PMGKAYରେ ୨୦୨୨ ମାର୍ଚ୍ଚ ଯାଏଁ ଲୋକଙ୍କୁ ଯୋଗାଇ ଦିଆଯିବ ମାଗଣାରେ ରାସନ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ

କେନ୍ୟୁଜ୍(ବ୍ୟୁରୋ):ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୨୦୨୨ ମାର୍ଚ୍ଚ ଯୋଗାଇ ଦିଆଯିବ ମାଗଣାରେ ରାସନ। ଏନେଇ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ଗରିବ କଲ୍ୟାଣ ଅନ୍ନ ଯୋଜନାକୁ କରୋନା କାଳରେ ଆରମ୍ଭ କରାଯାଇଥିଲା। ଏହାର ଅବଧି ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ରହିଥିବା ବେଳେ ଏହାକୁ ଆଉ ୪ମାସକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ କେନ୍ଦ୍ର ସରକାରଙ୍କ ଉପରେ ୫୩ହଜାର ୩୪୪ କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ।

ପିଏମଜିକେୱାଇରେ ପଞ୍ଚମ ପର୍ଯ୍ୟାୟରେ ୧୬୩ ଲକ୍ଷ ମେଟ୍ରିକ ଟନ ଖାଦ୍ୟ ଶସ୍ୟକୁ ୮୦କୋଟି ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ। ୨୧ତାରିଖରେ PMGKAYରେ ରାଜ୍ୟକୁ ଅଧିକ ଚାଉଳ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହିତାଧୀକାରୀଙ୍କୁ ଆଉ ୮ମାସ ଅଧିକ ଚାଉଳ ଯୋଗାଇ ଦେବାକୁ ଚିଠି ଲେଖିଥିଲେ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.