ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କୃଷ୍ଣସ୍ବାମୀ କସ୍ତୁରୀରଙ୍ଗନଙ୍କ ପରଲୋକ, ରବିବାର ହେବ ଅନ୍ତିମ ସଂସ୍କାର

ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କୃଷ୍ଣସ୍ବାମୀ କସ୍ତୁରୀରଙ୍ଗନଙ୍କ ପରଲୋକ ହୋଇଛି । ବେଙ୍ଗାଲୁରୁ ସ୍ଥିତ ତାଙ୍କ ଘରେ ୮୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ସକାଳେ ୧୦ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ରବିବାର ଦିନ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ତାଙ୍କ ମୃତଦେହକୁ ରମନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ପାଇଁ ରଖାଯିବ ।
କସ୍ତୁରୀରଙ୍ଗନ ଦୀର୍ଘ ସମୟ ଧରି ଇସ୍ରୋ ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ । ୧୦ ବର୍ଷ ଯାଏଁ ଇସ୍ରୋର ଚେୟାରମ୍ୟାନ ଥିଲେ । ଏହାଛଡା ସରକାରୀ ନୀତିର ଫର୍ମୁଲେସନରେ ମଧ୍ୟ ଯୋଗଦାନ ଥିଲା । ୨୦୦୩, ଅଗଷ୍ଟ ୨୭ରେ ଅବସର ପରେ ଡିଆରଡିଓର ଅନ୍ତରୀକ୍ଷ ଆୟୋଗର ଅଧ୍ୟକ୍ଷ ଏବଂ ସଚିବ ଭାବେ ୯ ବର୍ଷ ଯାଏଁ କାମ କରିଥିଲେ ।
Also Read : ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଗୃହ ମନ୍ତ୍ରୀ ଅମିତ ଶାହ, ପାକିସ୍ତାନୀଙ୍କୁ ଖୋଜି ଖୋଜି ତୁରନ୍ତ ବିଦା…