ମୂର୍ତ୍ତି ବିସର୍ଜନ ବେଳେ ମୁମ୍ବାଇରେ ଏକାଧିକ ଅଘଟଣ, ୧୨ ଶିଶୁଙ୍କ ସହ ପାଣିରେ ବୁଡି ଗଲା ୧୫ ଜୀବନ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ନିକଟସ୍ଥ ବାରାବଙ୍କି ଜିଲ୍ଲାରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବଡ଼ ଦୁର୍ଘଟଣା ଘଟିଛି । ମୂର୍ତ୍ତି ବିସର୍ଜନ ବେଳେ ଜଣେ ମହିଳାଙ୍କ ସହ ୫ଜଣ ଲୋକ କଲ୍ୟାଣୀ ନଦୀରେ ବୁଡ଼ିଯାଇଛନ୍ତି । (୫୫ ବର୍ଷିୟ ନାରାୟଣ ଧର ପାଣ୍ଡେୟ , ୩୫ ବର୍ଷିୟ ନିଲେଶ ପଟୱା , ୫୫ ବର୍ଷିୟ ମୁନ୍ନି ପଟୱା , ୨୦ ବର୍ଷିୟ ଧର୍ମେନ୍ଦ୍ର କଶ୍ୟପ , ୧୮ ବର୍ଷିୟ ସୂରଜ ପଟୱା) । ମୃତକଙ୍କ ମଧ୍ୟରେ ୪ଜଣ ପୁରୁଷ ଥିବା ଜଣାପଡିଛି । ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ପୁଲିସ୍‌ ଡାଇଭରଙ୍କ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛି । ମହିଳାଙ୍କର ଶବକୁ ଉଦ୍ଧାର କରାଯାଇ ଥିବା ବେଳେ ଅନ୍ୟମାନଙ୍କୁ ଖୋଜା ଚାଲିଛି ।

ସେହିପରି ମୁମ୍ବାଇ ଭର୍ସୋଭା ବେଳାଭୂମିରେ ଠାକୁରଙ୍କୁ ବିସର୍ଜନ ବେଳେ ବୁଡ ପକାଇବାବେଳେ ୫ଜଣ ଶିଶୁ ପାଣିରେ ବୁଡିଯାଇ ପ୍ରାଣ ହରାଇଛନ୍ତି । ଲୋକେ ଏହାର ସୂଚନା ତୁରନ୍ତ ପୁଲିସ୍‌କୁ ଦେଇଥିଲେ । ସେହିପରି ଭିଣ୍ଡ୍ ଇଲାକାରେ ଠାକୁର ବିସର୍ଜନ କରିବା ସମୟରେ ପୋଖରୀରେ ବୁଡି ୪ଜଣ ନାବାଳକଙ୍କ ମୃତ୍ୟୁ ହୋଇଛି । ଏଥିରୁ ୨ଜଣ ଯାଁଳା ଭାଇ ଅଛନ୍ତି । ସମସ୍ତ ମୃତକଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ହେବ ।

ସେହିପରି ମଧ୍ୟପ୍ରଦେଶ ରାଜଗଡରେ ମଧ୍ୟ ବିସର୍ଜନ ପାଇଁ ଜଣେ ୧୮ ବର୍ଷର ବାଳକ ଗାଁ ଥିବା କୂଅରେ ମୂର୍ତ୍ତି ବିସର୍ଜନ ସମୟରେ ପାଦ ଖସି ଯିବାରୁ କୂଅରେ ପଡି ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ସାଥୀମାନେ ଏହି ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ। ତା’ପରେ ପୋଲିସ ଏବଂ ଗ୍ରାମବାସୀଙ୍କ ସହାୟତାରେ ଯୁବକକୁ କୂଅରୁ ବାହାର କରି ସାରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିଲା । ଯୁବକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ।

ଏହି ଘଟଣା ସମ୍ୱନ୍ଧରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଥିଲେ କି ବର୍ଷା ବେଳେ ନଦୀର ଜଳସ୍ତର ବଢ଼ିଥିଲା । ଚଳିତ ବର୍ଷ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟ ପାଣିରେ ବୁଡଇଥିବାବେଳେ ସାମାନ୍ୟ ଖାଲ ସ୍ଥାନ ଏବେ ମରଣଯନ୍ତା ପାଲଟୁଛି । ଫଳରେ ପାଣିରେ ବୁଡି ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।

 

 

Leave A Reply

Your email address will not be published.