ଡାକ୍ତର ନା ପିଶାଚ ! ୩୦ ବର୍ଷର କ୍ୟାରିୟରରେ ୩୪୯ ପିଲାଙ୍କୁ କଲେ ଯୌନଶୋଷଣ

ଫ୍ରାନ୍ସର ବ୍ରିଟେନି ସହରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏହି ଅଭିଯୋଗ କୌଣସି ସାଧାରଣ ଲୋକ ବିରୋଧରେ ନୁହେଁ ବରଂ ଜଣେ ଡାକ୍ତରଙ୍କ ବିରୋଧରେ ହିଁ ଆସିଛି । ଜଣେ ୬୮ ବର୍ଷୀୟ ଡାକ୍ତର ନିଜ ୩୦ ବର୍ଷର କ୍ୟାରିୟର ଭିତରେ ୩୪୯ ଜଣ ପିଲାଙ୍କ ସହ ଯୌନାହିଂସା ଘଟାଇଥିବା ଅଭିଯୋଗ ଆସିଛି । ଏହି ଡାକ୍ତରଙ୍କ ନାଁ ହେଉଛି ଜୋଏଲ ଲି ସ୍କନେକ । ଅଭିଯୋଗ ଆସିବା ପରେ ପୋଲିସ ନିଜ ଡାକ୍ତରଙ୍କୁ ହେପାଜତକୁ ନେଇଛନ୍ତି । ଅଧିକାରୀଙ୍କ ଅନୁଯାୟୀ ଜୋଏଲ ସବୁସମୟରେ ନିଜ ପାଖରେ ଏକ ଡାଏରୀ ରଖୁଥିଲେ । ଯେଉଁଥିରେ ସେ ନିଜ ଯୌନ ଅପରାଧ ଗୁଡିକ ବିଷୟରେ ଲେଖିଛନ୍ତି । ପୋଲିସକୁ ଏହି ଡାଏରୀ ଟିରେ କେତେକ ପିଲାଙ୍କ ନାଁ ଲେଖାଯାଇଥିବା ମଧ୍ୟ ମିଳିଛି । ସନ୍ଦେହ କରାଯାଉଛିକି ଏହି ପିଲାଙ୍କ ସହ ଏହିମାନଙ୍କ ସହ ଡାକ୍ତର ଜଣକ ଯୌନ ଅପରାଧ ଘଟାଇଛନ୍ତି ।

france

ସୂଚନା ମିଳିବା ପରେ ସେହି ପିଲା ମାନଙ୍କ ସହ ପରିବାର ସହ ସମ୍ପର୍କ କରାଯାଇଛି । ଅନ୍ୟ ପକ୍ଷରେ ଡାକ୍ତର ଜଣଙ୍କ ନିଜ ଅପରାଧକୁ ସ୍ୱୀକାର କରିନାହାନ୍ତି । ନିଜ ନାଁରେ ଲାଗିଥିବା ଆରୋପକୁ ସେ ସ୍ୱୀକାର କରିନାହାନ୍ତି । ଏହି ଘଟଣାକୁ ଫ୍ରାନ୍ସରେ ଏଯାବତ ଘଟିଥିବା ସବୁଠାରୁ ବଡ ବାଳଅପରାଧ ବୋଲି ମଧ୍ୟ କୁହାଯାଉଛି । ଖବର ଅନୁଯାୟୀ ଜୋଏଲ ହେଉଛନ୍ତି ଫ୍ରାନ୍ସର ସର୍ଜରୀର ସ୍ପେସିଆଲିଷ୍ଟ । ନିଜ ଜୀବନ କାଳ ଭିତରେ ଡାକ୍ତର ଜୋଏଲ ଫ୍ରାନ୍ସର ବିଭିନ୍ନ ପ୍ରାନ୍ତର ହସ୍ପିଟାଲରେ ରହି କାମ କରିଥିବା ଜଣାଯାଇଛି । ଏମିତିକି ଡାକ୍ତରଙ୍କ ବିରୋଧରେ ଏକ ଛ ବର୍ଷର ଝିଅ ଓ ତା ପରିବାର ସହ ଯୌନନିର୍ଯ୍ୟାତନା କରିଥିବାର ଜଘନ୍ୟ ଅଭିଯୋଗ ମଧ୍ୟ ଆସିଛି । ଅବଶ୍ୟ ଏହି ମାମଲା ବହୁ ବର୍ଷ ପୁରୁଣା ହୋଇଥିବାରୁ ଏମାମଲାରେ କୌଣସି ପ୍ରକାର ଅଧିକ ତଦନ୍ତ କରାଯାଇପାରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.