ସଂସଦ ଭବନରୁ ସୁପ୍ରିମକୋର୍ଟ ଯାଏଁ କରୋନା ବିସ୍ଫୋରଣ, ୪ ବିଚାରପତି ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : କରୋନା ବିପର୍ଯ୍ୟୟ ବର୍ତ୍ତମାନ ଦିଲ୍ଲୀର ସଂସଦ ଗୃହରେ ପହଞ୍ଚିଛି। ସଂସଦ ଗୃହରୁ ଲମ୍ଫ ମାରିଛି ସୁପ୍ରମିକୋର୍ଟକୁ । ଏହା ଜାଣିବାକୁ ମିଳିଛି ଯେ ସଂସଦ ଗୃହରେ ୪୦୦ ରୁ ଅଧିକ କର୍ମଚାରୀ ଏବଂ ସୁରକ୍ଷା କର୍ମୀ କରୋନା ପଜିଟିଭ ହୋଇଥିବା ବେଳେ ସୁପ୍ରମିକୋର୍ଟର ୪ ଜଣ ବିଚାରପତିଙ୍କୁ କରୋନା ଚିହ୍ନଟ ହୋଇଥିବା ଜଣାପଡିଛି । ପ୍ରଧାନ ବିଚାରପତିଙ୍କ ସମେତ ୩୨ ଜଣଙ୍କ ଜଜଙ୍କ ମଧ୍ୟରୁ ୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସୁପ୍ରିମକୋର୍ଟରେ ପଜିଟିଭିଟି ରେଟ୍ ଦୁଇ ଦିନ ହେବ ୫ ପ୍ରତିଶତ ଉପରେ ରହୁଥିବା ବେଳେ ଏବେ ଏହା ୧୨ ଦଶମିକ ୫ ପ୍ରତିଶତ ରହିଛି । ସୁପ୍ରିମକୋର୍ଟର ୧୫୦ରୁ ଅଧିକ କର୍ମଚାରୀ ସଂଗରୋଧରେ ରହିଛନ୍ତି । ଆସନ୍ତାକାଲିଠାରୁ ସମସ୍ତ କେସ୍ର ଶୁଣାଣି ଭର୍ଚୁଆଲ ମୋଡ୍ ତଥା ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିବା ପାଇଁ ନିଷ୍ପତି ପୂର୍ବରୁ ନିଆଯାଇସାରିଛି ।
ଗତ ୬ ଓ ୭ ତାରିଖରେ ସଂସଦ ଭବନରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କ ସମେତ ସମସ୍ତ କର୍ମଚାରୀଙ୍କର ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ସେଥିରୁ ୪୦୦ରୁ ଅଧିକ କର୍ମଚାରୀ ସଂକ୍ରମିତ ହୋଇଥିବାର ଆଜି ରିପୋର୍ଟ ମିଳିଛି । ଏହାପରେ ଦିଲ୍ଲୀକୁ ଆଲର୍ଟ କରାଯାଇଛି ।
ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ କହର ସୃଷ୍ଟି କରିଥିଲା ବେଳେ ବର୍ତ୍ତମାନ ସଂସଦ ଭବନ ଏତେ ସଂଖ୍ୟାକ ସଂକ୍ରମିତ ହେବ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି। ସଂକ୍ରମିତ ହୋଇଥିବା ସମସ୍ତ କର୍ମଚାରୀ ଚିକିତ୍ସା ଆରମ୍ଭ ହୋଇଛି। ସେମାନଙ୍କ ଠାରେ କୋଭିଡ଼ ସାମନ୍ୟତମ ଲକ୍ଷଣ ପରିଲକ୍ଷିତ ହୋଇଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରିବା ନେବା ପାଇଁ ସୂଚନା ଦିଆଯାଇଛି। ଏଥି ସହିତ ଟେଷ୍ଟିଂ ଓ ଟ୍ରାକିଂ ଜୋର ଦାର କରାଯାଇଥିବା ଜଣାଡ଼ିଛି। ପ୍ରଶାସନ ପକ୍ଷରୁ ସଂସଦ ଭବନରେ ପରିସରକୁ ବିଶୋଧନ କରାଯାଇଛି।
ତେବେ ଦେଶବ୍ୟାପୀ କରୋନା ସଂକ୍ରମଣ ଯୋଗୁଁ ଲୋକଙ୍କର ଚିନ୍ତା ବଢ଼ିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୪୧ ହଜାର ୯୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମଣ ପରେ ଦେଶରେ ଏହି ସଂଖ୍ୟା ୪ ଲକ୍ଷ ୭୨ ହଜାର ୧୬୯ରେ ପହଞ୍ଚିଛି।
ଶୁକ୍ରବାର କେବଳ ଗୋଟିଏ ଦିନରେ ୧ ଲକ୍ଷ ୧୭ ହଜାର ୧୦୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଦେଶରେ ବିଗତ ୧୧ ଦିନ ଭିତରେ ଦୈନିକ ସଂକ୍ରମଣ ୨୧ ପ୍ରତିଶତ ବଢ଼ିଛି। ଦିଲ୍ଲୀରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଦିନକରେ ସଂକ୍ରମଣ ମାମଲା ୩ ହଜାର ବୃଦ୍ଧି ହୋଇଛି। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୪୮ ହଜାର ୧୭୮କୁ ବୃଦ୍ଧି ପାଇଛି।