ସୋନାଲି ଫୋଗଟ ମୃତ୍ୟୁ ମାମଲା: ଗୋଆ ପୋଲିସକୁ ସଫଳତା, ସୋନାଲିଙ୍କ ସହଯୋଗୀ ସମେତ ୪ ଗିରଫ

ବିଗବସ୍‌ ଫେମ୍‌ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ଗୋଆ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସୋନାଲିଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ପୋଲିସ ସୋନାଲିଙ୍କ ପିଏ ସୁଧିର ସାଙ୍ଗବାନ ଏବଂ ଅନ୍ୟ ସହଯୋଗୀ ସୁଖବିନ୍ଦରଙ୍କୁ ପୋଲିସ ଗିରଫ କରିଛି। ଏପର୍ଯ୍ୟନ୍ତ ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି।

ପୋଲିସ କହିବାନୁଯାୟୀ , ସୋନାଲି ଫୋଗଟଙ୍କୁ ୧.୫ ଗ୍ରାମର ଏମଡିଏମଏ ଲିକ୍ୱିଡ ଡ୍ରଗ୍ସ ଦିଆଯାଇଥିଲା। ଡ୍ରଗ ଦେବା ପରେ ତାଙ୍କୁ ପାର୍ଟି ପାଇଁ ରେଡି କରାଯାଇଥିଲା। ସୋନାଲିଙ୍କ ପିଏ ଓ ତାଙ୍କ ବନ୍ଧୁ ସୁଖବିନ୍ଦର ତାଙ୍କୁ ଟଏଲେଟକୁ ନେଇ ଦୁଇଘଣ୍ଟା ଯାଏ ରଖିଥିଲେ। ତେବେ ଟଏଲେଟରେ ସେମାନେ ତାଙ୍କ ସହିତ କ’ଣ କରିଥିଲେ, ତାହା ଏଯାଏଁ ଖୁଲାସା ହୋଇନି। ଏହି ମାମଲାରେ ଗତକାଲି ସୁଧିର ସାଙ୍ଗବାନ ଏବଂ ସୁଖବିନ୍ଦର ସିଂଙ୍କୁ ଗିରଫ କରିଥିବା ବେଳେ ଆଜି ରେଷ୍ଟୁରାଣ୍ଟ ମାଲିକ ଏବଂ ଜଣେ ଡ୍ରଗ୍ସ ପେଡଲରଙ୍କୁ ଗିରଫ କରିଛି ଗୋଆ ପୋଲିସ।

ସୋନାଲିଙ୍କ ମୃତ୍ୟୁରେ ଗୋଆ ପୋଲିସ ତାଙ୍କ ସହଯୋଗୀ ସୁଧୀର ସାଙ୍ଗବାନ ଏବଂ ସୁଖବିନ୍ଦରଙ୍କୁ ପୋଲିସ ଷ୍ଟେସନକୁ ପଚରାଉଚରା ପାଇଁ ଡକାଇଥିଲା। ଗୋଆ ଆଇଜି ଓମବୀର ବିଶ୍ନୋଇ କହିଛନ୍ତି, ସୋନାଲିଙ୍କ ଏହି ଦୁଇ ସହଯୋଗୀଙ୍କୁ ପଚରାଉଚରା ପାଇଁ ଥାନାକୁ ଡକାଯାଇଛି।ସୋନାଲିଙ୍କ ଭାଇ ରିଙ୍କୁ ପୋଲିସ ନିକଟରେ ଅଭିଯୋଗ କରିଥିଲେ କି, ତାଙ୍କ ଭଉଣୀ ସୋନାଲିଙ୍କୁ ତାଙ୍କ ସହାୟକ ସୁଧୀର ସାଙ୍ଗବାନ ଏବଂ ସୁଖବିନ୍ଦର ଦୁଷ୍କର୍ମ କରିବା ପାଇଁ ସମ୍ପତ୍ତି ଯୋଗୁଁ ହତ୍ୟା କରିଥିଲେ।

ସୋନାଲି ଫୋଗଟଙ୍କ ପିଏ ତାଙ୍କ ଖାଦ୍ୟରେ ନିଶା ପଦାର୍ଥ ମିଶାଇ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଏହା ସହିତ ସୋନାଲିଙ୍କୁ ଜାଣିଶୁଣି ଫସାଇବା ପାଇଁ ଗୋଆ ଟ୍ରିଫର ପ୍ଲାନ କରାଯାଇଥିଲା। କୌଣସି ଫିଲ୍ମର ସୁଟିଂ ନଥିଲା। ହୋଟେଲରେ କେବଳ ଦୁଇଟି ରୁମ୍‌ ବୁକ୍‌ ଥିଲା। ଫିଲ୍ମର ସୁଟିଂ ୨୪ ଅଗଷ୍ଟରେ ହେବାର ଥିଲା କିନ୍ତୁ ହୋଟେଲରେ କେବଳ ଦୁଇଟି ରୁମ୍‌ ୨୧ ଓ ୨୨ ଅଗଷ୍ଟରେ ବୁକ୍‌ ହୋଇଥିଲା।

ସୂଚନା ମୁତାବକ, ସୋମବାର ରାତିରେ ଗୋଆରେ ହାର୍ଟ ଆଟାକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ସୋନାଲି ଫୋଗଟ ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ଗୋଆ ବୁଲିବାର ପ୍ଲାନ କରିଥିଲେ। ସୋନାଲି ନିଜ ସଚିବ ସୁଧୀର ସାଙ୍ଗବାନ ଏବଂ ତାଙ୍କ ଟିମ୍‌ ସହିତ ଗୋଆ ଯାଇଥିଲେ। ସୋନାଲିମୃତ୍ୟୁ ପୂର୍ବରୁ  ଇନଷ୍ଟାଗ୍ରାମ ଆକାଉଣ୍ଟରେ ପାଖାପାଖି ୧୩ ଘଣ୍ଟା ପୂର୍ବରୁ ଏକ ଭିଡିଓ ଅପଲୋଡ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.