ଆଜିଠୁ ବସ୍‌ରେ ମାଗଣା ଯାତ୍ରା କରିବେ ମହିଳା; ରକ୍ଷା ବନ୍ଧନରେ ଭଉଣୀମାନଙ୍କୁ ବଡ଼ ଉପହାର ଦେଲେ ୩ ରାଜ୍ୟର ସରକାର…

ରକ୍ଷା ବନ୍ଧନ ଅବସରରେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ହରିୟାଣା ସରକାର ଯାନବାହାନଗୁଡ଼ିକରେ ମାଗଣା ଯାତ୍ରାର ଉପହାର ପ୍ରଦାନ କରିଛନ୍ତି। ଏହି ୩ ରାଜ୍ୟର ସମସ୍ତ ରୋଡ୍‌େଓ୍ଵଜ ବସ୍‌ରେ ମହିଳାମାନେ ଆଜିଠୁ ନିଃଶୁଳ୍କ ଯାତ୍ରା କରି ପାରିବେ। ୟୁପିର ଯୋଗୀ ସରକାର ବସ୍‌ଗୁଡ଼ିକରେ ମାଗଣା ଯାତ୍ରାର ସୁବିଧା ୪୮ ଘଣ୍ଟା ପାଇଁ ଦେଇଛନ୍ତି।

ହରିୟାଣାରେ ମଧ୍ୟାହ୍ନ ୧୨ଟାରୁ ମାଗଣା ବସ୍‌ ସୁବିଧା

ହରିୟାଣାରେ ଅଗଷ୍ଟ ୧୦ ମଧ୍ୟାହ୍ନ ୧୨ଟାରୁ ବସ୍‌ଗୁଡ଼ିକରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା ସୁବିଧା ଆରମ୍ଭ ହୋଇଛି। ରକ୍ଷା ବନ୍ଧନ ପାଇଁ ବସ୍‌ ଷ୍ଟାଣ୍ଡଗୁଡ଼ିକରେ ୪୦ଟି ଅତିରିକ୍ତ ବସ୍‌ ଚଲାଯାଉଛି। ରାଜ୍ୟର ସମସ୍ତ ବସ୍‌ ଷ୍ଟାଣ୍ଡରେ ଫ୍ଲାଇଙ୍ଗ୍‌ ଟିମ୍‌ର କର୍ମଚାରୀମାନଙ୍କୁ ଅଲଗା ଭାବେ ମୁତୟନ କରାଯାଇଛି।

ଉତ୍ତରାଖଣ୍ଡରେ ୨୪ ଘଣ୍ଟା ମାଗଣା ସେବା

ରକ୍ଷା ବନ୍ଧନ ଦିନ ଉତ୍ତରାଖଣ୍ଡ ପରିବହନ ନିଗମ ଦ୍ୱାରା ସଞ୍ଚାଳିତ ବସ୍‌ଗୁଡ଼ିକରେ ମହିଳାମାନଙ୍କୁ ମାଗଣା ଯାତ୍ରା ସୁବିଧା ମିଳିବ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ମା’, ଭଉଣୀମାନଙ୍କୁ ରାକ୍ଷୀର ଉପହାର ଦେଇଛନ୍ତି। ଉତ୍ତରାଖଣ୍ଡର ବସ୍‌ଗୁଡ଼ିକରେ ମାଗଣା ଯାତ୍ରା ସୁବିଧା ଅଗଷ୍ଟ ୧୦ ତାରିଖ ରାତି ୧୨ଟାରୁ ଆରମ୍ଭ ହୋଇ ୧୧ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ମିଳି ପାରିବ।

୪୮ ଘଣ୍ଟା ପାଇଁ ମାଗଣା ଯାତ୍ରା ଉପହାର

ଉତ୍ତର ପ୍ରଦେଶ ସରକାର ରକ୍ଷା ବନ୍ଧନ ଏବଂ ‘ଆଜାଦୀର ଅମୃତ ମହୋତ୍ସବ’ ଉପଲକ୍ଷେ ରାଜ୍ୟର ସମସ୍ତ ସରକାରୀ ବସ୍‌ରେ ମହିଳାମାନଙ୍କୁ ମାଗଣା ଯାତ୍ରାର ଉପହାର ଦେଇଛନ୍ତି। ଏହି ନିଃଶୁଳ୍କ ସେବା ୪୮ ଘଣ୍ଟା ପାଇଁ ଉପଲବ୍ଧ ରହିବ। ଅଗଷ୍ଟ ୧୦ ତାରିଖ ରାତି ୧୨ଟାରୁ ଆରମ୍ଭ ହୋଇ ଏହା ୧୨ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ। ଏହି ଅବଧିରେ ମହିଳାମାନେ ମାଗଣା ଯାତ୍ରା କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.