ଦେଶ ବିଦେଶ

ଚିତା ନିଆଁକୁ ତେଜ କରିବା ପାଇଁ ଢାଳିଦେଲେ ପେଟ୍ରୋଲ; ଭୟଙ୍କର ବିସ୍ଫୋରଣରେ ଜଳିଗଲେ ୧୧ ଜଣ ଆତ୍ମୀୟ ସ୍ୱଜନ

ମହାରାଷ୍ଟ୍ରର ପୁଣେରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଶ୍ମଶାନ ଘାଟରେ ଭୟଙ୍କର ବିସ୍ଫୋରଣ ଘଟି ୧୧ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଅନ୍ତିମ ସଂସ୍କାର ଚାଲିଥିବା ସମୟରେ ଘଟିଥିଲା, ଯାହାଫଳରେ ୧୧ ଜଣ ଲୋକ ନିଆଁ ସଂସ୍ପର୍ଶରେ ଆସି ଜଳିଯାଇଥିଲେ। ବିସ୍ଫୋରଣର ତୁରନ୍ତ ପରେ ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଏହି ମାମଲାରେ ସୂଚନା ଦେଇ କହିଛି ଯେ ଦାହ ସଂସ୍କାର ପ୍ରକ୍ରିୟାକୁ ଜଲ୍‌ଦି ସାରିବା ତଥା ଚିତା ନିଆଁକୁ ଅଧିକ ତେଜ କରିବା ପାଇଁ କେହି ଜଣେ ଚିତାରେ ପେଟ୍ରୋଲ ଢାଳି ଦେଇଥିଲେ। ଯାହାଫଳରେ ହଠାତ୍‌ ସେଠାରେ ବିସ୍ଫୋରଣ ଘଟିଥିଲା। ଏହି ନିଆଁ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ଉପସ୍ଥିତ ମୃତକଙ୍କ ଆତ୍ମୀୟ ସ୍ୱଜନମାନେ ଜଳି ଯାଇଥିଲେ।

ପୋଲିସ ମୁତାବକ, ପୁଣେର ତାଡ଼ିଓ୍ଵାଲା ରୋଡ୍‌ସ୍ଥିତ ଏକ ଶବଦାହ ଗୃହରେ ଏହି ଘଟଣା ଘଟିଛି। ଶନିବାର ସନ୍ଧ୍ୟାରେ ଜଣଙ୍କ ଅନ୍ତ୍ୟୋଷ୍ଟି କ୍ରିୟା ଚାଲିଥିବା ସମୟରେ ହଠାତ୍‌ ଭୟଙ୍କର ବିସ୍ଫୋରଣ ଘଟି ୧୧ ଜଣ ଲୋକ ଜଳି ଯାଇଥିଲେ। ପୋଲିସ କମିଶନର ସାଗର ପାଟିଲ କହିଛନ୍ତି ଯେ ଘଟଣାଟି ସନ୍ଧ୍ୟା ପାଖାପାଖି ୭ଟାରେ ସ୍ଥାନୀୟ କୈଳାଶ ଶବଦାହ ଗୃହରେ ଘଟିଛି। ପୂର୍ବରୁ ଜଳୁଥିବା ଚିତାରେ ଯେତେବେଳେ ପେଟ୍ରୋଲ ଢଳା ଯାଇଥିଲା, ତ ତାହା ବହି ଯାଇଥିଲା ଏବଂ ନିଆଁ ଚାରିଆଡ଼କୁ ବ୍ୟାପି ଏଭଳି ବିସ୍ଫୋରଣ ଘଟିଥିଲା।

ପୋଲିସ କହିଛି ଯେ ଏହି ଦୁର୍ଘଟଣାରେ ଜଳି ଯାଇଥିବା ଲୋକଙ୍କୁ ତୁରନ୍ତ ସ୍ଥାନୀୟ ଦୁଇଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ କରାଯାଉଛି। ଆଉ ଜଣେ ଅଧିକାରୀଙ୍କ କହିବା ଅନୁସାରେ, କିଛି ଲୋକ ଗୁରୁତର ଭାବରେ ଜଳି ଯାଇଛନ୍ତି। ସୂଚନାଥାଉ କି, ଏଠାରେ ଆତ୍ମହତ୍ୟା କରିଥିବା ଦୀପକ କାମ୍ବଲେ ନାମକ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର ଚାଲିଥିଲା। ଏହି ସମୟରେ ଦୁର୍ଘଟଣା ଘଟିଥିଲା।

ଅନ୍ତିମ ସଂସ୍କାରରେ ସାମିଲ ଥିଲେ ୮୦ ଜଣ ଲୋକ

ପୋଲିସ ସୂଚନା ମୁତାବକ, ଦୁର୍ଘଟଣାରେ ଜଳି ଯାଇଥିବା ସମସ୍ତ ଲୋକ ମୃତ କାମ୍ବଲେଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ। କାମ୍ବଲେଙ୍କ ପୁଅଙ୍କ କହିବା ଅନୁସାରେ, ଶ୍ମଶାନରେ ପରିବାର ସଦସ୍ୟଙ୍କ ସମେତ ପାଖାପାଖି ୮୦ ଜଣ ଲୋକ ଉପସ୍ଥିତ ଥିଲେ। କହି ରଖୁଛୁ, କୌଣସି କାରଣକୁ ନେଇ ଏଠାରେ ଦୀପକ କାମ୍ବଲେ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଥିଲେ। ଏହାପରେ ଶୋକସନ୍ତପ୍ତ ପରିବାର ତାଙ୍କ ମୃତଦେହକୁ ଦାହ ନିମନ୍ତେ ପୁଣେର ତାଡ଼ିଓ୍ଵାଲା ରୋଡରେ ଥିବା ଘାଟକୁ ନେଇ ଯାଇଥିଲେ।

Roshni

Recent Posts

ଆଜିଠୁ ମାଛଧରା ଆରମ୍ଭ, ୬୧ ଦିନ ପରେ ହଟିଲା କଟକଣା

ପାରାଦୀପ (କେନ୍ୟୁଜ): ନଦୀ ମୁହାଣ ଏବଂ ସମୁଦ୍ରରେ ମାଛଧରା ଉପରେ ଥିବା ୬୧ ଦିନର କଟକଣା ଶେଷ ହୋଇଛି । …

3 mins ago

ରଜ ମଉଜରେ ଶଶିକାନ୍ତଙ୍କ ବନାରସ ପାନର ମଜା ନିଆରା

କାକଟପୁର(କେନ୍ୟୁଜ):ମଉଜ ମଜଲିସ୍,ହସ ଉଲ୍ଲାସ । ରଜ ଆସିଲେ ସମସ୍ତେ ଖୋଜନ୍ତି ପୋଡ଼ପିଠା, ଦୋଳି ଖେଳ ଓ ରଜ ପାନ ।…

33 mins ago

ରଜକୁ ନେଇ ଚଳଚଞ୍ଚଳ ରେଶମ ସହର ବ୍ରହ୍ମପୁର, ରଜ ଦୋଳି ଖେଳିଲେ ଦୃଷ୍ଟିବାଧିତ ଛାତ୍ରୀ

ବ୍ରହ୍ମପୁର (କେନ୍ୟୁଜ): ଓଡ଼ିଶାର ଗଣ ପର୍ବ ହେଉଛି ରଜ ପର୍ବ । ରଜକୁ ନେଇ ଉତ୍ସବ ମୁଖର ହୋଇଉଠିଛି ରେଶମ…

1 hour ago

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ, ୨୦ଫୁଟ ତଳକୁ ଖସିପଡିଲା ଉଭୟ ଗାଡି

ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ନିକଟରେ ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସକୁ ଧକ୍କା…

1 hour ago

ଜଲଦି ଚେକ୍ କରନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର; ଅନେକ ସ୍ଥାନରେ କମିଲା ମୂଲ୍ୟ

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

2 hours ago

୧୭ରୁ ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର (କେନ୍ୟୁଜ): ଗ୍ରୀଷ୍ମ ପ୍ରବାହରୁ ମିଳିବ ଆଶ୍ୱସ୍ତି ।  ରାଜ୍ୟରେ ୫ ଦିନ ହେବ କାଳବୈଶାଖୀ ।  ଆଗାମୀ ୫…

2 hours ago