ଦେଶ ବିଦେଶ

ଗଣେଶ ମୂର୍ତ୍ତି ବସର୍ଜନରେ ଅଘଟଣ: ଉତ୍ତର ପ୍ରଦେଶ ଓ ହରିୟାଣାରେ ୧୧ ମୃତ

ନୂଆଦିଲ୍ଲୀ : ଚଳିତ ବର୍ଷ ଦେଶରେ ଧୂମ୍‌ଧାମରେ ଭଗବାନ ଗଣେଶ ପୂଜା ଅନୁଷ୍ଠିତ ହୋଇଛି । ମୁମ୍ବାଇ, ହାଇଦ୍ରାବାଦ ସମେତ ଦେଶର ଅନ୍ୟ ସହରରେ ମଧ୍ୟ ଶୁକ୍ରବାର ଗଣେଶଙ୍କ ମୂର୍ତ୍ତି ବିସର୍ଜନ ହୋଇଛି । କିଛି ସ୍ଥାନରେ ଅଘଟଣ ମଧ୍ୟ ଘଟିଥିବା ଜଣାଯାଇଛି । ହରିୟାଣାରେ ଶୁକ୍ରବାର ମୂର୍ତ୍ତି ବିସର୍ଜନ ସମୟରେ ୭ ଜଣଙ୍କର ମୃତ୍ୟୁ ଘଟିଛି।

ସେହିପରି ମହେନ୍ଦ୍ରଗଡର କାନିନା-ରେୱାରୀ ରାସ୍ତାରେ ଜଗଦୋଲି ଗାଁ ନିକଟରେ ଥିବା ଗଣେଶ ମୂର୍ତ୍ତିକୁ ବୁଡ଼ାଇବାକୁ ଯାଇ ପ୍ରାୟ ନଅ ଜଣ ବ୍ୟକ୍ତି ଜଳ ପ୍ରବାହ ଯୋଗୁ ଭାସି ଯାଇଥିଲେ । ବିଳମ୍ବିତ ରାତିରେ କେନାଲରୁ ଆଠ ଜଣଙ୍କୁ ଟାଣି ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ମହେନ୍ଦ୍ରଗଡର ଜଗଦୋଲି ଗ୍ରାମ ନିକଟରେ ଗଣେଶ ମୂର୍ତ୍ତିକୁ ବୁଡ଼ାଇବା ପାଇଁ ପ୍ରାୟ ୨୦-୨୨ ଲୋକ କେନାଲକୁ ଯାଇଥିଲେ। ଏହି ସମୟରେ ସେମାନଙ୍କ ମଧ୍ୟରୁ ଅନେକ କେନାଲରେ ବୁଡ଼ି ଯାଇଥିଲେ। ଏପର୍ଯ୍ୟନ୍ତ ୪ ଜଣ ବାଳକ ପ୍ରାଣ ହରାଇଛନ୍ତି ଏବଂ ୪ ଜଣ ସୁରକ୍ଷିତ ଭାବରେ ଉଦ୍ଧାର ହୋଇଛନ୍ତି। ମହେନ୍ଦ୍ରଗର ଡିସି ଜେ.କେ ଅଭିର କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏପରି ଘଟଣାକୁ ନେଇ ନେଇ ଦୁଃଖ ପ୍ରକାଶ କରି ହରିୟାଣା ମୁଖ୍ୟମନ୍ତ୍ରୀ ଏମ.ଏଲ୍ ଖଟ୍ଟର କହିଛନ୍ତି ଯେ ମହେନ୍ଦ୍ରଗଡ ଏବଂ ସୋନୀପତ ଜିଲ୍ଲାରେ ଗଣପତିଙ୍କ ବିସର୍ଜନ ସମୟରେ କେନାଲରେ ବୁଡ଼ିଯିବା କାରଣରୁ ଅନେକଙ୍କ ଅକାଳ ମୃତ୍ୟୁ ଖବର ହୃଦୟ ବିଦାରକ।

ଉତ୍ତରପ୍ରଦେଶରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଏଠାରେ ଦୁଇଜଣ ପିଲା ବୁଡ଼ିଯିବା କାରଣରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ। ଏହି ପିଲାମାନେ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଗଙ୍ଗା ନଦୀରେ ବୁଡ଼ାଇବାକୁ ଯାଇଥିଲେ। ସ୍ଥାନୀୟ ଅଧିକାରୀ କହିଛନ୍ତି ଯେ ବୁଡ଼ିଯିବା କାରଣରୁ ଦୁଇ ଶିଶୁଙ୍କର ମୃତ୍ୟୁ ହୋଇଥିବାବେଳେ ଉନ୍ନାଓରେ ଚିକିତ୍ସା ସମୟରେ ଜଣଙ୍କର ମୃତ୍ୟୁ ଘଟିଛି।

ଉଲ୍ଲେଖନୀୟ କଥା ହେଉଛି, ୧୦ ଦିନିଆ ଗଣେଶ ଚତୁର୍ଥୀ ପର୍ବ ଶୁକ୍ରବାର ଦିନ ଶେଷ ହୋଇଛି। ଗଣେଶ ଚତୁର୍ଥୀକୁ ଦେଶର ଅନେକ ରାଜ୍ୟରେ ଉତ୍ସାହର ସହିତ ପାଳନ କରିଥିଲେ। କାରଣ COVID-19 ଯୋଗୁ ଦୁଇ ବର୍ଷ ପ୍ରତିବନ୍ଧକ ହେତୁ ଚଳିତ ବର୍ଷ ଖୁବ ଧୁମଧାମରେ ପାଳନ ହୋଇଥିଲା।

Barsha

Recent Posts

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

4 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

14 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

23 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

39 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

48 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

56 mins ago