ଗାଡିଚାଳକ ସାବଧାନ! ଅକ୍ଟୋବର ୧ରୁ ଲାଗୁ ହେବାକୁ ଯାଉଛି ଏହି ସବୁ ନିୟମ

ଗାଡି ଚଲାଇବା ସମୟରେ ଫୋନରେ କଥା ହେଉଛନ୍ତି କି ? ତାହେଲେ ହୋଇଯାନ୍ତୁ ସାବଧାନ। ଅକ୍ଟୋବର ୧ ତାରିଖରୁ ଗାଡି ଚଲାଇବାର ଅନେକ ନିୟମ ବଦଳିବାକୁ ଯାଉଛି। ଏହି ନିୟମ ଅନୁଯାୟୀ ଏଣିକି ଗାଡି ଚଲାଇବା ସମୟରେ ଫୋନରେ କଥା ହେବା ପଡିବ ମହଙ୍ଗା। ତେବେ କେବଳ ରୁଟ ନେଭିଗେସନ ବ୍ୟତିତ ମୋବାଇଲର ବ୍ୟବହାର କଥା ହେବା ପାଇଁ କରୁଥିବା ସମୟରେ ଧରା ପଡିଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ। ସେହିପରି ରୁଟ ନେଭିଗେସନ କରୁଥିବା ସମୟରେ ଡ୍ରାଇଭରର ଧ୍ୟାନ ଭଙ୍ଗ ଯେମିତି ନହେଉ ସେଥି ପ୍ରତି ଧ୍ୟାନ ଦିଆଯିବ। ଏନେଇ ସଡକ ପରିବହନ  ଓ  ରାଜମାର୍ଗ ମନ୍ତ୍ରାଳୟ ତରଫରୁ ଏହି ନିୟମକୁ ନୋଟିଫାଏ କରାଯାଇଛି। ଅନ୍ୟପକ୍ଷରେ ଗାଡି ଚଲାଇବା ସମୟରେ ମୋବାଇଲରେ କଥାହେଲେ ୧ହଜାରରୁ ୫ ହଜାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ।

ପୂର୍ବ ବର୍ଷରେ ହୋଇଥିବା ମୋଟର ଯାନ ସଂଶୋଧନ ନିୟମରେ ଏହି ନିୟମ ଯୋଡା ଯାଇଥିଲା । ତେବେ ଏହି ଆକ୍ଟରେ ଥିବା କିଛି ନିୟମ ପୂର୍ବବର୍ଷରେ ଲାଗୁ ହୋଇଯାଇଥିବାବେଳେ ଚଳିତ ବର୍ଷ ଦେଶରେ ଟ୍ରାଫିକ ନିୟମ ସମ୍ବଦ୍ଧୀୟ ନିୟମ ଆଇଟି ସେବା ଏବଂ ଇଲେକ୍‌ଟ୍ରୋନିକ ମନିଟରିଙ୍ଗ ଦ୍ୱାରା ଉତ୍ତମ ବ୍ୟବହାର ହେବା ସହିତ ଗାଡି ଚାଳକଙ୍କ ଉତ୍ପିଡନ ଉପରେ ରୋକ ଲାଗାଯିବ ।

mob navigator

ଏଣିକି ପୋଲିସ ଅଧିକାରୀ କାଗଜ ପତ୍ରର ଦାବି କରିପାରିବେ ନାହିଁ:

େଓ୍ଵବ ପୋର୍ଟାଲରେ ରେକର୍ଡ ହୋଇଥିବା ଏବଂ ଡିସକ୍ୱାଲିଫାଇ ହୋଇଥିବା ଡ୍ରାଇଭିଙ୍ଗ ଲାଇସେନ୍ସର ବିବରଣୀ କ୍ରୋନୋଲୋଜିକାଲ ମାଧ୍ୟମରେ ଅପଡେଟ କରାଯିବ ବୋଲି ସୂଚନା ମିଳିଛି। ଏହାଦ୍ୱାରା ଗାଡି ଚାଳକ ବ୍ୟବହାର କରୁଥିବା ମୋନିଟରିଙ୍ଗ ବିଷୟରେ ଅଥରିଟିର୍ସଙ୍କୁ ସୂଚନା ମିଳିପାରିବ। ଗାଡି ସହିତ ଜଡିତ କାଗଜପତ୍ରର ବୈଧତା ଯଦି ଇଲେକଟ୍ରୋନିକ ଉପାୟରେ ହୋଇଯାଏ ତେବେ ପୋଲିସ ଅଧିକାରୀ ଶାରୀରିକ ଭାବରେ କାଗଜପତ୍ରର ଦାବି କରିପାରିବେ ନାହିଁ ।

accident

ମୋବାଇଲରେ କଥା ହେବା ହେଉଛି ର୍ଦୁଘଟଣାର ବଡ କାରଣ:

ଆଜିକାଲି ଲୋକେ ବିଶେଷ କରି ଯୁବ ପିଢୀ ମୋବାଇଲରେ କଥା ହୋଇ ଗାଡି ଚଲାଉଥିବା ସମୟରେ ଅନେକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ମୋବାଇଲରେ କଥା ହେଲେ ଚାଳକଙ୍କ ଧ୍ୟାନ ଗାଡି ଚଲାଇବା ଉପରୁ ହଟିଯାଇଥାଏ, ଏଥିପାଇଁ ବର୍ତ୍ତମାନ କେବଳ ମୋବାଇଲକୁ ଡାର୍ସବୋର୍ଡ ସମ୍ମ୍‌ୁଖରେ ରଖି ରୁଟ ନେଭିଗେସନ ପାଇଁ ବ୍ୟବହାର କରିପାରିବେ। ତେବ ଗାଡି ଚଲାଇବା ସମୟରେ ଏଣିକି ମୋବାଇଲରେ କଥା ହେବା ବନ୍ଦ କରି ନିଜ ଜୀବନକୁ ସୁରକ୍ଷିତ ରଖନ୍ତୁ।

Leave A Reply

Your email address will not be published.