ଆମେରିକାରେ କ୍ବାଡ୍ ବୈଠକ, ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ୪ ନେତା

ଆମେରିକାରେ କ୍ବାଡ୍ ବୈଠକ । ଏକାଠି ହେଲେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ରନେତା ।  ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ୪ ନେତା ।  ବିଶ୍ବବ୍ୟାପୀ ଚାଲିଥିବା ସୀମା ବିବାଦ ଏବଂ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଆଲୋଚନା ହୋଇଛି ।  ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏଭଳି ସମୟରେ କ୍ବାଡ୍ ବୈଠକ ହେଉଛି ଯେତେବେଳେ ସାରା ବିଶ୍ବରେ ଟେନସନ୍ ଏବଂ ଯୁଦ୍ଧ ଲାଗି ରହିଛି। ଗାଣତାନ୍ତ୍ରିକ ମୂଲ୍ୟବୋଧ ଉପରେ କ୍ବାଡ୍ କାର୍ଯ୍ୟ କରୁଛି ।  ଯାହା ପୂରା ମାବନ ଜାତି ପାଇଁ ଗୁରୁତ୍ବପୂର୍ଣ୍ଣ ।

ଏହା କାହା ବିରୋଧରେ ନୁହେଁ ବୋଲି ମୋଦି କହିଛନ୍ତି ।  ବୈଠକରେ ଫୋକସରେ ଥିଲା ଇଣ୍ଡୋ ପାସିଫିକ୍ ପ୍ରସଙ୍ଗ ।  ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ମୁକ୍ତ ଏବଂ ଅବାଧ ଇଣ୍ଡୋପାସିଫିକ୍ ଆମର ମିଳିତ ପ୍ରାଥମିକତା ।  ବାଇଡେନ୍ କହିଥିଲେ, ଚୀନ ଆମକୁ ପରୀକ୍ଷା କରୁଛି । ଦକ୍ଷିଣ ଚୀନ ସାଗରରେ ବେଜଂର ସୀମା ବିବାଦ ଉପରେ ଏହି ଟିପ୍ପଣୀ କରିଥିଲେ ବାଇଡେନ୍ ।  ସ୍ବାସ୍ଥ୍ୟ, ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ବୈଷୟିକ ଜ୍ଞାନ ଭଳି ପ୍ରସଙ୍ଗରେ ମଧ୍ୟ ୪ ଦେଶ ଆଲୋଚନା କରିଛନ୍ତି ।  ବୈଠକ ଶେଷରେ ମିଳିତ ବିବୃତ୍ତି ଜାରି କରିଥିଲେ ୪ ନେତା ।  ଏକବିଂଶ ଶତାବ୍ଦୀର ସହଯୋଗ ଉପରେ ଏହି ମିଳିତ ବିବୃତ୍ତି।  କ୍ବାଡ୍ ବୈଠକ ଅବସରରେ ଅଷ୍ଟ୍ରେଲିଆ ଓ ଜାପନା ପ୍ରତିପକ୍ଷଙ୍କ ସହ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like