ପିଏଚ୍‌ଡି/ସ୍ନାତକୋତ୍ତରଙ୍କ ପାଇଁ Fulbright Nehru Academic and Professional Excellence ଫେଲୋସିପ୍‌, ମିଳିବ ବିଦେଶ ବୁଲିବା ସହ ଏସବୁ ସୁବିଧା

ପିଏଚ୍‌ଡି ଓ ସ୍ନାତକୋତ୍ତର ଡିଗ୍ରୀଧାରୀଙ୍କ ପାଇଁ ୟୁନାଇଟେଡ୍‌ ଷ୍ଟେଟ୍ସ-ଇଣ୍ଡିଆ ଏଜୁକେସନାଲ ଫାଉଣ୍ଡେସନ୍‌ (United States-India Educational Foundation (USIEF)) ପକ୍ଷରୁ ଘୋଷଣା କରାଯାଇଛି ଫୁଲବ୍ରାଇଟ୍‌ ନେହରୁ ଏକାଡେମିକ ଆଣ୍ଡ୍‌ ପ୍ରଫେସନାଲ ଏକ୍ସିଲେନ୍ସ ଫେଲୋସିପ୍‌ ୨୦୨୩-୨୪ (Fulbright Nehru Academic and Professional Excellence Fellowships 2023-24)। ଏହି ଫେଲୋସିପ୍‌ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୧୫ ଜୁଲାଇ ୨୦୨୨। ଜୁଲାଇ ୧୫ ଦିନ କିମ୍ବା ତା’ ପୂର୍ବରୁ ପ୍ରାର୍ଥୀ ଏଥିପାଇଁ ଆପ୍ଲାଏ କରିପାରିବେ। ଏହି ଫେଲୋସିପ୍‌ ପାଇଁ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ହିଁ ଆବେଦନ କରିପାରିବେ।

କେଉଁ ବିଷୟରେ କରିବେ ଆବେଦନ:

କୃଷି ବିଜ୍ଞାନ (Agricultural Sciences; Anthropology; Bioengineering); ରସାୟନ ବିଜ୍ଞାନ (Chemistry); କମ୍ପ୍ୟୁଟର ବିଜ୍ଞାନ (Computer Science) (including, but not limited to, cyber security, digital economy, quantum computing, artificial intelligence, machine learning and big data analytics); ଅର୍ଥନୀତି (Economics); Education Policy and Planning; Energy Studies; ଭୂଗୋଳ (Geography) (including GIS and Geology); ଇତିହାସ (History); Language and Literature; Materials Science (with emphasis on environmental applications); ଗାଣିତିକ ବିଜ୍ଞାନ (Mathematical Sciences); Neurosciences; Performing Arts; ଭୌତିକ ବିଜ୍ଞାନ (Physics); ରାଜନୀତି ବିଜ୍ଞାନ (Political Science) (including, but not limited to, International Security and Strategic Studies); Public Health (including, but not limited to, pandemic preparedness and comprehensive surveillance (genomic surveillance, sewage surveillance, sero-surveillance)); Public Policy; Sociology; Urban and Regional Planning (with emphasis on smart cities and waste management); Visual Arts; and Women’s and Gender Studies।

Fellowship

ଯୋଗ୍ୟତା:

  • ଅଧ୍ୟାପକ/ରିସର୍ଚ୍ଚରଙ୍କର ପିଏଚ୍‌ଡି ଡିଗ୍ରୀ ସହ ୫ ବର୍ଷର ଶିକ୍ଷକତା/ରିସର୍ଚ୍ଚ ଅଭିଜ୍ଞତା ଥିବା ଆବଶ୍ୟକ।
  • ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ମାଷ୍ଟର ଡିଗ୍ରୀ ଓ ୫ ବର୍ଷ ଅଭିଜ୍ଞତା ଥିବା ଦରକାର।
  • ଆବେଦନକାରୀଙ୍କୁ ନିଜର କୌଣସି ପବ୍ଲିକେସନ୍‌ (ଖବରକାଗଜରେ ବାହାରିଥିବା/ମାଗାଜିନ୍‌ କପି) ଅପ୍‌ଲୋଡ୍‌ କରିବାକୁ ହେବ।

ମିଳିବ ଏସବୁ ସୁବିଧା:

ଏହି ଫେଲୋସିପ୍‌ରେ ପ୍ରାର୍ଥୀଙ୍କୁ ଜେ ୧ ଭିସା, ମାସିକ ଷ୍ଟାଇପେଣ୍ଡ୍‌, ୟୁଏସ୍‌ ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ ଦୁର୍ଘଟଣା ଓ ଅସୁସ୍ଥତାଜନିତ ସାହାଯ୍ୟ, ଭାରତ ଓ ଆମେରିକାକୁ ଇକୋନୋମିକ କ୍ଲାସ୍‌ରେ ବିମାନ ଯାତ୍ରା ସୁଯୋଗ, ସବୁ ପ୍ରକାରର ରହଣି ସୁବିଧା ଯୋଗାଇ ଦିଆଯିବ। ଏଥିସହ ଛାତ୍ରଛାତ୍ରୀଙ୍କୁ ରିସର୍ଚ୍ଚ ଓ ପ୍ରାକ୍ଟିକାଲ ପାଇଁ ଗମନାଗମନ ଖର୍ଚ୍ଚ ମଧ୍ୟ ଯୋଗାଇ ଦିଆଯିବ।

ଜରୁରୀ ସୂଚନା:

  • ଆବେଦନ କାରୀଙ୍କୁ ଅନ୍‌ଲାଇନ୍‌ରେ ଫର୍ମପୂରଣ କରିବାକୁ ହେବ। ଏଥିପାଇଁ https://apply.iie.org/fvsp2023  ଉପରେ କ୍ଲିକ୍‌ କରନ୍ତୁ।
  • ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରିବା ପୂର୍ବରୁ ସମସ୍ତ ସୂଚନାକୁ ସତର୍କତାର ସହ ପଢ଼ନ୍ତୁ।
  • ସବ୍‌ମିଟ୍‌ କରିବା ପୂର୍ବରୁ ଫର୍ମକୁ ପୁନର୍ବାର ଯାଞ୍ଚ କରନ୍ତୁ।
  • ଅଧା ପୂରଣ ହୋଇଥିବା ଫର୍ମକୁ ଗ୍ରହଣ କରାଯିବ ନାହିଁ।

ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟ୍‌ https://www.usief.org.in/Fulbright-Nehru-Academic-Professional-Excellence-Fellowships.aspx  କୁ ଯାଆନ୍ତୁ।

Also Read: ପୂର୍ବଜନ୍ମରେ କ’ଣ ଥିଲେ ଆପଣ? ହସ୍ତରେଖା ଓ ଜାତକ ନ ଦେଖି ମଧ୍ୟ ଜାଣିପାରିବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.