୨୨ ମାସ ପରେ ଟ୍ଵିଟରକୁ ଫେରିଲେ ଡୋନାଲଡ ଟ୍ରମ୍ପ, ଆକାଉଣ୍ଟ ରିଷ୍ଟୋର କଲେ ଏଲନ ମସ୍କ

ଆମେରିକା: ଟ୍ରମ୍ପ ଇଜ୍‌ ବ୍ୟାକ୍‌ । ୨୨ ମାସ ପରେ ପୁଣି ଟ୍ଵିିଟରକୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ତାଙ୍କ ଟ୍ଵିଟର ଆକାଉଣ୍ଟକୁ ରିଷ୍ଟୋର କରିଛନ୍ତି ଟ୍ଵିଟରର ନୂଆ ମାଲିକ ଏଲନ ମସ୍କ । ଟ୍ଵିଟ୍‌ ମାଧ୍ୟମରେ ଏନେଇ ଘୋଷଣା କରିଛନ୍ତି। ଟ୍ଵିଟର ଦାୟିତ୍ୱ ଗ୍ରହଣ କରିବା ପରେ ମସ୍କ ଟ୍ରମ୍ପଙ୍କ ଆକାଉଣ୍ଟରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି। ଟ୍ରମ୍ପଙ୍କ ଆକାଉଣ୍ଟକୁ ଟ୍ଵିଟରକୁ ଫେରାଯିବ କି ନାହିଁ ଏନେଇ ପୋଲ ପୋଷ୍ଟରେ ୟୁଜର୍ସଙ୍କୁ ମତାମତ ମାଗିଥିଲେ।

୫୨ ପ୍ରତିଶତ ଟ୍ରମ୍ପଙ୍କ ସପକ୍ଷରେ ଭୋଟ ଦେଇଥିବାବେଳେ ୪୮ପ୍ରତିଶତ ବିପକ୍ଷରେ ଦେଇଥିଲେ। ଏହାପରେ ମସ୍କ ଟ୍ଵିଟରରେ ଲେଖିଥିଲେ ଜନତା ନିଜର ଉତ୍ତର ଦେଇ ଦେଇଛନ୍ତି। ତେଣୁ ପୁଣି ଥରେ ଟ୍ଵିଟରକୁ ଫେରିଛି ଡୋନାଲ୍‌ଡ ଟ୍ରମ୍ପଙ୍କ ଆକାଉଣ୍ଟ।

ସୂଚନା ଥାଉକି, ୨୩୭ ନିୟୁତ ଦୈନନ୍ଦିନ ଟୁଇଟର୍‌ ବ୍ୟବହାରକାରୀଙ୍କ ମଧ୍ୟରୁ ୧୫ ନିୟୁତ ଜନତା ଟ୍ରମ୍ପ୍‌ ବିବାଦୀୟ ପ୍ରୋଫାଇଲ୍‌କୁ ପୁନଃସଂସ୍ଥାପନ କରାଯିବା, ନ ଯିବା ଉପରେ ମତ ଦେଇଥିଲେ। ସେଥରୁ ଟ୍ରମ୍ପ୍‌ଙ୍କ ସପକ୍ଷରେ ୫୧.୫% ମତ ଦେଇଥିବା ବ‌େଳେ ୪୮.୨% ବିପକ୍ଷରେ ମତ ଦେଇଥିଲେ।

ତେବେ ଟ୍ରମ୍ପ୍‌ଙ୍କ ଟୁଇଟର୍‌ ଆକାଉଣ୍ଟ୍‌ ଅଚଳ କରାଯିବା ସମୟରେ ତାଙ୍କର ୮୮ ନିୟୁତରୁ ଅଧିକ ଅନୁଗାମୀ ଥିଲେ। ପୁନଃସଂସ୍ଥାପିତ ହେବା ପରେ ଟ୍ରମ୍ପ୍‌ଙ୍କର ବହୁ ରାଜନୈତିକ ବନ୍ଧୁମାନେ ଆନନ୍ଦିତ ହୋଇଛନ୍ତି। ସଂକ୍ଷେପରେ ମନେ ପକାଇ ଦେଉଛୁକି, ୨୦୨୦ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ବାତିଲ କରାଇବା ନିମନ୍ତେ ଟ୍ରମ୍ପ୍‌ଙ୍କ ଉତ୍ତ୍ୟକ୍ତ ସମର୍ଥକମାନେ ‘କ୍ୟାପିଟଲ୍‌’ ଆକ୍ରମଣ କରିଥିଲେ। କ୍ୟାପିଟାଲ ହିଂସା ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚ୍ଵିଟର ଆକାଉଣ୍ଟକୁ ସ୍ଥଗିତ ରଖାଯାଇଥିଲା।

Leave A Reply

Your email address will not be published.