ଏକାନ୍ତ ଜୀବନ ବିତାଉଛନ୍ତି ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି, ଫ୍ଲୋରିଡାର ରେଷ୍ଟୁରାଣ୍ଟରେ ଏକାକୀ ଖାଉଥିବାର ଦେଖାଗଲେ ବୋଲ୍ସୋନାରୋ

ଫ୍ଲୋରିଡା : କଥାରେ ଅଛି ‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକିର’ । ଏହି ଉକ୍ତିଟି ଏଠାରେ ବ୍ରାଜିଲ ପୂର୍ବତନ ରାଷ୍ଟ୍ରପତିଙ୍କ ପାଇଁ ବେଶ ପ୍ରଜୁଯ୍ୟ । ଲାଟିନ ଆମେରିକାର ଏକ ସବୁଠୁ ବଡ଼ ଦେଶର ୨୧୪ ମିଲିୟନ ଲୋକଙ୍କ ଅଧ୍ୟକ୍ଷତା କରିଥିବା ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲ୍ସୋନାରୋ ଏବେ ବିତାଉଛନ୍ତି ଏକାକୀ ଜୀବନ । ନିକଟରେ ସେ ଏକ ଫାଷ୍ଟଫୁଡ ଦୋକାନରେ ଏକା ବସି ଖାଉଥିବାର ଦେଖାଯାଇଛନ୍ତି ।

ବ୍ରାଜିଲରେ ବାମପନ୍ଥୀ ନେତା ଲୁଇଜ ଇନାସିୟୋ ଲୁଲା ଡା ସିଲଭାଙ୍କୁ ରାଷ୍ଟ୍ରପତି ହେବାକୁ ପୂର୍ବ ରାଷ୍ଟ୍ରପତି ଜାୟର ବୋଲସୋନାରୋ ଓ ତାଙ୍କର ସମର୍ଥକଙ୍କୁ ପସନ୍ଦ ନଥିଲା । ଏହା ପରେ ସେହି ଲୋକମାନେ ଦଙ୍ଗା ଆରମ୍ଭ କରିଦେଇଥିଲେ । ଜାନୁଆରୀରେ ହୋଇଥିବା ଏହି ଦଙ୍ଗା ପାଇଁ ଜାୟରଙ୍କୁ ଦୋଷୀ ଭାବେ ମନାଯାଇଥିଲା ।

ଏବେ ୬୭ ବର୍ଷୀୟ ଜାୟର ଆମେରିକା ଫ୍ଲୋରିଡାର ଏକ ଛୋଟ ସହରରେ ରହୁଛନ୍ତି । ପୂର୍ବ ଆମେରିିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାର୍ଯ୍ୟାକାଳରେ ଏକ ଭବ୍ୟ ରାଷ୍ଟ୍ରପତି ମହଲରେ ରହୁଥିବା ଜାୟର ଏବେ ଡିଜ୍ନି ଓ୍ଵାର୍ଲ୍ଡ ରିିସୋର୍ଟ ପାଖରେ ଏକ ଛୋଟ ଜନବସତି ମଧ୍ୟରେ ସାଧାରଣ ଜୀବନ ବିତାଉଛନ୍ତି ।

ଏବେ ସେ ବ୍ରାଜିଲର ପୂର୍ବ ମାର୍ସଲ ଆର୍ଟ ଚମ୍ପିଆନ୍‌ ଜୋସ୍‌ ଓରଲେଣ୍ଡୋଙ୍କ ଘରେ ରହୁଛନ୍ତି । ନିଜେ ରାସନ କିଣିବା ପାଇଁ ଯାଉଥିବା ବେଳେ ରେଷ୍ଟୁରାଣ୍ଟରେ ଏକା ଖାଉଥିବାର ଦେଖାଯାଉଛନ୍ତି । ଏକଦା ଭବ୍ୟ ରାଷ୍ଟ୍ରପତି ଭବନରେ ରହୁଥିବା ଜାୟର ଏବେ ନିଃସଙ୍ଗ ଜୀବନ ବିତାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.