକୁ ଚେଷ୍ଟା କରିବେ ନାହିଁ। ଜାମିନ୍‌ ପାଇବା ପରେ ହିଁ ସେ ନିଜ ରେସିଡେନ୍ସ, ଲ୍ୟାଣ୍ଡଲାଇନ୍‌ ଓ ମୋବାଇଲ ଫୋନ୍‌ ନମ୍ବର ସହ ଇ-ମେଲ ଆଡ୍ରେସ୍‌ର ବି ସୂଚନା ଦେବେ।

ପ୍ରକାଶ ଯେ ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚର ସେପ୍ଟେମ୍ବରରୁ କଷ୍ଟଡିରେ ଅଛନ୍ତି ଓ ତାଙ୍କୁ ଶୁକ୍ରବାର କୋର୍ଟରେ ଉପସ୍ଥାପନ କରାଯିବ। ସୂଚନାଯୋଗ୍ୟ ଯେ ନିଜ ପଦର ଦୁରୁପଯୋଗ କରି ଚନ୍ଦା କୋଚର ଭିଡିଓକନ୍‌ ଗ୍ରୁପ୍‌କୁ ଲୋନ୍‌ ଦେଇଥିଲେ। ଏହି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଆଜି ତାଙ୍କୁ ସ୍ୱତନ୍ତ୍ର କୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି।

WCW 11

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

3 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

17 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

32 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

42 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

53 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago