ଆମେରିକାର ପୂର୍ବ ବୈଦେଶିକ ମନ୍ତ୍ରୀ ହିଲେରୀ କ୍ଲିଣ୍ଟନ୍‌ଙ୍କୁ କରୋନା, ବିଲ୍‌ କ୍ଲିଣ୍ଟନ୍‌ଙ୍କ ରିପୋର୍ଟ ନେଗେଟିଭ୍‌

କରୋନା ସଂକ୍ରମିତ ହୋଇଛନ୍ତି ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ହିଲେରୀ କ୍ଲିଣ୍ଟନ୍‌। ଏ ନେଇ ହିଲେରୀ କ୍ଲିଣ୍ଟନ୍‌ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ହିଲେରୀ କହିଛନ୍ତି, ହାଲ୍‌କା ଲକ୍ଷଣ ପ୍ରକାଶ ପାଇବାରୁ ସେ ନିଜ କୋଭିଡ୍‌ ଟେଷ୍ଟ କରାଇଥିଲେ। ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ଏବେ ସେ ସୁସ୍ଥ ଅଛନ୍ତି। ତାଙ୍କ ସ୍ୱାମୀ ତଥା ଆମେରିକା ପୂର୍ବ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି। କିନ୍ତୁ ସେ ଏବେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି ବୋଲି କହିଛନ୍ତି ହିଲେରୀ।


ପୂର୍ବ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ୍‌ଙ୍କର ଜଣେ ମୁଖପାତ୍ର ଟ୍ଵିଟରରେ ପୋଷ୍ଟ କରି କହିଛନ୍ତି- ଆଗକୁ ସେ ପୁଣିଥରେ କରୋନା ଟେଷ୍ଟ କରିବେ। କିନ୍ତୁ ଏବେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ହିଲେରୀ କ୍ଲିଣ୍ଟନ୍‌ କହିଛନ୍ତି- ଏହି ଗମ୍ଭୀର ରୋଗ ବିରୋଧରେ ଟିକାକରଣ ହିଁ ସୁରକ୍ଷା ପ୍ରଦାନ କରିଥାଏ। ଏଣୁ ସେ ଲୋକଙ୍କୁ ଟିକା ନେବାକୁ ପରାମର୍ଶ ଦେଇଛନ୍ତି।

ଏଥିସହ ଏବେ ଯାଏଁ ଯେଉଁମାନେ ବୁଷ୍ଟର ଡୋଜ୍‌ ନେଇ ନାହାନ୍ତି ସେମାନେ ଶୀଘ୍ର ବୁଷ୍ଟର ଡୋଜ୍‌ ନିଅନ୍ତୁ ବୋଲି ବି କହିଛନ୍ତି ହିଲେରୀ କ୍ଲିଣ୍ଟନ୍‌। ସୂଚନା ଯୋଗ୍ୟ ଯେ ଏହି ମାସ ଆରମ୍ଭରେ ରାଷ୍ଟ୍ରପତି ବାରାକ ଓବାମା ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

Also Read: କୋର୍ଟରେ ହାଜର ହେବାକୁ ସଲମାନ୍‌ ଖାନ୍‌ଙ୍କୁ ସମନ ଜାରି, ସାମ୍ବାଦିକଙ୍କୁ ମାଡ଼ ପିଟ୍‌ କରିଥିବା ଅଭିଯୋଗ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.