ପରଲୋକରେ ମନମୋହନ ସିଂହ: ଆସନ୍ତାକାଲି ହେବ ଶେଷକୃତ୍ୟ, ୭ ଦିନିଆ ଶୋକ ଘୋଷଣା
ନୂଆଦିଲ୍ଲୀ: ସାରା ଦେଶରେ ଶୋକର ଛାୟା । ଆଉ ନାହାନ୍ତି ଉଦାରୀକରଣ ଅର୍ଥନୀତିର ସ୍ଥପତି । ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତକାଲି ୯୨ ବର୍ଷ ବୟସରରେ ତାଙ୍କର ପରଲୋକ ହୋଇଛି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବରିଷ୍ଠ ରାଜନେତା ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି । ଦିଲ୍ଲୀ ଏମ୍ସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପାଇଁ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ ।
ଆଜି ପୂର୍ବାହ୍ନ ୧୧ଟାରେ କ୍ୟାବିନେଟ ବୈଠକ ପରେ ୭ ଦିନିଆ ଶୋକ ଘୋଷଣା ହୋଇପାରେ । ସେହିପରି ଆଜି ପାଇଁ ଥିବା ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। କଂଗ୍ରେସ ଦଳ ୭ ଦିନ ପର୍ଯ୍ୟନ୍ତ ଶୋକ ପାଳନ କରିବ । ୭ ଦିନ ପର୍ଯ୍ୟନ୍ତ ସମସ୍ତ ଦଳୀୟ କାର୍ଯ୍ୟକ୍ରମକୁ ବାତିଲ କରିଛି କଂଗ୍ରେସ । ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ । ଦିଲ୍ଲୀ ଏମ୍ସରେ ପରଲୋକ ପରେ ମର ଶରୀରକୁ ତାଙ୍କ ବାସଭାବନକୁ ଅଣାଯାଇଛି । ଉଦାରୀକରଣ ଅର୍ଥନୀତିର ବିନ୍ଧାଣୀ ମନମୋହନ ସିଂହ ଦୁଇ ଥର ପ୍ରଧାନ ମନ୍ତ୍ରୀ ଥିଲେ । ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ୧୦ ବର୍ଷ ଧରି ୟୁପିଏ ସରକାର ଅମଳରେ ସେ ପ୍ରଧାନମନ୍ତ୍ରୀ ଥିଲେ ।
ଚଳିତ ବର୍ଷ ସେ ରାଜ୍ୟସଭାରୁ ଅବସର ନେଇଥିଲେ । ଆମେରିକା ସହ ଆଣବିକ ଚୁକ୍ତି କରି ସେ ଚର୍ଚ୍ଚାରେ ଥିଲେ । ମନରେଗା, ସୂଚନା ଅଧିକାରୀ ଓ ଖାଦ୍ୟ ସୁରକ୍ଷା ଆଇନର ପ୍ରଣେତା ଥିଲେ ମନମୋହନ ସିଂହ । ନିରବନେତୃତ୍ବର ପରିଭାଷା ଥିଲେ ମନମୋହ । ୧୯୯୧ ଅର୍ଥନୀତି ସଂସ୍କାରର ସେ ଥିଲେ ସ୍ଥପତି । ଭାରତୀୟ ଅର୍ଥନୀତିରେ ସେ ଛାପ ଛାଡ଼ି ଯାଇଛନ୍ତି । ଡକ୍ଟର ମନମୋହନ ସିଂହ କେବଳ ଦେଶର ପ୍ରଧାନମନ୍ତ୍ରୀ ନଥିଲେ । ସେ ବହୁ ସରକାରୀ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି । ଚିଫ୍ ଇକୋନୋମିକ୍ ଆଡଭାଇଜର ଥିଲେ ମନମୋହନ । ଆରବିଆଇ ଗଭର୍ଣ୍ଣର ଥିଲେ । ପ୍ଲାନିଂ କମିଶନ ମୁଖ୍ୟ ଥିଲେ ମନମୋହନ ସିଂହ।