କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପୂର୍ବତନ ର’ ମୁଖ୍ୟ ଆଲୋକ ଯୋଶୀ ହେଲେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ ଅଧ୍ୟକ୍ଷ

ପାକିସ୍ତାନ ସହ ଉତ୍ତେଜନା ମଧ୍ୟରେ କେନ୍ଦ୍ର ସରକାର ନେଇଛନ୍ତି ବଡ ନିଷ୍ପତ୍ତି । ପୁନର୍ଗଠନ ହେଲା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ବୋର୍ଡ (NSAB) । ପୂର୍ବତନ ର’ ମୁଖ୍ୟ ଆଲୋକ ଯୋଶୀଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ଏହି ବୋର୍ଡରେ ଅନୁଭବୀ ସୈନ୍ୟ ଓ ସୁରକ୍ଷା ଅଧିକାରୀ ସାମିଲ ଅଛନ୍ତି । ସାତ ସଦସ୍ୟ ବିଶିଷ୍ଟ ବୋର୍ଡରେ ସେନା, ବାୟୁ ସେନା, ନୌସେନା,ପୋଲିସ, ପୂର୍ବତନ ବିଦେଶ ସେବା ଅଧିକାରୀ ଆଦି ସାମିଲ ରହିଛନ୍ତି ।

ଏୟାର ମାର୍ଶଲ ପିଏମ ସିହ୍ନା ,ଲେଫ୍ଟନାଣ୍ଟ ଜେନେରାଲ ଏ କେ ସିଂ,ଆଡମିରାଲ ମଣ୍ଟି ଖନା , ରାଜୀବ ରଞ୍ଜନ ବର୍ମା ,ମନମୋହନ ସିଂ ପୂର୍ବତନ ଆଇଏଫଏସ ଅଧିକାରୀ ଭେଙ୍କଟେଶ ବର୍ମା ଆଦି ସଦସ୍ୟ ଅଛନ୍ତି । ଭାରତର ରାଷ୍ଟ୍ରୀୟ ସୁରକ୍ଷା ନୀତି ନିର୍ମାଣରେ ପରାମର୍ଶଦାତା ରୂପେ ଏହି ବୋର୍ଡ କାର୍ଯ୍ୟ କରିବ । ଭାରତର ସୁରକ୍ଷା ନେଇ ରଣନୀତି ପ୍ରସ୍ତୁତ କରିବ ଏହି ବୋର୍ଡ ।

ଆଲୋକ ଯୋଶୀଙ୍କର ଜାତୀୟ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ରହିଛି । ସେ ୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ RAW ର ମୁଖ୍ୟ ଏବଂ ୨୦୧୫ ରୁ ୨୦୧୮ ପର୍ଯ୍ୟନ୍ତ NTRO ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ଯୋଶୀ ପଡ଼ୋଶୀ ଦେଶ, ବିଶେଷକରି ନେପାଳ, ପାକିସ୍ତାନରେ ଗୁଇନ୍ଦା ଅଭିଯାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ୱରେ ତାଙ୍କର ନିଯୁକ୍ତିକୁ ଏକ ରଣନୈତିକ ପଦକ୍ଷେପ ଭାବରେ ଦେଖାଯାଉଛି ।

Also Read : ପ୍ରଧାନମନ୍ତ୍ରୀ ମୋଦି କଲେ ଘୋଷଣା : ସ୍ବାଧୀନ ଭାବେ ସେନା ନିଜର ନିଷ୍ପତ୍ତି ନେଉ