ପ୍ରେମିକାକୁ ମେସେଜ କରିବାରୁ ସାଙ୍ଗ ନେଇଗଲା ସାଙ୍ଗର ଜୀବନ; ତଣ୍ଟି ଚିପି ପ୍ରାଇଭେଟ୍‌ ପାର୍ଟକୁ କରିଦେଲା ଅଲଗା, କାଢ଼ି ଆଣିଲା ହାର୍ଟ!

ହାଇଦ୍ରାବାଦରେ ୨୨ ବର୍ଷୀୟ ଯୁବକ ନିଜ ସାଙ୍ଗକୁ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି। ସାଙ୍ଗ ଜଣକ ପ୍ରେମିକାକୁ କଲ୍‌ ଏବଂ ମେସେଜ କରିବାରୁ ଯୁବକ ଜଣକ ପ୍ରତିଶୋଧ ପରାୟଣ ହୋଇ ଘଟଣାଥିଲେ ଏଭଳି ନାରକୀୟ କାଣ୍ଡ।

ହାଇଦ୍ରାବାଦରେ ଜଣେ ସାଙ୍ଗ ଆଉ ଜଣେ ସାଙ୍ଗକୁ ଅତି ବିଭତ୍ସ ଭାବେ ହତ୍ୟା କରିଛି। କାହିଁକି ନା, ସାଙ୍ଗ ଜଣକ ପ୍ରେମିକାକୁ ବାରମ୍ବାର ମେସେଜ୍‌ ଏବଂ କଲ୍‌ କରୁଥିଲା, ଯାହାକୁ ନେଇ ଅଭିଯୁକ୍ତ ମନରେ ରାଗ ରଖିଥିଲା। ଏହି କଥାକୁ ନେଇ ସେ ଏତେ ରାଗି ଯାଇଥିଲା ଯେ ସେ ନିଜ ସାଙ୍ଗର ମୁଣ୍ଡ କାଟି ଦେଇଥିଲା। ହାର୍ଟ ଏବଂ ପ୍ରାଇଭେଟ୍‌ ପାର୍ଟକୁ କାଟି ବାହାର କରିବା ସହ ଆଙ୍ଗୁଠିଗୁଡ଼ିକୁ ମଧ୍ୟ କାଟି ଅଲଗା କରି ଦେଇଥିଲା। ପରେ ନିଜେ ଥାନାରେ ଆତ୍ମସମର୍ପଣ କରିଥିଲା।

ପୋଲିସ ଅଭିଯୁକ୍ତଙ୍କ ବୟାନ ଆଧାରରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ସରକାରୀ ହସ୍ପିଟାଲ ପଠାଇଛି। ପୋଲିସ ମୁତାବକ, ନବୀନ ଓ ହରିହର ଗୋଟିଏ ହିଁ କଲେଜରେ ଏକ ସାଥୀରେ ଇଣ୍ଟରମିଡିଏଟ୍‌ ପାଠପଢ଼ା ଶେଷ କରିଥିଲେ। ସେମାନେ ଉଭୟ ଭଲ ସାଙ୍ଗ ଥିଲେ।

ହେଲେ ଦୁଇ ଜଣ ଜଣେ ହିଁ ଯୁବତୀଙ୍କୁ ଭଲ ପାଉଥିଲେ। ପ୍ରଥମେ ନବୀନ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଏବଂ ଉଭୟ ରିଲେସନଶିପ୍‌କୁ ଆସିଥିଲେ। ଯଦିଓ ଏହାର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ ହୋଇଯାଇଥିଲା, ଯାହା ପରେ ହରିହର ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଏବଂ ଯୁବତୀ ଜଣକ ଏହାକୁ ସ୍ୱୀକାର ମଧ୍ୟ କରିଥିଲେ।

ସେପଟେ ବ୍ରେକ୍‌ଅପ ସତ୍ତ୍ୱେ ନବୀନ ଲଗାତାର ଯୁବତୀଙ୍କ ସହ ଯୋଗାଯୋଗରେ ଥିଲେ ଏବଂ ତାଙ୍କୁ ମେସେଜ ଓ କଲ୍‌ କରୁଥିଲେ, ଯାହାକୁ ନେଇ ହରିହର ଚିନ୍ତିତ ହୋଇପଡ଼ିଥିଲେ। ଅଭିଯୁକ୍ତ ୩ ମାସ ହେବ ସୁଯୋଗକୁ ଅପେକ୍ଷା କରି ବସିଥିଲେ। ପୋଲିସ କହିଛି ଯେ ୧୭ ଫେବୃୟାରୀରେ ମଦ ନିଶାରେ ଉଭୟ ସାଙ୍ଗଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହାପରେ ହରିହର, ନବୀନଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏତିକି ନୁହେଁ, ହତ୍ୟା ପରେ ଅଭିଯୁକ୍ତ ନବୀନଙ୍କ ଫଟୋଗୁଡ଼ିକୁ ଯୁବତୀଙ୍କ ହ୍ଵାଟସ୍‌ଆପକୁ ମଧ୍ୟ ପଠାଇଥିଲେ। ପୋଲିସ ଏହି ମାମଲାର ତଦନ୍ତ କରୁଛି।