ଦେଶ ବିଦେଶ

ଫ୍ରାନ୍ସରେ ଗୃହଯୁଦ୍ଧ ଭଳି ଅବସ୍ଥା: ମେୟରଙ୍କ ଘରକୁ କାର ପସାଇ ନିଆଁ ଲଗାଇଦେଲେ ଦଙ୍ଗାକାରୀ, ପତ୍ନୀ ଓ ପିଲା ଆହତ

ଫ୍ରାନ୍ସରେ ୧୭ ବର୍ଷୀୟ ଆଲଜେରୀୟ ଯୁବକଙ୍କୁ ପୋଲିସ ଗୁଳିମାରି ହତ୍ୟା କରିବା ପରେ ଅଶାନ୍ତ ହୋଇପଡିଛି ଫ୍ରାନ୍ସ । ଲଗାତାର ୫ମ ଦିନରେ ଦେଶରେ ଦଙ୍ଗା ଜାରି ହୋଇଛି । ୧୩୦୦ରୁ ଅଧିକ ଲୋକ ଗିରଫ ହୋଇସାରିଥିବା ବେଳେ ୪୫ ହଜାର ପୋଲିସ ନିୟୋଜିତ ରହିଛନ୍ତି । ଏଭଳି ପରିସ୍ଥିତିରେ ପ୍ୟାରିସର ଦକ୍ଷିଣାଞ୍ଚଳ ସହରର ମେୟରଙ୍କ ବାସଭବନ ଭିତରକୁ ଫ୍ରାନ୍ସ ଦଙ୍ଗାକାରୀମାନେ କାର୍ ଚଳାଇନେବାରୁ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କ ମଧ୍ୟରୁ ଜଣେ ଆହତ ହୋଇଛନ୍ତି ।

ଟ୍ଵିଟ୍‌ କରି ମେୟର୍ ଭିନସେଣ୍ଟ୍ ଜିନ୍ବର୍ଣ୍ଣ ଲେଖିଛନ୍ତି ଯେ, ତାଙ୍କୁ ଓ ତାଙ୍କ ପରିବାରର କ୍ଷତି ପହଞ୍ଚାଇବା ପାଇଁ ଦଙ୍ଗାକାରୀ ମୋ ଘରକୁ ନିଆଁ ଲଗାଇବା ପୂର୍ବରୁ ଘର ଭିତରକୁ କାର ପସାଇ ଦେଇଥିଲେ । ମୋ ପରିବାର ଶୋଇଥିବା ବେଳେ ପ୍ରତିବାଦକାରୀମାନେ ଘର ଭିତରକୁ କାର୍ ଚଳାଇ ଆଣି ନିଆଁ ଲଗାଇ ଦେଇଥିଲେ। ମୋ ସ୍ତ୍ରୀ ଓ ପିଲା ଆହତ ହୋଇଛନ୍ତି।

ଏହାମଧ୍ୟରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ପାଇଁ ସଙ୍କଟ ଦେଖାଦେଇଛି । ଯେକୌଣସି ପରିସ୍ଥିତିରେ ରାଷ୍ଟ୍ରପତି ଦଙ୍ଗା ଉପରେ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି । ରାଷ୍ଟ୍ରପତିଙ୍କ ଜର୍ମାନୀ ରାଜକୀୟ ଯାତ୍ରାକୁ ସ୍ଥଗିତ କରାଯାଇଛି । ବ୍ୟାପକ ଗିରଫଦାରୀ ଓ ସୁରକ୍ଷାକର୍ମୀଙ୍କ ମୁତୟନ ସତ୍ତ୍ୱେ ଥମୁନି ହିଂସକାଣ୍ଡ। ପୋଲିସ ଗାଡ଼ି ଲୁଟ୍‌ , ଦୋକାନ ଭଙ୍ଗାରୁଜା କରିବା ସହ କାର ଜାଳିଦେଉଛନ୍ତି ପ୍ରଦର୍ଶନକାରୀ । ପୋଲିସ ଫୋର୍ସ ସାମ୍ନାରେ ଚାଲିଛି ଭଙ୍ଗାରୁଜା ପୋଡ଼ାଜଳା। ଏକ ବଡ଼ ଲାଇବ୍ରେରୀକୁ ମଧ୍ୟ ନିଆଁ ଲଗାଦେଇଛନ୍ତି ଉତ୍ତ୍ୟକ୍ତ ଲୋକ। ପୋଲିସ ଉପରକୁ ବାଣ ଫିଙ୍ଗୁଛନ୍ତି । ହିଂସାକାଣ୍ଡରେ ୨୫୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହେଲେଣି।

ସୂଚନାଯୋଗ୍ୟ, ମଙ୍ଗଳବାର ପୋଲିସ ଗୁଳିରେ ନାହେଲ ନାମକ ଜଣେ ୧୭ ବର୍ଷର ଆଲଜେରୀୟ ବାଳକର ମୃତ୍ୟୁକୁ କେନ୍ଦ୍ର କରି ହିଂସାକାଣ୍ଡ ସୃଷ୍ଟି ହୋଇଛି। ବିଶେଷ କରି କମ ବର୍ଷର ପିଲାମାନେ ପୋଲିସ ବିରୋଧରେ ରାସ୍ତାକୁ ଓହ୍ଲାଉଛନ୍ତି। ନାହେଲଙ୍କ ମୃତ୍ୟୁ ପରେ ପୋଲିସ ବ୍ୟବସ୍ଥା ଏବଂ ଜାତିଆଣ ପ୍ରସଙ୍ଗ ଅଭିଯୋଗ ତୀବ୍ର ହୋଇଛି।

Swagatika

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

8 mins ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

3 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

4 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

4 hours ago