ନୂଆଦିଲ୍ଲୀ : ଫେକ୍ ଲୋନ ଆପ୍ଲିକେସନର ମାଷ୍ଟର ମାଇଣ୍ଡ ଚାଇନିଜ ଯୁବକ ଲିୟୁ କୁ ଖୋଜୁଛି EOW । ଲୁକ୍ ଆଉଟ ସରକୁଲାର ଜାରି ହୋଇଛି । ଭାରତର ସମସ୍ତ ବିମାନ ବନ୍ଦରରେ ଲିୟୁ ଉପରେ ନଜର ରଖିବା ପାଇଁ ଏହି ସର୍କୁଲାର ଜାରି କରାଯାଇଛି । ୨୦୧୯ରୁ ଏହି ଚାଇନିଜ ଯୁବକ ଲିୟୁ ଫେକ୍ ଲୋନ ଆପ୍ର ନେଟୱାର୍କ ସୁଦୃଢ଼ କରିଥିଲା । ଏହା ପରେ ଲକଡାଉନ୍ ବେଳେ ଚାଇନାକୁ ଚାଲି ଯାଇଥିଲା । ଲକ୍ଡାଉନରେ ଲୋକଙ୍କୁ ଲୋନ ଦେଇ ସେମାନଙ୍କ ଠାରୁ ଜୋର ଜ୍ବରଦସ୍ତ ଟଙ୍କା ହଡ଼ପ କରୁଥିଲା ।
ତେବେ କଣ ଏହି ଫେକ ଲୋନ୍ ଆପ୍ ? ପ୍ଲେ ଷ୍ଟୋର୍ରେ ଅତି ସହଜରେ ମିଳିଥାଏ ଏହି ଆପ୍ଲିକେସନ । କକୋ ,ଯୋଜୋ, ଗୋଲଡ଼ କ୍ୟାସ ଭଳି ଏକାଧିକ ନାଁ ରେ ଆପ୍ଲିକେସନ ଖୋଲି ଲୋକଙ୍କୁ ଠକି ଥାଆନ୍ତି ଏମାନେ । ଏହାକୁ ଡାଉନଲୋଡ଼ କରିବା ମାତ୍ରେ ଆକାଉଣ୍ଟକୁ କିଛି ଟଙ୍କା ଆସିଯାଏ । କିଛି ବୁଝିବା ଆଗରୁ ଏହି ଲୋନ୍ ନେବାର ପାଞ୍ଚ ଦିନ ପରେ ମୂଳ ଟଙ୍କାର ୩ ଗୁଣ ଟଙ୍କା ଦେବାକୁ ଆସେ ଧମକ । ଟଙ୍କା ନେଦେଲେ ହ୍ାଟ୍ସଆପରେ ଏକ ଗ୍ରୁପ ତିଆରି କରି ଲୋକଙ୍କ ଫଟୋକୁ ଏଡିଟିଂ କରି ଅଶ୍ଳୀଳ ଫଟୋ କରି ପଠାଇ ଥାଆନ୍ତି ଠକ । ଏହାଦ୍ୱାରା ଭାରତରେ ପ୍ରାୟ ୭ ଜଣ ଲୋକ ଲଜ୍ୟା ଏବଂ ଭୟରେ ଆତ୍ମହତ୍ୟା କରିଛନ୍ତି । ପୂର୍ବରୁ ଏହି ମାମଲାରେ ୫ ଜଣକୁ ଗିରଫ କରିଥିଲା EOW ।