ଦେଶ ବିଦେଶ

ଆଜି ଭାରତ ଗସ୍ତରେ ଆସିବେ ଜୋ ବାଇଡେନ୍, G20 ସମ୍ମିଳନୀରେ ମୋଦିଙ୍କ ସହ କରିବେ ଆଲୋଚନା

ନୂଆଦିଲ୍ଲୀ : ଆଜି ଭାରତ ଗସ୍ତରେ । ୪ ଦିନିଆ ଗସ୍ତରେ ଆସୁଥିବା ବାଇଡେନ ଭାରତରେ ହେବାକୁ ଥିବା G20 ସମ୍ମିଳନୀରେ ଯୋଗଦେବେ । ଜୋ ବାଇଡେନ ଆଜି ନିଜ ଏୟାର ଫୋର୍ସ ୱାନ ବିମାନରେ ଭାରତ ପହଞ୍ଚିବେ। ଏହା ପୂର୍ବରୁ ଆମେରିକା ସିକ୍ରେଟ ସର୍ଭିସ କର୍ମୀଙ୍କ ସହ ହେଲିକପ୍ଟର, ବୁଲଟେପ୍ରୁଫ ଲିମୋଜିନ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଉନ୍ନତ ଯୋଗାଯୋଗ ଉପକରଣ ଭାରତରେ ପହଞ୍ଚି ସାରିଛି। ଆମେରିକା ସୁରକ୍ଷା କର୍ମୀମାନେ ଭାରତ ଆସି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ସ୍ୱତନ୍ତ୍ର କଣ୍ଚ୍ରୋଲ ରୁମ ସ୍ଥାପନ କରିଛନ୍ତି।

କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଆମେରିକା ରାଷ୍ଟ୍ରପତିଙ୍କୁ ବାହାର କରିବା ପାଇଁ ବ୍ୟବସ୍ଥା ହୋଇଛି। ଆମେରିକା ରାଷ୍ଟ୍ରପତି ଆଇଟିସି ମୌର୍ଯ୍ୟ ଶେରାଟନ ହୋଟେଲରେ ରହିବେ। ତାଙ୍କ ସୁରକ୍ଷା ପାଇଁ ହୋଟେଲର ପ୍ରତି ମହଲାରେ ସିକ୍ରେଟ ସର୍ଭିସ କମାଣ୍ଡୋ ମୁତୟନ କରାଯାଇଥିବା ବେଳେ ବାଇଡେନଙ୍କ ଯିବାଆସିବା ପାଇଁ ହୋଟେଲ ପକ୍ଷରୁ ସ୍ୱତନ୍ତ୍ର ଲିଫ୍ଟ ଲଗାଯାଇଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଇଡେନଙ୍କ ଦ୍ୱିପାକ୍ଷିକ ବୈଠକ ହେବାର ଅଛି । ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ G20 ସମ୍ମିଳନୀ ଆୟୋଜନ କରାଯାଇଛି । ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ G20 ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ।

Barsha

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

53 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago