ଗିରଫ ହୋଇ ପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ ଏବଂ ଝିଅ ମରିୟମ୍ ନଓ୍ଵାଜ୍

ନୂଆଦିଲ୍ଲୀ : ଆଜି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ ବ୍ରିଟେନ୍ରୁ ଇସଲାମାବାଦ ଫେରୁଛନ୍ତି। ଏଣୁ ସେ ଆଜି ଗିରଫ ହୋଇପାରନ୍ତି ନେଇ ଚର୍ଚ୍ଚା ଯୋର ଧରିଛି। ତାଙ୍କ ସହ ଝିଅ ମରିୟମ୍ ନଓ୍ଵାଜ୍ ବି ଗିରଫ ହେବେ। ବିମାନବନ୍ଦରରୁ ଦୁହିଁଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛି ପାକିସ୍ତାନର ନ୍ୟାସନାଲ୍ ଆକାଉଣ୍ଟେବିଲିଟି ବ୍ୟୁରୋ ବା ଏନବିଏ।

ରାଓ୍ଵଲପିଣ୍ଡିର ଅଦିଆଲା ଜେଲରେ ରହିବେ ନଓ୍ଵାଜ ସରିଫ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଓ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସରିଫ୍। ଏହି ମାମଲାରେ ନଓ୍ଵାଜ ସରିଫଙ୍କୁ ୧୦ ବର୍ଷ ଓ ଝିଅ ମରିୟମକୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଇସଲାମାବାଦର ଏକ ଦୁର୍ନୀତି ନିବାରଣ କୋର୍ଟ । ନଓ୍ଵାଜ ଓ ତାଙ୍କ ଝିଅ ଏବେ ଲଣ୍ଡନରେ ଅଛନ୍ତି ।

Leave A Reply

Your email address will not be published.