ବିଜେପିରେ ଯୋଗ ଦେଲେ ଝାଡଖଣ୍ଡର ପୁର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସରେନ୍

ରାଞ୍ଚି : ପଦ୍ମ ଧରିଲେ ଚମ୍ପାଇ ସରେନ୍ । ଆଜି ବିଜେପିରେ ଯୋଗ ଦେଲେ ଝାଡଖଣ୍ଡର ପୁର୍ବତନ ମୁଖ୍ୟମନ୍ତ୍ରୀ ।ରାଞ୍ଚିରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶିବରାଜ ସିଂ ଚୌହାନ ,ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଝାଡଖଣ୍ଡ ବିଜେପି ସଭାପତି ବାବୁଲାଲ ମାରାଣ୍ଡିଙ୍କ ଉପସ୍ଥିତିରେ ଚମ୍ପାଇ ସରେନ ପଦ୍ମ ଧରିଛନ୍ତି । ଏହି ଆଦିବାସୀ ନେତା ବିଜେପିରେ ଯୋଗ ଦେବା ଯୋଗୁଁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ବଡ ସଫଳତା ବୋଲି ମନେ କରାଯାଇଛି । ପାର୍ଟି ଛାଡିବା ଅବସରରେ ଚମ୍ପାଇ ସୋରେନ କହିଛନ୍ତି କି ରାଜ୍ୟ ସରକାରଙ୍କ ବର୍ତମାନ କାର୍ଯ୍ୟଶୌଳୀ ଓ ନୀତି ତାଙ୍କୁ ପାର୍ଟି ଛାଡିବାକୁ ବାଧ୍ୟ କରିଛି ।
ଝାରଖଣ୍ଡ ରାଜ୍ୟ ଲାଗି ୧୯୯୦ ମସିହାରେ ଟମ୍ପାଇ ସୋରେନଙ୍କ ଯୋଗଦାନ ପାଇଁ ତାଙ୍କୁ ଝାଡଖଣ୍ଡ ଟାଇଗର ବୋଲି କୁହାଯାଏ । ୨୦୦୦ ମସିହାରେ ଦକ୍ଷିଣ ବିହାରରୁ ଅଲଗା କରି ନୂତନ ରାଜ୍ୟର ମାନ୍ୟତା ଦିଆଯାଇଥିଲା ।
ଚମ୍ପାଇ ସୋରେନ ଚଳିତ ବର୍ଷ ଫେବୃଆରୀ ୨ ତାରିଖରେ ଝାଡଖଣ୍ଡ ଦ୍ୱାଦଶତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଗତ ଜୁଲାଇ ୩ ତାରିଖରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ । ଜେଏମଏମ ରେ ଜୁଲାଇ ୪ ତାରିଖରେ ସେ ମୁଖ୍ୟମନ୍ତ୍ରୀ ବାବେ ଶପଥ ନେଇଥିଲେ । ହେମନ୍ତ ସୋରେନ ଙ୍କ ବ୍ୟବହାର ତାଙ୍କୁ ଆଦୌ ଭଲ ଲାଗିନଥିଲା ।