‘ଏ ଦୋସ୍ତି ହମ ନେହିଁ ତୋଡ଼େଙ୍ଗେ’; ମଲା ପରେ ବି ଶବକୁ କବରରୁ କାଢି ଏମିତି କଲେ ସାଙ୍ଗ !

ବନ୍ଧୁତା କେବଳ ଏକ ଶବ୍ଦ ନୁହେଁ, ଏହା ଦୁଇଟି ହୃଦୟ ମଧ୍ୟରେ ଥିବା ସମ୍ପର୍କର ସେତୁ। କୋମଳ ହେଲେ ବି ବହୁତ୍ ଶକ୍ତିଶାଳୀ। ପ୍ରକୃତ ବନ୍ଧୁଟିଏ ସାଥିରେ ଥିଲେ ପଙ୍ଗୁ ପର୍ବତ ଚଢିବା ବା ଅନ୍ଧ ଦୁନିଆଁ ଦେଖିବା କିଛି ବଡ କଥା ନୁହେଁ । ଦୁଇଟି ବନ୍ଧୁଙ୍କ ସମ୍ପର୍କ ସର୍ବଦା ବିଶ୍ୱାସର ଡୋରିରେ ବାନ୍ଧିହେବା ଉଚିତ୍‌। ବିଶ୍ୱାସ ହିଁ ଏହାକୁ ଅଧିକ ଶକ୍ତ କରାଇଥାଏ ।କିନ୍ତୁ ଇକ୍ୟୁଏଡୋରରୁ ଏପରି ଏକ ବନ୍ଧୁତାର କାହାଣୀ ଦେଖିବାକୁ ମିଳିଛି। ଯେଉଁଠାରେ କିଛି ବନ୍ଧୁ ନିଜ ସାଥୀଙ୍କ ମୃତ୍ୟୁ ପରେ ତାଙ୍କର ସଉକ ପୂରଣ କରିଛନ୍ତି।

ସୂଚନା ଅନୁଯାୟୀ, ଦକ୍ଷିଣ ଆମେରିକାର ଇକ୍ୟୁଏଡୋରରେ ରହୁଥିବା ଏରିକ୍ କେଡେନୋଙ୍କ ନାମକ ଜଣେ ୨୧ ବର୍ଷ ବୟସ୍କ ଯୁବକଙ୍କର ନିକଟରେ ମୃତ୍ୟୁ ହୋଇଥିଲା । ଏପରିକି ଏରିକର ସାଙ୍ଗମାନେ ତାଙ୍କ ଅନ୍ତିମ ସଂସ୍କାରକୁ ଆସିପାରିଲେ ନାହିଁ। ମୃତ ଏରିକ୍ କେଡେନୋ ବାଇକ୍ ଚଲାଇବାକୁ ଭଲ ପାଉଥିଲେ। ଏହି ପରିସ୍ଥିତିରେ ତାଙ୍କ ସାଙ୍ଗମାନେ ଅଜବ କାର୍ଯ୍ୟ କରିଥିଲେ ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା।

ତେବେ ତାଙ୍କ ବନ୍ଧୁମାନେ ତାଙ୍କ ବାପା-ମାଙ୍କଠାରୁ ଅନୁମତି ନେବା ପରେ ଏରିକଙ୍କ ମୃତଦେହକୁ କବର ଭିତରୁ ବାହାର କରିଥିଲେ। ଏହା ପରେ ଶବକୁ ବାଇକରେ ରଖି ତାଙ୍କ ପ୍ରିୟ ସ୍ଥାନକୁ ବୁଲାଇ ନେଇଥିଲେ। ରାସ୍ତାରେ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଲୋକମାନେ ଭାବୁଥିଲେ କାହିଁକି ଏହି ପୁଅମାନେ ଏକ ଶବ ସହିତ ରାସ୍ତାରେ ବୁଲୁଛନ୍ତି? ଏହି ସମୟରେ ଲୋକମାନେ ଫଟୋ ଉଠାଇ , ଭିଡିଓ ତିଆରି କରୁଥିଲେ।

ଖବର ଅନୁଯାୟୀ ପ୍ରାୟ ୭ ଜଣ ଲୋକ ବାଇକରେ ରାସ୍ତାରେ ବୁଲୁଥିଲେ। ଏଥିରେ ଦୁଇଜଣ ଲୋକ ଶବକୁ ବାଇକର ମଝିରେ ରଖିଥିଲେ। ଏହି ଲୋକମାନେ ସେମାନଙ୍କର ମୃତ ବନ୍ଧୁଙ୍କ ଶେଷ ଇଚ୍ଛା ପୂରଣ କରୁଥିଲେ। ଏରିକ୍ ବାଇକ୍ ଚଲାଇବାକୁ ବହୁତ ଭଲ ପାଉଥିଲେ। ଏହି କାରଣରୁ, ମୃତ୍ୟୁ ପରେ ସାଙ୍ଗମାନେ ଏରିକକୁ ବାଇକରେ ବୁଲାଇଥିଲେ। କେବଳ ଏତିକି ନୁହେଁ, ସେ କବର ଉପରେ ମଦ ବୁନ୍ଦା ମଧ୍ୟ ଛିଞ୍ଚିଥିଲେ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଇକ୍ୟୁଏଡୋରରେ ଏହା ପ୍ରଥମ ଘଟଣା। କରୋନା ସଙ୍କଟ ମଧ୍ୟରେ ଲୋକମାନେ ଶବକୁ କବରରୁ ବାହାର କରିବା ଏବଂ ଏହିପରି ସର୍ବସାଧାରଣ ସ୍ଥାନରେ ବୁଲିବା ବିଷୟକୁ ନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି ।

Leave A Reply

Your email address will not be published.