ନୀସ୍ : ଫ୍ରାନ୍ସର ନୀସ୍ ସହରରେ ଥିବା ନୋଟ୍ରେଡେମ୍ ବେସିଲିକା ଚର୍ଚ୍ଚରେ ହୋଇଥିବା ଆତଙ୍କୀ ଆକ୍ରମଣ ମାମଲାରେ ୬ ଜଣ ଗିରଫ ହୋଇଛନ୍ତି । ପୋଲିସ୍ ସନ୍ଦିଗ୍ଧଙ୍କ ସମ୍ପର୍କରେ ସେମାନଙ୍କ ନାମର ଶେଷ ଅକ୍ଷର ଆଧାରରେ ଗିରଫ କରିଛନ୍ତି । ଏହି ମାମଲାରେ ୩ ଜଣ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା ।
ଦୁଇ ସପ୍ତାହ ତଳେ ଏହି ଆକ୍ରମଣରେ ଜଣେ ବ୍ୟକ୍ତି ଅଲ୍ଲା ଆକ୍ବର କହିବା ସହ ଚର୍ଚ୍ଚରେ ପଶି କିଛି ଲୋକଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଜଣେ ୬୦ ବର୍ଷ ବୟସ୍କ ମହିଳାଙ୍କୁ ବେକ କାଟ ଦୁଇଗଡ଼ କରିଦିଆଯାଇ ଯେପରି ଅଧ୍ୟାପକ ସାମୁଏଲ୍ ପେଟିଙ୍କୁ କରାଯାଇଥିଲା ।
ଅଭିଯୁକ୍ତ ଟ୍ୟୁନିସିଆର ଜଣେ ୨୧ ବର୍ଷ ବୟସର ଯୁବକ ଯାହାକୁ ପୋଲିସ୍ ଘଟଣାସ୍ଥଳରେ ଗୁଳି ମାରିଦେଇଥିଲେ । ଏବେ ସେ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି । ପୋଲିସ ଏବେ ୬ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ।