ସବୁବେଳେ ମଦ ନିଶାରେ ଚୁର୍ ରହୁଥିଲା ପୁଅ, ଶେଷରେ ବିରକ୍ତ ହୋଇ ମା ଦେଇଦେଲା ଖାଦ୍ୟରେ ବିଷ
ମା ସାଜିଲା ପିଶାଚ। ନିଜ ଜନ୍ମ କଲା ପୁଅର ନେଲା ଜୀବନ। ତାମିଲନାଡୁର ଜଣେ ମା’ ନିଜ ଇଞ୍ଜିନିୟର ପୁଅକୁ ପ୍ରଥମେ ବିଷ ଦେଲା ଆଉ ତାପରେ ତାର ପୂରା ଶରୀରକୁ ଖଣ୍ଡ ଖଣ୍ଡ କରି କାଟଦେଲା। ଯାହା ପରେ ତଦନ୍ତ ଆଧାରରେ ମହିଳାଙ୍କୁ ଗିରଫ କରାଯାଇଛି। ମହିଳା ନିଜ ଦୋଷ ସ୍ୱୀକାର କରିଛନ୍ତି। ମା ଜଣଙ୍କ ତାଙ୍କ ପୁଅକୁ ସବୁବେଳେ ନିଶାଶକ୍ତ ଅବସ୍ଥାରେ ଦେଖି ଦେଖି ବିରକ୍ତି ହୋଇଯାଇଥିଲେ। ଏହି କାରଣ ଯୋଗୁଁ ସବୁବେଳେ ମା ପୁଅଙ୍କ ମଧ୍ୟରେ ଝଗଡା ହେଉଥିଲା।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପୋଲିସକୁ ଏକ କଟାମୁଣ୍ଡ ମିଳିଲା। ଯାହାର ହାତ ଏବଂ ପାଦ କଟାଥି।ପୋଲିସ ମାମଲା ରୁଜୁ କରିବା ପରେ ଯାଞ୍ଚ ଆରମ୍ଭ କଲେ। ପୋଲିସ ଜଣାଇଛନ୍ତି ଯେ ଶବକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ପକାଇ ଦିଆଯାଇଛି। ସିସିଟିଭି ଫୁଟେଜ୍ ଆଧାରରେ ମହିଳା ଜଣଙ୍କୁ ପଚରାଉଚୁରା କରାଗଲା। ଯାହାପରେ ସେ ନିଜ ଦୋଷ ସ୍ୱିକାର କରିଥିଲେ।
ମହିଳା ଜଣଙ୍କ ନିଜ ବୟାନରେ କହିଲେ ଯେ ସେ ତାଙ୍କ ପୁଅର ମଦ ନିସାରେ ବିରକ୍ତ ହୋଇଯାଇଥିଲେ। ସବୁପ୍ରକାର ଚେଷ୍ଟା ପରେ ଶେଷକୁ ହତାଶ ହୋଇ ସେ ଏପରି ଏକ କାମ କରିଥିବା କହିଛନ୍ତି। ସୂଚନା ଅନୁଯାୟୀ ରାତିରେ ଖାଇବାକୁ ଦେବାବେଳେ ଖାଦ୍ୟରେ ବିଷ ମିଶାଇ ଦେଇଥିଲେ। ଯାହାପରେ ପୁଅର ମ୍ରୁତ୍ୟୁ ହୋଇଗଲା।