କ୍ୟାନ୍‌ସରରେ ରାଜସ୍ଥାନର ପୂର୍ବ ମୁଖ୍ୟମନ୍ତ୍ରୀ ମହିପାଲ ମଦେରଣାଙ୍କ ପରଲୋକ, ନର୍ସଙ୍କ ହତ୍ୟାକାଣ୍ଡର ଥିଲେ ମୁଖ୍ୟ ଅଭିଯୁକ୍ତ

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ମହିପାଲ ମଦେରଣାଙ୍କର ରବିବାର ପରଲୋକ ହୋଇଛି। ମହିପାଲ ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ। ବର୍ଷ ବର୍ଷ ଧରି ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ଆଜି ତାଙ୍କ ମୃତ୍ୟୁ ଘଟିଛି। ସେ ଚର୍ଚ୍ଚିତ ଭମ୍ବରୀ ଦେବୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ। ନର୍ସ ଭମ୍ବରୀଦେବୀ ଅପହରଣ ଓ ହତ୍ୟା ମାମଲାରେ ମଦେରଣା ନିକଟରେ ଜାମିନ୍‌ରେ ବାହାରକୁ ଆସିଥିଲେ। ତାଙ୍କର କ୍ୟାନ୍‌ସର ଚିକିତ୍ସା ଚାଲିଥିଲା। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସମେତ ଅନ୍ୟ ନେତାମାନେ ମହିପାଲଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। ମହିପାଲଙ୍କ ଅନ୍ତିମ ସଂସ୍କାର ତାଙ୍କ ପୈତୃକ ଗାଁ ଯୋଧପୁରର ଚାଡ଼ିରେ ସମ୍ପନ୍ନ ହେବ।

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଗେହଲଟ୍‌ ଶୋକ ବ୍ୟକ୍ତ କରିବା ଅବସରରେ ଟ୍ଵିଟ୍‌ କରି କହିଛନ୍ତି, ‘ପୂର୍ବ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମହିପାଲ ମଦେରଣାଙ୍କ ନିଧନରେ ମୁଁ ଗଭୀର ଶୋକବ୍ୟକ୍ତ କରୁଛି। ଶୋକାକୁଳ ପରିବାରକୁ ଏହି ସମୟରେ ଶକ୍ତି ଦେବାକୁ ଭଗବାନଙ୍କୁ ପ୍ରାର୍ଥନା କରୁଛି। ଦିବଂଗତ ଆତ୍ମାକୁ ଭଗବାନ ଶାନ୍ତି ପ୍ରଦାନ କରନ୍ତୁ’।

ସୂଚନାଯୋଗ୍ୟ ଯେ ଭମ୍ବରଦେବୀ ଯୋଧପୁରରେ ସରକାରୀ ନର୍ସ ଥିଲେ। ମହିପାଲ ଓ ପୂର୍ବ ବିଧାୟକ ମଲଖାନ୍‌ ସିଂହଙ୍କର ତାଙ୍କ ସହ ଅବୈଧ ସମ୍ପର୍କ ଥିଲା ବୋଲି କୁହାଯାଏ। ୨୦୧୧ ମସିହାରେ ଭମ୍ବରୀ ଦେବୀଙ୍କୁ ଅପରହଣ କରିବା ପରେ ହତ୍ୟା କରାଯାଇଥିଲା। ସିବିଆଇ ତଦନ୍ତ ପରେ ମହିପାଲଙ୍କୁ ଗିରଫ କରାଯାଇଥିଲା ଓ ଦୀର୍ଘ ଦିନ ଧରି ଜେଲରେ ରହିବା ପରେ କ୍ୟାନସରର ଚିକିତ୍ସା ପାଇଁ ସେ ଜାମିନ୍‌ରେ ବାହାରକୁ ଆସିଥିଲେ। ତାଙ୍କ ଝିଅ ଦିବ୍ୟା ମଦେରଣା ଏବେ ଓସିୟା ସିଟ୍‌ରୁ ବିଧାୟକ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.