ଗାନ୍ଧୀ ଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଷ୍ଟେସନ୍ରେ ପଶୁଥିବା ବେଳେ ନିଆଁ ଲାଗିଥିବା ସୂଚନା
ଗାନ୍ଧୀ ଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ମହାରାଷ୍ଟ୍ରର ନନ୍ଦୁରବାରରେ ଟ୍ରେନ୍ରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି। ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ରିପୋର୍ଟ ମୁତାବକ, ଟ୍ରେନ୍ର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଟ୍ରେନ୍ରେ ନିଆଁ ଲାଗିବା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଟ୍ରେନ୍ରୁ ବାହାର କରାଯାଇଛି। ତେବେ ଟ୍ରେନ୍ରେ ନିଆଁ ଲାଗିବାର ପ୍ରକୃତ କାରଣ ଏବେ ଯାଏଁ ଜଣାପଡ଼ିନାହିଁ।
ମହାରାଷ୍ଟ୍ରର ନନ୍ଦୁରବାର ଷ୍ଟେସନ୍ରେ ଗାନ୍ଧୀଧାମ- ପୁରୀ ଏକ୍ସପ୍ରେସ୍(ଟ୍ରେନ୍ ନଂ-୧୨୯୯୩) ପଶୁଥିବା ବେଳେ ହଠାତ୍ ଟ୍ରେନ୍ରୁ ଧୂଆଁ ବାହାରିବାକୁ ଲାଗିଥିଲା। ଟ୍ରେନ୍ରେ ନିଆଁ ଲାଗିଥିବା ଦେଖି ରେଲୱେ ପୋଲିସ ପକ୍ଷରୁ ଯାତ୍ରୀଙ୍କୁ ବାହାରକୁ ବାହାର କରାଯାଇଥିଲା। ପରେ ଅଗ୍ନିଶମ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।
At 10.35 am Dy SS/Nandurbar informed Nandurbar Control that fire detected in pantry car of Gandhidham-Puri Express while entering Nandurbar station. Fire brigade was called. Fire extinguishers being used to douse off fire. Pantry car separated. All pax are safe: Railways Ministry
— ANI (@ANI) January 29, 2022
ତେବେ ଟ୍ରେନ୍ରେ ନିଆଁ ଲାଗିବା ସମୟରେ କେତେ ଯାତ୍ରୀ ଉପସ୍ଥିତ ଥିଲେ, ସେ ନେଇ ଏବେ ଯାଏଁ ସୂଚନା ମିଳିପାରିନାହିଁ। ଟ୍ରେନ୍ର ପ୍ୟାଣ୍ଟ୍ରିକାରରେ ଏହି ନିଆଁ ଲାଗିଥିବା ସୂଚନା ମିଳିଛି। ନିଆଁକୁ ଆୟତ୍ତ କରାଯିବା ପରେ ଟ୍ରେନ୍ରୁ ପ୍ୟାଣ୍ଟ୍ରିକାରକୁ ଅଲଗା କରାଯାଇଛି। ୱେଷ୍ଟର୍ଣ୍ଣ ରେଲୱେର ମୁଖ୍ୟ ମୁଖପାତ୍ର ସୁମିତ ଠାକୁରଙ୍କ ସୂଚନାନୁସାରେ, ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଆମେ ତୁରନ୍ତ ସ୍ଥାନୀୟ ପୋଲିସ, ଅଗ୍ନିଶମ ବିଭାଗକୁ ଖବର ଦେଇଥିଲୁ। ସେମାନେ ତୁରନ୍ତ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ।
Fire, that broke out in the pantry car of 12993 Gandhidham-Puri Express, being doused at Nandurbar station in Maharashtra. All passengers are safe. pic.twitter.com/ascysO1WYA
— ANI (@ANI) January 29, 2022