ଅଖିଲେଶ ଯାଦବଙ୍କୁ ଝଟକା: ବିଜେପିରେ ସାମିଲ ହେଲେ ମୁଲାୟମଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ

ନୂଆଦିଲ୍ଲୀ: ଜୋର ଧରୁଛି ୫ ରାଜ୍ୟରେ ବିଧାନସଭା ନିର୍ବାଚନୀ ଉଷ୍ମତା । ସମସ୍ତଙ୍କ ଫୋକସ ଉତ୍ତରପ୍ରଦେଶ ଉପରେ । ଚାଲିଛି ଆୟାରାମ ଗୟାରାମ ରାଜନୀତି । ଏହି କ୍ରମରେ ବିରୋଧୀ ସମାଜବାଦୀ ପାର୍ଟିକୁ ବଡ ଝଟକା ଲାଗିଛି । ବରିଷ୍ଠ ସମାଜବାଦୀ ପାର୍ଟି ନେତା ମୁଲାୟମ ସିଂହ ଯାଦବଙ୍କ ବୋହୂ ଅର୍ପଣ୍ଣା ଯାଦବ ସାଇକେଲ ଛାଡି ପଦ୍ମ ଧରିଛନ୍ତି । ମୁଲାୟମ ସିଂହଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ।

ସେ ମୁଲାୟମଙ୍କ ଦ୍ୱିତୀୟ ସ୍ତ୍ରୀ ସାଧାନା ଗୁପ୍ତାଙ୍କ ପୁଅ ପ୍ରତୀକ ଯାଦବଙ୍କ ସ୍ତ୍ରୀ । ୨୦୧୭ ବିଧାନସଭା ନିର୍ବାଚନ ଲଢିଥିଲେ ଅପର୍ଣ୍ଣା । କେଣଟ ଆସନରୁ ସାଇକଲ ଚିହ୍ନରେ ଲଢି ଦ୍ୱିତୀୟ ସ୍ଥାନରେ ରହିଥିଲେ । ସେତେବେଳେ ତାଙ୍କୁ ୬୩ ହଜାର ଭୋଟ ମିଳିଥିଲା । ସେ ବିଜେପି ପ୍ରାର୍ଥୀ ରୀତା ବହୁଗୁଣା ଯୋଶୀଙ୍କୁ ବି କଡା ଟକ୍କର ଦେଇଥିଲେ । ୟୁପି ବିଧାନସଭା ନିର୍ବାଚନ ପୂର୍ବରୁ ଅପର୍ଣ୍ଣାଙ୍କ ବିଜେପିରେ ଯୋଗଦାନକୁ ଗୁରୁତ୍ୱ ଦିଆଯାଉଛି । ପୂର୍ବରୁ ବିଜେପିର କିଛି ମନ୍ତ୍ରୀ ଓ ବିଧାୟକ ଦଳ ଛାଡି ସମାଜବାଦୀ ପାର୍ଟିରେ ମିଶିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.