ଭାରତରେ ପ୍ରଥମ: ଉତ୍ତରପ୍ରଦେଶରେ କିନ୍ନରଙ୍କ ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ମହାତ୍ମା ବୁଦ୍ଧଙ୍କ ପରିନିର୍ବାଣ ସ୍ଥଳୀ କୁଶୀନଗରରେ ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି। ଏଠାରେ ସମସ୍ତ ଦେଶର କିନ୍ନର ବିଦ୍ୟାର୍ଥୀମାନଙ୍କୁ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ମାଗଣାରେ ଯୋଗାଇଦିଆଯିବ। ୨୦୦କୋଟି ଟଙ୍କା ବ୍ୟୟରେ ୫୦ ଏକରରେ ତିଆରି ହୋଇଥିବା ଏହି ବିଶ୍ୱବିଦ୍ୟାଳୟରେ କିନ୍ନର ସମାଜ ପାଠ ପଢିବା ପାଇଁ ସାମିଲ ହୋଇଛନ୍ତି।

ଟ୍ରଷ୍ଟର ଅଧ୍ୟକ୍ଷ ଡା. କୃଷ୍ଣ ମୋହନ ମିଶ୍ର ସାକ୍ଷାତକାର ମାଧ୍ୟମରେ କହିଛନ୍ତି, ଏହି ବିଶ୍ୱବିଦ୍ୟାଳୟ ତିଆରି କରିବାରେ ଦୁଇଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ୟୁନିଭରସିଟୀ ତିଆରି କରିବାରେ କିନ୍ନର ସମାଜର ମହାମଣ୍ଡଳେଶ୍ୱର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ, ସବନମ ମୌସୀଙ୍କ ସହିତ ଅନେକ ଲୋକମାନେ ତିଆରି କରିବାରେ ସହଯୋଗ କରିଛନ୍ତି। ଏହାପରେ ମୁଁ ଏହି ବିଶ୍ୱବିଦ୍ୟାଳୟ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛି।

ପ୍ରଥମ ଚରଣରେ ପ୍ରାଥମିକ ବିଦ୍ୟାଳୟ ଆରମ୍ଭ ହେବ। ଏହାପରେ କ୍ରମଶଃ ଜୁନିୟର ହାଇସ୍କୁଲ, ଇଣ୍ଟର କଲେଜ ଏବଂ ବିଶ୍ୱବିଦ୍ୟାଳୟ ସଂଚାଳିତ ହେବ। ସିବିଏସଇ ବୋର୍ଡ ପ୍ରଣାଳୀରେ ଏହାକୁ ସଂଚାଳିତ କରାଯିବ। ଆସନ୍ତା ଅଧିବେଶନରେ ଏଠାରେ ପାଠ ପଢା ଆରମ୍ଭ ହେବ। ଡା. ମିଶ୍ରଙ୍କ କହିବାନୁଯାୟୀ, ଏଥିପାଇଁ ଆମେ ୨ଟି ପିଲା ମଧ୍ୟ ଖୋଜି ସାରିଛୁ, ଯାହାକୁ ପ୍ରଥମେ ଆଡମିଶନ ଦିଆଯିବ। ବର୍ତ୍ତମାନ ଏହି ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ହୋଇସାରିଛି। ଭବନ ନିର୍ମାଣ ଆସନ୍ତା ଜାନୁଆରୀରୁ ଆରମ୍ଭ ହେବ। ଏହାପରେ ଆଡମିଶନ୍‌ ପକ୍ରିୟା ଆରମ୍ଭ ହେବ।

ସୂଚନା ମୁତାବକ ଏହି ବିଶ୍ୱବିଦ୍ୟାଳୟରେ ପ୍ରଥମ ଶ୍ରେୀଣୀରୁ ଆରମ୍ଭ କରି ପିଏଚଡି ପର୍ଯ୍ୟନ୍ତ ସମସ୍ତ ବିଷୟ ପଢିବାର ବ୍ୟବସ୍ଥା ହେବ। ଏହା ଭାରତରେ ଏଭଳି ଏକ ସଂସ୍ଥାନ ହେବ, ଯେଉଁଥିରେ ଏହି ସମାଜର ଲୋକମାନେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିପାରିବେ। ଏହି ଶିକ୍ଷାନୁଷ୍ଠାନ ତିଆରି କରିବା ପାଇଁ କେନ୍ଦ୍ର ସରକାର ମଧ୍ୟ ସାହାଯ୍ୟ କରିବା ପାଇଁ ଆଶ୍ୱାସନା ଦେଇଛନ୍ତି।

‘ବ୍ୟବସ୍ଥା ହେବ ଟୋଲ ଫ୍ରି ନମ୍ବର’

ଡା.ମିଶ୍ରଙ୍କ କହିବାନୁଯାୟୀ ବର୍ଷ ୨୦୧୧ ର ଜନଗଣନା ଅନୁଯାୟୀ, ପାଖାପାଖି ଅଢେଇ ଲକ୍ଷ କିନ୍ନର ରହିଛନ୍ତି। ଯେଉଁ ଛୋଯ ଶିଶୁକୁ ଲୋକମାନେ ଛାଡି ଚାଲିଯାଇଥାନ୍ତି, ତାଙ୍କୁ ଏଠାରେ ଶିକ୍ଷା ଦିଆଯିବ। ଯେଉଁମାନେ ବଡ ହୋିସାରିଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏଠାରେ ବ୍ୟବସ୍ଥା ରହିବ। ଏଥିପାଇଁ ଯୋଲ ଫ୍ରି ନମ୍ବରର ବ୍ୟବସ୍ଥା ହେବ। କେବଳ ଭାରତ ନୁହେଁ ଦୋାର କୌଣସି ସ୍ଥାନର କିନ୍ନରମାନେ ଏଠାରେ ଆଡମିଶନ୍‌ କରିପାରିବେ। ଏହି ସର୍ମ୍ପରେ ବିଚାର କରିବା ପାଇଁ ଆମେ ୟୁଏନଓ କୁ ମଧ୍ୟ ପତ୍ର ଲେଖିଛୁ।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

6 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

9 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

9 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

10 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

10 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

10 hours ago