ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ହେଲେ ଶକ୍ତିକାନ୍ତ ଦାସ, ପିକେ ମିଶ୍ରଙ୍କ ସହିତ ଦ୍ବିତୀୟ ପ୍ରମୁଖ ସଚିବ ଦାୟିତ୍ବ ତୁଲାଇବେ

ଆରବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ଦାୟିତ୍ବ ଦେଇଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ବଡ଼ ଦାୟିତ୍ବ ମିଳିଛି । ଆରବିଆଇରେ ଗଭର୍ଣ୍ଣର ଭାବେ ୬ ବର୍ଷ କାମ କରିବା ପରେ ଅବସର ନେଇଥିଲେ । ଗତ କିଛି ମାସ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କରୁ ଗଭର୍ଣ୍ଣର ଭାବେ ଅବସର ନେଇଥିବା ଶକ୍ତିକାନ୍ତ ଦାସଙ୍କୁ ପ୍ରମୁଖ ସଚିବ ପଦବୀ ମିଳିଛି । ସେ ପିକେ ମିଶ୍ରଙ୍କ ସହିତ ଦ୍ବିତୀୟ ପ୍ରମୁଖ ସଚିବ ଦାୟିତ୍ବ ତୁଲାଇବେ ।

ଡିପାର୍ଟମେଣ୍ଟ ଅଫ ପର୍ସନାଲ ଟ୍ରେନିଂ ତରଫରୁ ଏକ ନୋଟିସ ଜାରି ହୋଇଛି । ଏହି ନୋଟିସରେ ଶକ୍ତିକାନ୍ତ ଦାସଙ୍କୁ ପ୍ରମୁଖ ସଚିବ ଭାବେ ଦାୟିତ୍ବ ମିଳିଛି ।

୧୯୮୦ମସିହାରେ ଶକ୍ତିକାନ୍ତ ତାମିଲନାଡୁ କ୍ୟାଡ଼ରରୁ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ୨୦୧୪ରୁ ୨୦୧୫ କେନ୍ଦ୍ର ରାଜସ୍ୱ ବିଭାଗ ସଚିବ ଏବଂ ୨୦୧୬ରୁ ୨୦୧୭ ପର୍ଯ୍ୟନ୍ତ ଅର୍ଥନୀତି ବ୍ୟାପାର ସଚିବ ଥିଲେ । ତାମିଲନାଡୁ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସଚିବ ଭାବରେ କାର୍ଯ୍ୟ କରି ସେ ୨୦୧୭ ମେ ୨୮ତାରିଖରେ ସେବାନିବୃତ ହୋଇଥିଲେ । ଅବସର ପରେ, ଭାରତ ସରକାର ତାଙ୍କୁ ପଞ୍ଚଦଶ ଅର୍ଥ ଆୟୋଗର ସଚିବ ଭାବରେ ନିଯୁକ୍ତି ଦେଇଥିଲେ । ସେ ସେଣ୍ଟ୍‌ ଷ୍ଟିଫେନ୍‌ କଲେଜ୍‌, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

Also Read : ମହାକୁମ୍ଭରେ ମହାଶିବରାତ୍ରୀ ବୁଡ଼ ପାଇଁ ଜମିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼, ବିମାନ ଟିକେଟ ଆକାଶଛୁଆଁ