ରଣବୀର ଆହ୍ଲାବାଦିଆଙ୍କୁ WWE ରେସଲରଙ୍କ ଧମକ, ‘ମୋ ହାବୁଡରେ ପଡିଲେ ଆଉ ବଞ୍ଚିବେନି..’

କମେଡିଆନ ସମୟ ରେନାଙ୍କ ଶୋ Indias Got Latentରେ ଅଶ୍ଳୀଳ କମେଣ୍ଟ କରିଥିବା ରଣବୀର ଆହ୍ଲାବାଦିଆ ଚର୍ଚ୍ଚାରେ । ରଣବୀର ନିଜ ବୟାନ ପାଇଁ କ୍ଷମା ପ୍ରାର୍ଥନା ବି କରିସାରିଛନ୍ତି । କିନ୍ତୁ ଟ୍ରୋଲର୍ସ ଏବେ ବି ତାଙ୍କୁ ଟାର୍ଗେଟ କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ରଣବୀର ଆହ୍ଲାବାଦିଆଙ୍କୁ WWE ରେସଲର ସାଙ୍ଗା ଓରଫ ସୌରଭ ଗୁର୍ଜର ଧମକ ଦେଇଛନ୍ତି । ସୌରଭ ରଣବୀରଙ୍କୁ ଧମକ ଦେଇଛନ୍ତି ।

ସୌରଭ ସୋସିଆଲ ମିଡିଆ ଆକାଉଣ୍ଟରେ ଭିଡିଓ ସେୟାର କରି କହିଛନ୍ତି ଯେ, ରଣବୀର ଆହ୍ଲାବାଦିଆ ମୋ ହାବୁଡରେ ଯଦି କେବେ ପଡନ୍ତି, ତେବେ ତାଙ୍କୁ ସିକ୍ୟୁରିଟିମାନେ ବି ବଞ୍ଚାଇପାରିବେ ନାହଁ । ପୂର୍ବତନ WWE ରେସଲରଙ୍କ କହିବାନୁଯାୟୀ, ରଣବୀର ଆହ୍ଲାବାଦିଆଙ୍କୁ ଅଭଦ୍ର କମେଣ୍ଟ ପାଇଁ କ୍ଷମା କରାଯାଇପାରିବନି । ଏଥିସହ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।

ସେ ଆହୁରି ମଧ୍ୟ କହିଛନ୍ତି, ରଣବୀର ଆହ୍ଲାବାଦିଆ ଯେଉଁ ପ୍ରକାର ଶବ୍ଦ ପ୍ରୟୋଗ କରିଛନ୍ତି, ତାହାକୁ କେବେ ବି କ୍ଷମା କରାଯାଇପାରି ନାହିଁ । ଯଦି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନ ହୁଏ, ତେବେ ଆଗାମୀ ସମୟରେ ଏମିତି ଚାଲିବ । ରଣବୀର ସୀମା ଲଙ୍ଘିଛନ୍ତି । ଏମିତି ଲୋକ ଆମ ସମାଜ ଏବଂ ଧର୍ମକୁ କ୍ଷତି ପହଞ୍ଚାଇଥାନ୍ତି । ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ।

ସୂଚନାଯୋଗ୍ୟ, ସାଢେ ୬ ଫୁଟରୁ ଅଧିକ ଲମ୍ବା ସୌରଭ ଗୁର୍ଜର ୨୦୧୮ରେ ଦୁନିଆର ସବୁଠୁ ବଡ ପ୍ରୋ ରେସଲିଂ କମ୍ପାନୀରେ WWE ପାଦ ଦେଇଥିଲେ । ଦୀର୍ଘ ସମୟ ଧରି କମ୍ପାନୀରେ କାମ କରିଥିବ ସୌରଭ ଛୋଟ ବ୍ରାଣ୍ଡ NXT ରେ କାମ କରିବା ପରେ ୨୦୨୩ରେ ତାଙ୍କୁ ପ୍ରମୋସନ ମିଳିଥିଲା । ଏହାପରେ ସେ Raw ରେ କାମ କରୁଥିଲେ । କିନ୍ତୁ ୨୦୨୪ରେ WWE ରୁ ଛଟେଇ ଚାଲିବା ପରେ କାମରୁ ବାହାର କରାଯାଇଥିଲା ।

ସୂଚନାଯୋଗ୍ୟ, ରଣବୀର ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟରେ ଅତିଥି ଭାବେ ଯୋଗ ଦେଇଥିଲେ । ସେତେବେଳେ କ’ଣ ଆପଣଙ୍କ ବାପା ମା’ ଶରୀରିକ ସମ୍ପର୍କ ରଖୁଥିବାବେଳର ଦୃଶ୍ୟ ଦେଖିବାକୁ ପସନ୍ଦ କରିବେ ? କିମ୍ବା ଆପଣ ସେଥିରେ ସାମିଲ ହେବେ ଏବଂ ତାହାକୁ ରୋକିବେ ବୋଲି ଜଣେ ମହିଳା କଣ୍ଟେଷ୍ଟାଣ୍ଟଙ୍କୁ ପଚାରିଥିଲେ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ୟୁଜର୍ସ ଟ୍ରୋଲ କରିବା ଆରମ୍ଭ କରିଥିଲେ ।

Also Read : ରଣବୀର ଆଲାହାବାଦିଆଙ୍କ ବିବାଦୀୟ ଭିଡିଓ Youtubeରୁ ହଟିଲା, ୟୁଟ୍ୟୁବରଙ୍କୁ ସମନ ପଠାଇପାରେ ଆଇଟି ସଂସଦୀୟ କମିଟି