ହରିୟାଣା ପୋଲିସକୁ ମିଳିଛି ବଡ ସଫଳତା: ପାଣିରେ ବୁଡାଇ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟାର ନବୀନ ଜାଟ ଗିରଫ

ନୂଆଦିଲ୍ଲୀ : ହରିୟାଣା ପୋଲିସକୁ ମିଳିଛି ବଡ ସଫଳତା । ୟୁପି ହରିୟାଣା ଅଞ୍ଚଳରେ ଅନେକ ହତ୍ୟା ମାମଲାରେ ଅଭିଯୁକ୍ତ ନବୀନ ଜାଟଙ୍କୁ ସୁରଜପୁରରେ ୟୁପି ଏସଟିଏଫ ଗିରଫ କରିଛି । ସୂଚନା ଅନୁସାରେ ଜୁଲାଇ ୨୭, ୨୦୨୧ ରେ ନବୀନ ହରିୟାଣାର ରୋହତକର ଭାଲୋଟ ଗାଁର ବାସିନ୍ଦା ରୋହିତଙ୍କୁ ହତ୍ୟା କରି ଗ୍ରେଟର ନୋଏଡା ଅଞ୍ଚଳର ଡ୍ରେନରେ ଫିଙ୍ଗି ଦେଇଥିଲେ। ମିଳିତ ଅପରେସନ ପରେ ଦୁର୍ବୃତ୍ତ ସିରିଏଲ କିଲର ନବୀନ ଜାଟଙ୍କୁ ୟୁପି ଏସଟିଏଫ ଏବଂ ନୋଏଡା ପୋଲିସ ଗିରଫ କରିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୃତଦେହ ମିଳିବା ପରେ ପ୍ରାୟ ଅଢେଇ ମାସ ପରେ ପୋଲିସ ଏହି ମାମଲାରେ ରୁଜୁ କରିଛି।

ଅନ୍ୟପଟେ ପଚରାଉଚରା ବେଳେ ଅଭିଯୁକ୍ତ ନବୀନ ଜାଟ ପୋଲିସକୁ କହିଛି ଯେ ,ସେ ଏପର୍ଯ୍ୟନ୍ତ ୧୭ ରୁ ଅଧିକ ହତ୍ୟା କରିଛି । ଏବଂ “ଗଦର” ନା ରେ ନିଜର ଏକ ଗ୍ୟାଙ୍ଗ ଚଳାଉଛି। ଯେଉଁଥିରେ ୨୦୦ ରୁ ଅଧିକ ଅପରାଧୀ ଜଡିତ ଅଛନ୍ତି। ନବୀନ ତା’ ଶତ୍ରୁମାନଙ୍କୁ ପାଣିରେ ବୁଡ଼ାଇ ହତ୍ୟା କରେ ବୋଲି ସେ କହିଛି। ଏସଟିଏଫ କହିଛି ଯେ ଅଭିଯୁକ୍ତର ଏହି ଶୈଳୀ ଅନ୍ୟ ଅପରାଧୀଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ସୂଚନାନୁସାରେ, ରୋହତକର ଭାଲୋଟର ବାସିନ୍ଦା ରାଜ ଭବନ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅ ଜୁଲାଇ ୨୪ ରେ ତାଙ୍କର ଏକ ବନ୍ଧୁକୁ ଭେଟିବାକୁ ଯାଇଥିଲେ, କିନ୍ତୁ ଏହା ପରେ ସେ ଘରକୁ ଫେରି ନଥିଲେ। ଜୁଲାଇ ୨୭ ରେ ପୋଲିସ ପରିବାର ଲୋକଙ୍କୁ ସୂଚନା ଦେବା ପରେ, ରୋହିତଙ୍କ ମୃତଦେହ ଗ୍ରେଟର ନୋଏଡାର ନଲେଜ ପାର୍କରେ ଥିବା ଡ୍ରେନରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ପଞ୍ଜିକରଣ କରିବାକୁ ପରିବାର ଲୋକେ ଅଭିଯୋଗ କରିଥିଲେ।

ରୋହିତଙ୍କ ମୃତଦେହ ପାଇବା ପରେ ନୋଏଡା ପୋଲିସ ଏବଂ ଉତ୍ତରପ୍ରଦେଶର ସ୍ପେଶାଲ ଟାସ୍କ ଫୋର୍ସ ମିଳିତ ଭାବେ ଏହି ହତ୍ୟାକାଣ୍ଡର ମୂଳ ସ୍ଥାନକୁ ଯିବାକୁ ଚେଷ୍ଟା କରିଥିଲେ। ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଲା ଯେ ହରିୟାଣାରେ ଏକ ହତ୍ୟାକାଣ୍ଡରେ ରୋହିତଙ୍କ ନାମ ପ୍ରକାଶ ପାଇଛି। ଏବଂ ତାର ପ୍ରତିଶୋଧ ନେବା ପାଇଁ ରୋହିତଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଥିଲା। ତେଣୁ ପୋଲିସର ସନ୍ଦେହ ହରିୟାଣାର କୁଖ୍ୟାତ ଅପରାଧୀ ନବୀନ ଜାଟଙ୍କ ଉପରକୁ ଯାଇଥିଲା। ଯାହା ଦ୍ୱାରା ନବୀନଙ୍କୁ ସୁରଜପୁର ନିକଟରୁ ତଦାରଖ ଜରିଆରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଦଳ ଗିରଫ କରିଥିଲା। ଏହି ଘଟଣାକୁ ନେଇ ପୋଲିସ ପ୍ରକାଶ କରିଛି ଯେ ହରିୟାଣାର ରୋହିତଙ୍କୁ ନବୀନ ଓ ତା ସହଯୋଗୀଙ୍କ ସହ ୨୪ ଜୁଲାଇ ରାତିରେ ଦିଲ୍ଲୀର ପୋଲିସ ଷ୍ଟେସନ ସମୟପୁର ବଦଲିର ସେକ୍ଟର ୩୪ ରେ ଅବସ୍ଥିତ ଡିଡିଏ ଫ୍ଲାଟ ଭିତରେ ଏକ ଟବ ପାଣିରେ ବୁଡ଼ାଇ ହତ୍ୟା କରିଥିଲା ।

ସୂଚନାଯୋଗ୍ୟ, ପୋଲିସ ଠାରୁ ନିଜକୁ ରକ୍ଷା ପାଇବା ପାଇଁ ଜୁଲାଇ ୨୪ ରାତିରେ ଦିଲ୍ଲୀରେ ରୋହିତଙ୍କୁ ହତ୍ୟା କରିବା ପରେ ନବୀନ ତାଙ୍କର ଅନ୍ୟ ସହଯୋଗୀଙ୍କ ସାହାଯ୍ୟରେ ରୋହିତଙ୍କ ମୃତଦେହକୁ ଦୁଇଟି ଗାଡିରେ ଗ୍ରେଟର ନୋଏଡାକୁ ନେଇ ଯାଇଥିଲେ ଏବଂ ଆପେଜେ ସ୍କୁଲ ସମ୍ମୁଖରେ ଥିବା ଡ୍ରେନରେ ତାଙ୍କ ମୃତଦେହ ପକାଇ ଦେଇଥିଲେ। ବର୍ତ୍ତମାନ ନବୀନଙ୍କୁ ଗିରଫ କରାଯିବା ପରେ ରୋହିତଙ୍କ ହତ୍ୟା ଏବଂ ପଳାତକ ଘଟଣାରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କ ସନ୍ଧାନ ଜୋରଦାର ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.