ଜମ୍ମୁ କଶ୍ମୀର ବାରାମୁଲାରେ କବାଡିଆ ଦୋକାନରେ ବିସ୍ଫୋରଣ, ୪ ମୃତ

ଜମ୍ମୁ କଶ୍ମୀର ବାରାମୁଲା ଜିଲ୍ଲର ସୋପୋର ଅଞ୍ଚଳରେ ବିସ୍ଫୋରଣ ହୋଇ ୪ ଜଣଙ୍କର ମୃତ୍ୟୁ ହୋଇଛି । ଶେର କଲୋନୀରେ ଏକ ସ୍କ୍ରାପ୍ ଡିଲର ଟ୍ରକରୁ ଜିନିଷ କାଢୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ପୋଲିସ ଏହି ଘଟଣାର ଯାଞ୍ଚ କରୁଛି । ବିସ୍ଫୋରଣ ପରେ ସ୍ଥାନୀୟ ଅଞ୍ଚଳ ଛାରଖାର ହୋଇଥିବା ବେଳେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା । ବିସ୍ଫୋରଣରେ ଜଣେ ଆହତ ହୋଇଛନ୍ତି ।
ଖବର ମୁତାବକ, ସୋପୋରରେ ଏକ ବିସ୍ଫୋରଣ ହେବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ବିସ୍ଫୋରଣରେ ଜଣେ ଆହତ ହୋଇଥିବା ଜଣାପଡିଛି । ବାରାମୁଲା ଜିଲ୍ଲାର ସୋପୋର ଅଞ୍ଚଳ ଶେର କଲୋନୀରେ ଏକ କବାଡିଆ ଦୋକାନ ଭିତରେ ହୋଇଥିଲା । ଘଟଣା ସମୟରେ କିଛି ଲୋକ ଟ୍ରକରୁ କବାଡିଆ ଜିନିଷ ବାହାର କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ୨ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ହସପିଟାଲରେ ଜୀବନ ହାରିଛନ୍ତି ।
ମୃତକଙ୍କ ପରିଚୟ ମିଳିଛି । ନଜିର ଅହମଦ ନାଦରୁ(୪୦), ଆଜମି ଅଶରଫ ମୀର(୨୦), ଆଦିଲ ରାଶିଦ ଭଟ (୨୩), ମୋହମଦ ଅଜହର(୨୫) । ସମସ୍ତ ପୀଡିତ ଶେର କଲୋନୀର ବୋଲି ଜଣାପଡିଛି । ତେବେ ବିସ୍ଫୋରଣ କେମିତି ହେଲା ତା’ର ଯାଞ୍ଚ କରୁଛି ଏକ ଟିମ୍ ।