ଆରଏଲଡି ଅଧ୍ୟକ୍ଷ ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ଅଜିତ ସିଂଙ୍କ କରୋନାରେ ନିଧନ

ନୂଆଦିଲ୍ଲୀ: ଆରଏଲଡି ଅଧ୍ୟକ୍ଷ ଓ ପୂର୍ବ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ଅଜିତ ସିଂଙ୍କ ନିଧନ। କରୋନା ସଂକ୍ରମଣରେ ଗୁରୁତର ହୋଇ ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ। ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା।

ଗତ ଦୁଇ ଦିନ ଧରି ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ୨୨ ଏପ୍ରିଲରେ ସେ କରୋନା ସଂକ୍ରମିତ ହୋଇଥିଲେ। ଚୌଧୁରୀ ଅଜିତ ସିଂ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ପୁଅ। ସେ ଉତ୍ତରପ୍ରଦେଶର ବାଗପତ ଲୋକସଭା ଆସନରୁ ସାତଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେ କେନ୍ଦ୍ରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମଧ୍ୟ ଥିଲେ। ତାଙ୍କ ମୃତ୍ୟୁ ପରେ ସମଗ୍ର ଉତ୍ତରପ୍ରଦେଶରେ ଶୋକର ଲହରି ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.