ପୁଟିନଙ୍କ ମୃତ୍ୟୁକୁ ନେଇ ଭବିଷ୍ୟବାଣୀ ! ରୁଷିଆରେ ନୁହେଁ ଅନ୍ୟ ଦେଶରେ ହେବ ପୁଟିନଙ୍କ ମୃତ୍ୟୁ !

ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଛି । ଯୁଦ୍ଧର ଭୟାବହତା ଏଭଳି ଭାବରେ ଗତି କରୁଛି କି ସେଠି ଆଉ କୌଣସି ଦେଶ ମଧ୍ୟ ସାମନାକୁ ଆସିବାକୁ ସାହସ କଲେ ନାହିଁ । କିନ୍ତୁ ଏସବୁ ଭିତରେ ବି ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ । ପ୍ରତିଦିନ ଯୁଦ୍ଧକୁ ନେଇ ଭୟଙ୍କର ଖବର ସବୁ ସାମନାକୁ ଆସୁଛି । ଏମିତିରେ ଲୋକେ ଆଗାମୀ ବିଶ୍ୱଯୁଦ୍ଧକୁ ନେଇ କହିବା ଆରମ୍ଭ କରିଲେଣି । କିନ୍ତୁ ପ୍ରକୃତରେ କଣ ଘଟିବାକୁ ଯାଉଛି । ତାହା ଏବେ ବଡ ପ୍ରଶ୍ନବାଚୀ । ଏହି ପ୍ରଶ୍ନ ଭିତରେ ଏମିତି ବି କଥା ଉଠୁଛି କି ୟୁକ୍ରେନ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯିବ । ତେବେ ଯୁଦ୍ଧ କେବେ ପର୍ଯ୍ୟନ୍ତ ଚାଲିବ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଆଗାମୀ ପଦକ୍ଷେପ କଣ ହେବ, ପୁଟିନଙ୍କ ଭବିଷ୍ୟତ କଣ, ଏସବୁକୁ ନେଇ ଭବିଷ୍ୟବାଣୀ କଣ ହେଉଛି ଓ ହୋଇଥିଲା ଆସନ୍ତୁ ଜାଣିବା ।

ଦର୍ଶକ ବନ୍ଧୁ, ଆମ ଭିତରେ ଅଧିକାଂଶ ଲୋକଙ୍କର ବିଶ୍ୱାସ ରହିଛି ଜ୍ୟୋତିଷ ଶାସ୍ତ୍ର ଉପରେ । ତେଣୁ ବିଭିନ୍ନ ସମୟରେ ଆମେ ମାଳିକା ହେଉ କି ନଷ୍ଟ୍ରାଡମସ୍‌ ଅବା ଭେଙ୍ଗା ବାବାଙ୍କ ଭବଷ୍ୟତବାଣୀ ଉପରେ ଆଲୋଚନା କରୁ । ଏମିତି ଜଣେ ଭାରତୀୟ ଜ୍ୟୋତିଷ, ଭବିଷ୍ୟବକ୍ତା ପୁଟିନଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି । ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ମାର୍ଚ୍ଚ ମଧ୍ୟଭାଗ ପର୍ଯ୍ୟନ୍ତ ଏହି ଆକ୍ରମଣ ପୁନରାବୃତ୍ତି ହେବ ବୋଲି ସେ କହିଥିଲେ। ଯାହା ଏବେ ସାରା ବିଶ୍ୱ ଦେଖୁଛି ଏବଂ ଏହି ଯୁଦ୍ଧକୁ ନେଇ ଆଗାମୀ ବିଶ୍ୱଯୁଦ୍ଧର ପରିକଳ୍ପନା କରାଯାଉଛି ।

ଏପଟେ ଯୁଦ୍ଧ ଆରମ୍ଭ କରିଥିବା ପୁଟିନ ବିପଦ ଆଡକୁ ଟାଣିହୋଇ ଯାଉଛନ୍ତି । କାରଣ ପୁଟିନ ତାଙ୍କର ପ୍ରତିଷ୍ଠା, ଗରିମା ଯାହା କିଛି ଅର୍ଜିଥିଲେ ସେସବୁ ଏହି ଯୁଦ୍ଧରେ ଧ୍ୱଂସ ହୋଇଗଲାଣି । ୟୁକ୍ରେନ ବିରୁଦ୍ଧରେ ଲଢେଇ ନିଷ୍ପତ୍ତି ନେବା ପରେ ପ୍ରଥମେ ପ୍ରଥମେ ପୁଟିନ ହୁଏତ ଅନେକଙ୍କ ଦ୍ୱାରା ବାହା ବାହା ପାଇ ଥାଇ ପାରନ୍ତି । କିନ୍ତୁ ବର୍ତ୍ତମାନ ପରିସ୍ଥିତି କିଛି ଓଲଟା ମୋଡ ନେଲାଣି ପୁଟିନଙ୍କ କ୍ଷେତ୍ରରେ । ସେ ଯେଉଁ ସମୟରେ ଯୋଜନା କରୁଛନ୍ତି, ରଣନୀତି ପ୍ରସ୍ତୁତ କରୁଛନ୍ତି ସେହି ସମୟ ତାଙ୍କ ପାଇଁ ଆଦୌ ଅନୁକୂଳ ନୁହେଁ । ତେଣୁ ଫଳଟି ବିପରୀତ ହେବ । ସେ ଯାହା ଭାବିଥିଲେ ତାଠାରୁ କିଛି ଅଲଗା ହେବ ବୋଲି ଭବିଷ୍ୟବାଣୀ କରାଯାଇଛି ।

ଭବିଷ୍ୟବକ୍ତାଙ୍କ କହିବା କଥା ଥିଲା କି ଯଦି ଆମେ ୟୁକ୍ରେନର ରାଶିଫଳ ଦେଖିବା ତେବେ ଜଣାପଡ଼ିବ ଯେ ରାହୁ ତାଙ୍କ ସପକ୍ଷରେ ନାହାନ୍ତି । ଆମେରିକା ଓ ଅନ୍ୟାନ୍ୟ ଦେଶ ୟୁକ୍ରେନକୁ ସମର୍ଥନ କରିବେ । ଋଷିଆ ଗୋଟେ ପରେ ଗୋଟେ ଆକ୍ରମଣ କରି ଚାଲିବ । ଯାହା ଦ୍ୱାରା ୟୁକ୍ରେନ ନିଜକୁ ସୁରକ୍ଷା ଦେବାରେ ସକ୍ଷମ ହେବ ନାହିଁ । ଏମିତିକି ୟୁକ୍ରେନ ନିଜ ଦେଶ ତଥା ନାଗରିକଙ୍କୁ ବଞ୍ଚାଇ ରଖିବାକୁ ସଂଘର୍ଷ କରିବ । ଏହି ଯୁଦ୍ଧ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ବଢିବ ବୋଲି କୁହାଯାଇଥିଲା । ଏସବୁ ପରେ ବି ୟୁକ୍ରେନ ପଛଘୁ଼ଞ୍ଚା ଦେବ ନାହିଁ । ଆମେରିକା ସମେତ ଅନ୍ୟ ଦେଶ ୟୁକ୍ରେନକୁ ସାହାଯ୍ୟ କରିବେ । କିନ୍ତୁ ୧୫ ମାର୍ଚ୍ଚ ପରେ ରୁଷ୍‌ ଆକ୍ରମଣ ଜାରି ରହିବ କିନ୍ତୁ ଯୁଦ୍ଧ ଟିକେ ଧିମେଇ ଯିବ । ହୁଏତ ଏହି ଯୁଦ୍ଧ ୨୦୨୪ରୁ ୨୦୨୫ ଯାଏଁ ବି ଚାଲିପାରେ ବୋଲି ତାଙ୍କର ବାଣୀ ଥିଲା ।

ଏପଟେ ଆଉ ଜଣେ ଜ୍ୟୋତିଷ ପୁଟିନଙ୍କ ଭବିଷ୍ୟତକୁ ନେଇ ଏକଳି କିଛି କହିଛନ୍ତି କି ଯାହାକୁ ଶୁଣିଲେ ଆପଣମାନେ ବିଶ୍ୱାସ କରି ପାରିବେନି । କିନ୍ତୁ ସେ ତାଙ୍କ ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ଏହା କହିଛନ୍ତି କି ଭ୍ଲାଦିମିର ପୁଟିନ କୁଆଡେ ଶୀଘ୍ର ମରିବାକୁ ଯାଉଛନ୍ତି । ଅବା ଏଭଳି ପରିସ୍ଥିତି ଉପୁଜି ପାରେ ଯାହା ଦ୍ୱାରା ପୁଟିନଙ୍କ ପାଇଁ ବହୁତ ଖରାପ ପରିସ୍ଥିତି ଆସିବ । ଯାହା ମରିବା ସହ ସମାନ ବୋଲି କୁହାଯିବ । ପୁଟିନ ବର୍ତ୍ତମାନ ଖରାପ ସମୟ ଦେଇ ଗତି କରୁଛନ୍ତି । ତାଙ୍କ ଜନ୍ମ ଜାତକ ଅନୁସାରେ ଏବେ ସେ ବହୁତ ସମସ୍ୟା ଦେଇ ଗତି କରୁଛନ୍ତି । ଯାହାକୁ ମାର୍କେସ ବୋଲି କୁହାଯାଏ ଅର୍ଥାତ ମୃତ୍ୟୁ ବୁଝା ଯାଇପାରିବ । ବିଶେଷ କରି ଅଗଷ୍ଟ ଓ ସେପ୍ଟେମ୍ବର ମଧ୍ୟରେ ପୁଟିନଙ୍କ ସ୍ଥିତି ଅତ୍ୟଧିକ ଖରାପ ରହିବ । ମୃତ୍ୟୁ ଭଳି ପରିସ୍ଥିତି ହେଉ ଅବା ମୃତ୍ୟୁ ହେବାର ସମୟ ସହିତ ଯୁଝି ପାରନ୍ତି ପୁଟିନ । ସ୍ୱାସ୍ଥ୍ୟ, ସୁରକ୍ଷା ଦୃଷ୍ଟିକୋଣରୁ ଆଗାମୀ ଜୁନ ମାସ ମଧ୍ୟ ପୁଟିନଙ୍କ ପାଇଁ ଭଲ ସମୟ ନୁହେଁ ।

ଏପରି ମଧ୍ୟ କୁହାଯାଉଛି କି ଯଦି ୨୦୨୨ର ଖରାପ ସମୟ କଟି ଯାଉଛି ତେବେ ଭ୍ଲାଦିମିର ପୁଟିନ ବିଶ୍ୱର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ହିସାବରେ ଗଣା ଯିବେ । କାରଣ ଏହାପରେ ପୁଟିନଙ୍କ କୁଣ୍ଡଳୀରେ ବଡ଼ ପରିବର୍ତ୍ତନ ଆସିବ । ପୁଟିନ ବିଶ୍ୱରେ ଅନ୍ୟତମ ବେଶ ଶକ୍ତିଶାଳୀ ଲୋକ ଭାବରେ ସାବ୍ୟସ୍ତ ହେବେ । କିନ୍ତୁ ହଁ ଆଉ ଏକ ସମୟ ରହିଛି ଯାହା ପୁଟିନଙ୍କ କ୍ଷେତ୍ରରେ ଘାତକ ସାବ୍ୟସ୍ତ ହେବ । ଅର୍ଥାତ ଆପଣ କହି ପାରନ୍ତି କି ପୁଟିନଙ୍କ ଜାତକରେ ପୁଣିଥରେ ଘାତ ସମୟ ଆରମ୍ଭ ହୋଇଯିବ । ଏମିତିକି ୨୦୨୬ ଓ ୨୦୨୭ ବର୍ଷ ମଧ୍ୟ ପୁଟିନଙ୍କ ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନାହିଁ । ଖାଲି ଏତିକି ନୁହେଁ ଏହି ସମୟରେ ପୁଟିନଙ୍କ ମୃତ୍ୟୁ ବି ହୋଇପାରେ । ଆଉ ବଡ କଥା କଣ ଜାଣନ୍ତି ? ଏକଥା ମଧ୍ୟ ପୂର୍ବାନୁମାନ କରାଯାଇଛି କି ପୁଟିନ ଅନ୍ୟ ଦେଶରେ ଅର୍ଥାତ ବିଦେଶ ମାଟିରେ ମୃତ୍ୟୁବରଣ କରିବେ । ଯକୃତ କିମ୍ବା ପାକସ୍ଥଳୀ ଜନିତ ରୋଗରେ ତାଙ୍କର ମୃତ୍ୟୁ ହୋଇ ପାରେ ।

ଦର୍ଶକବନ୍ଧୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ ଏମିତି କିଛି ଖବର ମଧ୍ୟ ପୂର୍ବରୁ ସାମନାକୁ ଆସି ସାରିଛି । କିନ୍ତୁ ଏଭଳି ଭବିଷ୍ୟବାଣୀକୁ ନେଇ କଣ କୁହାଯାଇପାରେ ? କଣ ରାଶି ନକ୍ଷତ୍ର ଅବସ୍ଥାନ ପାଇଁ ପୁଟିନଙ୍କ କାର୍ଯ୍ୟକଳାପ ଏଭଳି ହେଉଛି ନା ଏସବୁରେ ସତ୍ୟତା ନଥାଏ । କେତେ ସତ କେତେ ମିଛ ତାହା ତ ପରବର୍ତ୍ତୀ ସମୟ ହିଁ କହିବ ।

Leave A Reply

Your email address will not be published.