ସାଙ୍ଗ ହେବ ତ ଏମିତି : ଦିବ୍ୟାଙ୍ଗ ସାଙ୍ଗକୁ କାନ୍ଧରେ ବସାଇ କଲେ ୟୁରୋପ ଯାତ୍ରା, ସମସ୍ତଙ୍କ ପାଇଁ ଉଦାହରଣ ସାଜିଲେ ଏହି ୩ ବନ୍ଧୁ

କୁହାଯାଏ, ସାହସ ଅଛି ତ ସବୁ ଅଛି। ସାହସ ନାହିଁ ତ କିଛି ନାହିଁ। କିନ୍ତୁ ଆମେ ଏବେ କହିବୁ, ପାଖରେ ଯଦି ସାହସ ଓ ପ୍ରକୃତ ବନ୍ଧୁଟିଏ ଥିବ, ତା’ହେଲେ ସବୁକିଛି ସମ୍ଭବ ହୋଇପାରିବ। ହଁ, ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଘଟଣାଟି ୨୦୧୬ର। କେଭନ୍‌ ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମନରେ ଅନେକ ସ୍ୱପ୍ନ ଭରି ରହିଥିଲା। ଏହାସହିତ ତାଙ୍କ ପାଖରେ ଥିଲେ ୨ ପ୍ରକୃତ ବନ୍ଧୁ। ଏ ସବୁକୁ ମିଶାଇ ସେ ସ୍ୱପ୍ନ ଦେଖୁଥିବା ଲୋକଙ୍କ ପାଇଁ ସୃଷ୍ଟି କରିଥିଲେ ଏକ ବଡ଼ ଉଦାହରଣ।

d2

ସେ ସମୟରେ କେଭନ୍‌ ନିଜର ଦୁଇ ରୁମ୍‌ମେଟଙ୍କ ସହିତ ରହୁଥିଲେ। ସେଠାରୁ ସେ ସାଙ୍ଗମାନଙ୍କ ସହ ବୁଲିବା ପାଇଁ ପ୍ଲାନ୍‌ କରିଥିଲେ। ଏପରି କି, ହ୍ଵିଲ୍‌ଚେୟାରକୁ ବି ସେ ଘରେ ଛାଡ଼ିଦେଇଥିଲେ। ଜଣେ ସାଙ୍ଗ ତାଙ୍କୁ ବ୍ୟାକ୍‌ପ୍ୟାକ୍‌ ଭଳି କାନ୍ଧରେ ଉଠାଇ ୩ ସପ୍ତାହର ୟୁରୋପ ଯାତ୍ରାରେ ବାହାରିଥିଲେ। ସମସ୍ତେ ଫ୍ରାନ୍ସ, ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଦେଶ ଯାତ୍ରା କରିଥିଲେ। କେଭନ୍‌ ଏବଂ ତାଙ୍କର ଦୁଇ ସାଙ୍ଗ ଆମେରିକାର।

d4

କେଭନ୍‌ ଓ ସାଙ୍ଗମାନେ ମିଶି ଏକ ଅଭିଯାନ ଆରମ୍ଭ କରିଥିଲେ, ଯାହାର ନାଁ ସେମାନେ ରଖିଥିଲେ ‘We Carry Kevan’। ଏହା ଜରିଆରେ ୩ଜଣ ମିଶି ଲୋକଙ୍କୁ ଭଲ ବାର୍ତ୍ତା ଦେଇଥିଲେ। ଯାତ୍ରା ସମୟରେ ସେମାନେ ଯେଉଁ ସବୁ ସ୍ଥାନ ବୁଲୁଥିଲେ, ସେଠାକାର ଲୋକଙ୍କ ସହିତ କଥାବାର୍ତ୍ତା ହେଉଥିଲେ। ତେବେ ୨୦୧୮ରେ ମଧ୍ୟ ସମସ୍ତେ ମିଶି ଚୀନ୍‌ ଯାତ୍ରା କରିଥିଲେ।

d3

କେଭନ୍‌ କୁହନ୍ତି, ସେ ପିଲାବେଳେ ନିଜ ପରିବାର ସହିତ ବୁଲିବାକୁ ଯାଉଥିଲେ। ସେବେଠାରୁ ତାଙ୍କୁ ଦୁନିଆ ଦେଖିବା ପାଇଁ ସଉକ ଥିଲା। ସେ ନିଜ ସାଙ୍ଗମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି। ସମସ୍ତଙ୍କୁ ଏଭଳି ସାଙ୍ଗ ମିଳନ୍ତୁ। ଯିଏ ତୁମ ସ୍ୱପ୍ନକୁ ଗୁରୁତ୍ୱ ଦେଉଥିବ। ତେବେ ତାଙ୍କ କହିବା ହେଲା, ସେ କେବେ ବି ନିଜ ଯାତ୍ରା ବନ୍ଦ କରିବେ ନାହିଁ। କାରଣ, ଏହା ହିଁ ଗୋଟିଏ ମାଧ୍ୟମ, ଯେଉଁଥିପାଇଁ ତାଙ୍କ ମନରେ ପ୍ରବଳ ଆଗ୍ରହ ଆସୁଛି।

କହି ରଖୁଛୁ କି, Spinal Muscular Atrophy ଏମିତି ଏକ ରୋଗ, ଯାହାର ଶିକାର ହେଲେ ମଣିଷ ଚାଲିପାରି ନ ଥାଏ। କେଭନ୍‌ ପିଲାବେଳୁ ହିଁ ଏହି ରୋଗର ଶିକାର ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.