ଦେଶ ବିଦେଶ

ଗଡଚିରୋଲି ଏନକାଉଣ୍ଟର ଘଟଣା: ମୃତ ୨୬ ନକ୍ସଲଙ୍କ ମଧ୍ୟରୁ ୨୦ ଜଣ ପୁରୁଷ ଓ ୬ ଜଣ ମହିଳା

ମୃତ ୨୬ ନକ୍ସଲଙ୍କ ମଧ୍ୟରୁ ୨୦ ଜଣ ପୁରୁଷ ନକ୍ସଲ ଏବଂ ୬ ଜଣ ମହିଳା ବୋଲି କୁହାଯାଉଛି । ସୂଚନାନୁସାରେ, ସେମାନଙ୍କ ଠାରୁ ଏକେ-୪୭, ଇନ୍ସାସ୍ ଏବଂ ଏସ୍ଏଲ୍ଆର୍ ରାଇଫଲଜବତ କରାଯାଇଛି । ମହାରାଷ୍ଟ୍ରର ଗଡଚିରୋଲି ଜିଲ୍ଲାରେ ଶନିବାର ପୋଲିସ ସହ ହୋଇଥିବା ଏନକାଉଣ୍ଟରରେ ଅତି କମରେ ୨୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ନିହତ ମାଓବାଦୀଙ୍କ ମଧ୍ୟରେ କୁଖ୍ୟାତ ମାଓ କମାଣ୍ଡର ମିଲିନ୍ଦ ଟେଲତୁମ୍ବଡେ ମଧ୍ୟ ରହିଥିବା ଜଣାପଡିଛି। ଟେଲତୁମ୍ବଡେ ଉପରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ମିଲିନ୍ଦ ଟେଲତୁମ୍ବଡେ ସହ ଏନକାଉଣ୍ଟରରେ ତାର ପତ୍ନୀ ମଧ୍ୟ ନିହତ ହୋଇଥିବା ଖବର ରହିଛି।

ମିଲିନ୍ଦ ଟେଲତୁମ୍ବଡେ ଏମଏମସି (ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଛତିଶଗଡ) ଡିଭିଜନର ମୁଖ୍ୟ ଥିଲା ଏବଂ ଏହି ସବୁ ଅଞ୍ଚଳରେ ଘଟିଥିବା ମାଓ ଆକ୍ରମଣର ନେତୃତ୍ୱ ନେଇଥିଲା। ସେ ମଧ୍ୟ ସିପିଆଇ (ମାଓ) ର କେନ୍ଦ୍ରୀୟ କମିଟିର ସଦସ୍ୟ ଥିଲା। ମିଲିନ୍ଦ ଟେଲତୁମ୍ବଡେ ସହ ସବୁବେଳେ ସଶସ୍ତ୍ର ଅଙ୍ଗରକ୍ଷୀଙ୍କ ସହ ଏକ ପ୍ଲାଟୁନ୍ ମାଓବାଦୀ ରହୁଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଟେଲତୁମ୍ବଡେ ନିକଟରେ ୧୦୦ ନକ୍ସଲଙ୍କୁ ଭର୍ତ୍ତି କରିଥିଲା ଏବଂ ସେ ସେମାନଙ୍କୁ ବସ୍ତରରୁ ମଧ୍ୟପ୍ରଦେଶର ବାଲାଘାଟକୁ ନେବାକୁ ଯୋଜନା କରିଥିଲା। ରାସନ ଟ୍ରକରେ ଲାଗିଥିବା ଜିପିଏସ୍ ଟ୍ରାକର୍ ଜରିଆରେ ତା’ର ଗତିବିଧି ଉପରେ ନଜର ରଖାଯାଉଥିଲା ।

 

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

11 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

12 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

53 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago