ଫ୍ରାନ୍ସରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କଲେ ମୋଦି, କହିଲେ ବିଜେପି ସରକାରରେ ପ୍ରିୟାପ୍ରୀତି ତୋଷଣ ବନ୍ଦ ହୋଇଛି

ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ରୀ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଫ୍ରାନ୍ସ ପ୍ରଧାନମନ୍ତ୍ରୀଙ୍କ ସହ ମାରାଥନ ଆଲୋଚନା ହୋଇଛି। ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସଂପର୍କ ସୁଦୃଢ କରିବା ନେଇ ମୁଖ୍ୟତଃ ଆଲୋଚନା ହୋଇଛି। ଏହି ଅବସରରେ କାଶ୍ମୀର ପ୍ରସଂଗକୁ ନେଇ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନ ରାଷ୍ଟ୍ରପତି ମତ ସ୍ପଷ୍ଟ କରିଛନ୍ତି। କାଶ୍ମୀର ବିବାଦ କେବଳ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ପ୍ରସଂଗ ବୋଲି କହିଛିି ଫ୍ରାନ୍ସ। ତେବେ ଉଭୟ ଦେଶ ମଧ୍ୟରେ ସଂପର୍କକୁ ପ୍ରଧାନମନ୍ତ୍ରୀ ଇନ୍ଫ୍ରା ବୋଲି କହିଛନ୍ତି। ଇନ୍- ଅର୍ଥାତ ଇଣ୍ଡିଆ ଫ୍ରା ଅର୍ଥାତ ଫ୍ରାନ
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସରେ ଥିବା ପ୍ରବାସୀ ଭାରତୀଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ରାଜଧାନୀ ପ୍ୟାରିସରେ ଆୟୋଜିତ ପ୍ରବାସୀ ଭାରତୀୟଙ୍କ ସମ୍ମିଳନୀରେ ଯୋଗଦେଇ ନୂତନ ଭାରତର ଆଭିମୁଖ୍ୟ ସଂପର୍କରେ ଉଦବୋଧନ ଦେଇଛନ୍ତି। ତାଙ୍କ ସରକାର ଅମଳରେ ଦେଶରେ ଚାଲିଥିବା ପ୍ରିୟାପ୍ରିତି ତୋଷଣ, ଦୁର୍ନୀତି ଓ ପରିବାରବାଦ ରାଜନୀତି ଶେଷ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେହିପରି ତାଙ୍କ ସରକାର ଗତ ୫ ବର୍ଷରେ ଦେଶର ସାମଗ୍ରିକ ବିକାଶ ଲାଗି ବହୁ ବଳିଷ୍ଠ ପଦକ୍ଷେପ ନେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।