ଗୁଜରାଟ: ଫ୍ୟାକ୍ଟ୍ରିର ଷ୍ଟୋରେଜ ଟ୍ୟାଙ୍କରେ ଭୟଙ୍କର ବିସ୍ଫୋରଣ, ୪ ଶ୍ରମିକ ମୃତ
ଗୁଜରାଟର ଭରୁଚ ଜିଲ୍ଲାରେ ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୪ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ମଙ୍ଗଳବାର ଅପରାହ୍ନରେ ଭରୁଚର ଅଙ୍କଲେଶ୍ୱର ଜିଆଇଡିସି ଅଞ୍ଚଳରେ ଥିବା ଏକ ଇଣ୍ଡଷ୍ଟ୍ରିଆଲ ୟୁନିଟର ଷ୍ଟୋରେଜ ଟ୍ୟାଙ୍କରେ ଜୋରଦାର୍ ବିସ୍ଫୋରଣ ଘଟିଛି । ଏହା ସଂସ୍ପର୍ଶରେ ଆସି ଘଟଣାସ୍ଥାଳରେ ହିଁ ୪ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।
ଭରୁଚ ପୋଲିସ ଅଧୀକ୍ଷକ ମୟୂର ଚାୱଡ଼ା କହିଛନ୍ତି, ଶ୍ରମିକମାନେ ଇଣ୍ଡଷ୍ଟ୍ରିଆଲ ୟୁନିଟର ଷ୍ଟୋରେଜ ଟ୍ୟାଙ୍କ ଉପରେ ଚଢ଼ି କାମ କରୁଥିଲେ, ଏହି ସମୟରେ ବିସ୍ଫୋରଣ ଘଟିଥିଲା । ପୋଲିସ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ହିଁ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ।
ଅଙ୍କଲେଶ୍ୱର ଏସଡିଏମ୍ ବି. ଏ. ଜାଡେଜା କହିଛନ୍ତି, ଏଠାରେ ଡିଟକ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ନାମକ କମ୍ପାନୀର ଫ୍ୟାକ୍ଟ୍ରିରେ ଧମାକା ହୋଇଛି । ୪ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ଫ୍ୟାକ୍ଟ୍ରିକୁ ଖାଲି କରି ଦିଆଯାଇଛି ।
#WATCH | Gujarat | Four people died in a blast at a factory in Ankleshwar, Bharuch today, confirms Ankleshwar SDM BA Jadeja. pic.twitter.com/sdfv7yTtwN
— ANI (@ANI) December 3, 2024