ତାମିଲନାଡୁର ପଲକ୍କଡ ଠାରେ ସଫେଇ କର୍ମଚାରୀଙ୍କୁ ଧକ୍କା ଦେଲା ଟ୍ରେନ । ଯାହା ଫଳରେ ସଫେଇ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ରେଳବାଇ ପୁଲିସର ଖବର ଅନୁସାରେ ଏହି ୪ ଜଣ ସଫେଇ କର୍ମଚାରୀ ଟ୍ରାକ ଉପରେ ଅଳିଆ ଉଠାଉଥିଲେ । ସେମାନଙ୍କ ମଧ୍ୟରେ ଦୁଇ ମହିଳା କର୍ମଚାରୀ ଥିଲେ । ଅଳିଆ ଉଠାଉ ଥିବା ସମୟରେ ଟ୍ରେନଟି ସେମାନଙ୍କୁ ଧକ୍କା ଦେଇଥିଲା । ଧକ୍କାର ବେଗ ଏତେ ତୀବ୍ର ଥିଲା ଯାହାଦ୍ବାରା ସଫେଇ କର୍ମଚାରୀ ମାନେ ବ୍ରିଜରୁ ତଳକୁ ପଡି ଯାଇଥିଲେ ।
ପୋଲିସ ପକ୍ଷରୁ ସୂଚନା ମିଳିଛି ୩ଟି ଶବକୁ ଉଦ୍ଧାର କରାଯାଇଛି । ଜଣେ ସଫେଇକର୍ମୀଙ୍କ ଶବ ଏପର୍ଯନ୍ତ ମିଳି ପାରିନାହିଁ । ତେବେ ନଦୀରେ ପଡିଯାଇଥିବା ହେତୁ ସଫେଇ କର୍ମଚାରୀଙ୍କ ଶବ ମିଳୁପାରୁନାହିଁ । ରେଲୱେ ପୋଲିସ କହିଛନ୍ତି କି ଏହି ଘଟଣା ଶନିବାର ସନ୍ଧ୍ୟାରେ ଶୋରାନୁର ରେଳ ଷ୍ଚେସନ ନିକଟରେ ହୋଇଛି । ଦିଲ୍ଲୀରୁ ତିରୁବନ୍ତପୁରମ ଯିବାକୁ ଥିବା କେରଳ ଏକ୍ସପ୍ରେସ ର ତାମିଲନାଡୁ ଯାଉଥିବା ୪ ଜଣ ସଫେଇ କର୍ମଚାରୀଙ୍କର ମୃତ୍ୟୁ ହୋଇଛି ।
ନୁଆଁ ଦିଲ୍ଲୀ ଥିରୁବନ୍ତପୁରମ ଟ୍ରେନ ଦ୍ବିପ୍ରହର ପାଖାପାଖି ୩.୫ ସମୟରେ କର୍ମଚାରୀ ମାନଙ୍କୁ ଧକ୍କା ଦେଇଥିଲା । ଏହି ସଫେଇ କର୍ମଟାରୀମାନେ ରେଳ ଷ୍ଚେସନରୁ କିଛି ଦୁରରେ ଥିବା ଶୋରାନୁର ନିକଟରେ ଥିବା ରେଳ ଷ୍ଚେସନରୁ ମଇଳା ସଫା କରୁଥିଲେ । ରେଳ ବିଭାଗ ପକ୍ଷରୁ ସଫେଇ କାମରେ ନିୟୋଜିତ ହୋଇଥିବା କର୍ମଚାରୀ ଟ୍ରେନ ଧକ୍କାରୁ ଟ୍ରାକରୁ ଖସି ପଡିଥିଲେ ।
୪ ନମ୍ବର ଶବକୁ ଖୋଜିବା ପାଇଁ ଟେଷ୍ଟା ଜାରି ରହିଛି । ଯାହା ଭରତପୁଝା ନଦୀ ବ୍ରିଜ ଉପରେ ନଦୀରେ ପଡି ଯାଇଥିବା ସନ୍ଦେହ କରା ଯାଉଛି । ରେଳ ବିଭାଗର ଏକ ଟିମ ସେଠାରେ ଉପସ୍ଥିତ ଥିଲେ । ଶୋରାନୁର ରେଳ ପୋଲିସର ଏକ ଅଧିକାରୀ କହିଛନ୍ତି କି ହୋଇପାରେ କର୍ମଚାରୀ ମାନେ ଟ୍ରେନ ଆସିବା ନେଇ ଦେଖି ନପାରନ୍ତି । ଯାହାଦ୍ବାରା ଏହି ଦୁର୍ଘଟଣା ହୋଇଥାଇ ପାରେ ଏଥି ସମ୍ପର୍କରେ ଯାଞ୍ଚ ଚାଲିଛି ।