ମିଳିତ ଜାତିସଂଘ ମହାସଭାର ୭୭ତମ ଅଧିବେଶନ: ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଫ୍ରାନ୍‌ସ ରାଷ୍ଟ୍ରପତି

କେନ୍ୟୁଜ୍(ବ୍ୟୁରୋ): ଫ୍ରାନ୍‌ସ ଓ ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା। ମିଳିତ ଜାତିସଂଘ ମହାସଭାର ୭୭ତମ ଅଧିବେଶନରେ ମୋଦିଙ୍କୁ ପ୍ରଶଂସା କରିଛନ୍ତି ଫ୍ରାନ୍‌ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ଉଜବେଗିସ୍ତାନରେ ସାଂଘାଇ ସହଯୋଗ ସଂଗଠନରେ ମୋଦି ଓ ପୁଟିନଙ୍କ ସାକ୍ଷାତ କାଳରେ ବର୍ତ୍ତମାନର ସମୟ ଯୁଦ୍ଧର ସମୟ ନୁହେଁ ବୋଲି କହିଥିଲେ ମୋଦି। ମୋଦିଙ୍କ ମନ୍ତବ୍ୟକୁ ସଠିକ ଦର୍ଶାଇଛନ୍ତି ମାକ୍ରନ। ଏବେ ସମୟ ଯୁଦ୍ଧର ନୁହେଁ । ପାଶ୍ଚାତ୍ୟ ବିରୋଧରେ ପ୍ରତିଶୋଧ ନେବା କିମ୍ବା ପୂର୍ବ ବିରୋଧରେ ପାଶ୍ଚାତ୍ୟର ଏବେ ବିରୋଧ ସମୟ ନୁହେଁ। ଯେଉଁସବୁ ଚ୍ୟାଲେଞ୍ଜ ଆସୁଛି ସେସବୁକୁ ମିଳିମିଶି ସାମନା କରିବାର ସମୟ ବୋଲି ଆହ୍ଵାନ କରିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି।

 

ସେହିପରି ପୁଟିନଙ୍କ ସହ ଆଲୋଚନା କାଳରେ ମୋଦିଙ୍କ ମନ୍ତବ୍ୟକୁ ପ୍ରଶଂସା କରିଛି ଆମେରିକା। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜାକ୍‌ ସୁଲିଭାନ୍‌ କହିଛନ୍ତି, ମୋଦି ଯାହା ଠିକ୍‌ ତାହା କହିଛନ୍ତି । ତାଙ୍କର ମନ୍ତବ୍ୟ ନ୍ୟାୟସଙ୍ଗତ ଥିଲା । ଯାହାକୁ ଆମେରିକା ସ୍ୱାଗତ କରୁଛି । ମସ୍କୋ ସହ ଭାରତର ସମ୍ପର୍କ ଦୀର୍ଘସ୍ଥାୟୀ । କିନ୍ତୁ ରୁଷକୁ ଯୁଦ୍ଧ ସମାପ୍ତ କରିବା ସମୟ ଆସିଛି ବୋଲି ଭାରତର ପ୍ରଧାନମନ୍ତ୍ରୀ କହିଥିବା ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.