ରସ୍ନାର ଚେୟାରମ୍ୟାନ ଆରିଜ ପିରୋଜସା ଖମ୍ବାଟାଙ୍କ ଦେହାନ୍ତ, କମ୍ପାନୀ ଦେଲା ସୂଚନା
ରସ୍ନାର ସଂସ୍ଥାପକ ତଥା ଚେୟାରମ୍ୟାନ ଆରିଜ ପିରୋଜସା ଖମ୍ବାଟାଙ୍କର ଶନିବାର ଦେହାନ୍ତ ହୋଇଛି। ରସ୍ନା ଗ୍ରୁପ୍ ତରଫରୁ ଏ ନେଇ ସୂଚନା ଦିଆଯାଇ କୁହାଯାଇଛି କି, ୮୫ ବର୍ଷୀୟ ଖମ୍ବାଟାଙ୍କର ଶନିବାର ନିଧନ ଘଟିଛି। କହି ରଖୁଛୁ, ଆରିଜ ଖମ୍ବାଟା ବେନେଭୋଲେଣ୍ଟ ଟ୍ରଷ୍ଟ ଏବଂ ରସ୍ନା ଫାଉଣ୍ଡେସନର ଚେୟାରମ୍ୟାନ ଥିଲେ।
ରସ୍ନା ଗ୍ରୁପ୍ ଅନୁସାରେ, ଖମ୍ବାଟା ଭାରତୀୟ ଉଦ୍ଦ୍ୟୋଗ, କାରବାର ଏବଂ ସମାଜ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ସେ ପାର୍ସି ସଙ୍ଗଠନ WAPIZର ପୂର୍ବତନ ଅଧ୍ୟକ୍ଷ ଏବଂ ଅହମ୍ମଦାବାଦ ପାର୍ସି ସମ୍ପ୍ରଦାୟର ମଧ୍ୟ ପୂର୍ବତନ ଅଧ୍ୟକ୍ଷ ଥିଲେ।
ବୟାନରେ କୁହାଯାଇଛି, ଖମ୍ବାଟା ଭାରତୀୟ ଉଦ୍ଦ୍ୟୋଗ, ବେପାର ଏବଂ ସମାଜ ସେବା ଜରିଆରେ ସାମାଜିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଆରିଜ ପିରୋଜସା ଖମ୍ବାଟାଙ୍କୁ ଲୋକପ୍ରିୟ ଘରୋଇ ପେୟ ବ୍ରାଣ୍ଡ ‘ରସ୍ନା’ ପାଇଁ ଜଣାଯାଇଥାଏ। ରସ୍ନା ଦେଶରେ ୧୮ ଲକ୍ଷ ଦୋକାନରେ ବିକ୍ରି ହୋଇଥାଏ।