ଭୋପାଳ : ପାଣି ଏବଂ କେମିକାଲରେ ନୋଟ ଛାପିବା ଟ୍ରିକ୍ ଦେଖାଇ ଲୁଟିନେଲେ ୫ ଲକ୍ଷରୁ ଅଧିକ ଟଙ୍କା, କ୍ରାଇମବ୍ରାଞ୍ଚ କଲା ଗିରଫ

ମଧ୍ୟପ୍ରଦେଶରେ ନକଲି ନୋଟ ଛାପୁଥିବା ଗ୍ୟାଙ୍ଗକୁ ଧରିଛି ପୋଲିସ । ଭୋପାଳ ପୋଲିସ କ୍ରାଇମବ୍ରାଞ୍ଚ ଟିମ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରିଛି । ଏମାନେ କେବଳ ନକଲି ନୋଟ ଛାପୁନଥିଲେ ବରଂ ନକଲି ନୋଟ୍ ବନାଇବା କୌଶଳ ଶିଖାଇଦେବା କହି ଜଣେ ବ୍ୟକ୍ତି ଠାରୁ ୫ଲକ୍ଷ ୬୦ ହଜାର ଠକି ନେଇଛନ୍ତି ।
ଖବର ମୁତାବକ, ଭୋପାଳ କ୍ରାଇମବ୍ରାଞ୍ଚ ଅଫିସରେ ରାଜକୁମାର ମେହରା ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ । ସେ କହିଥିଲେ ୧୫ ଦିନ ପୂର୍ବରୁ ଜଣେ ପରିଚିତ ଉସ୍ମାନ କହିଥିଲେ କି, କିଛି ଲୋକ ନକଲି ନୋଟ ଛାପୁଛନ୍ତି, ଯାହା ଦେଖିବାକୁ ବିଲକୁଲ ଅସଲି ଭଳି ଦେଖାଯାଉଛି । କାଚ ପେ୍ଲଟ ଏବଂ କେମିକାଲ ସହାତାରେ ନୋଟ ତିଆରି କରାଯାଉଛି । କେମିକାଲ କଲର ସିଆହୀ ୭ ଲକ୍ଷ ଟଙ୍କା ପଡୁଛି । ଏଥିରେ ୨୦ ଲକ୍ଷ ଟଙ୍କାର ନୋଟ ପ୍ରସ୍ତୁତ ହୋଇପାରିବ ।
ଉସ୍ମାନର କଥାରେ ପଡି ରାଜକୁମାର ଗୋଟିଏ ଫ୍ଲାଟକୁ ଯାଇଥିଲେ । ଏହାପରେ ୩ ଜଣ ଲୋକ ସେଠାକୁ ଆସିଥିଲେ । ସେମାନେ ବ୍ୟାଗରୁ ସିଆହୀ, ଧଳା କାଗଜ ସମେତ ଅନେକ ଜିନିଷ ବାହାର କରିଥିଲେ । ଏହାପରେ ନୋଟ ତିଆରି କରିଥିଲେ । ଉସ୍ମାନ ରାଜକୁମାରକୁ ନୋଟକୁ ଦେଇ କୌଣସି ଦୋକାନରେ ଦେବାକୁ କହିଥିଲେ । ରାଜକୁମାର ଏହି ପଇସା ଦେଇ ୩୦୦ ଟଙ୍କାର ପେଟ୍ରୋଲ ଭରିଥିବା ବେଳେ ୬୦୦ ଟଙ୍କାର ଫଳ ମଧ୍ୟ କିଣିଥିଲେ । ଏହାପରେ ଫ୍ଲାଟକୁ ଫେରିବା ପରେ ରାଜକୁମାରଙ୍କୁ ୩ ଜଣ ବ୍ୟକ୍ତି ୨ଲକ୍ଷ ୬୦ ହଜାର ଟଙ୍କା ମାଗିଥିଲେ । ସେମାନେ କାଗଜ ଆଣିବା ପାଇଁ ପଇସା ନେଇଥିଲେ ।
ଦୁଇଦିନ ପରେ ରାଜକୁମାର ସେହି ଫ୍ଲାଟକୁ ଯିବା ପରେ ସେମାନେ କହିଥିଲେ କି, ହାତର ସିଆହୀ ପଡିଗଲା । ତେଣୁ ନୋଟ୍ ତିଆରି ହୋଇପାରିନାହିଁ । ପୁଣି ୭ ଲକ୍ଷ ଟଙ୍କା ବ୍ୟବସ୍ଥା କରିବା ପାଇଁ କହିଥିଲେ । ରାଜକୁମାର ଲୋଭରେ ୪ ଲକ୍ଷ ଟଙ୍କା ଯୋଗାଡ କରି ସମାନଙ୍କୁ ଦେଇଥିଲେ । ଆଉ ୩ ଲକ୍ଷ ପଛରେ ଦେବେ ବୋଲି କହିଥିଲେ । ଏମାନେ ୪ ଦିନ ପରେ ସିଆହୀ ଆସିବ ବୋଲି କହିଥିଲେ । କିନ୍ତୁ ପଇସା ଦେବାର ୧୦ ଦିନ ପରେ ମଧ୍ୟ ସେମାନଙ୍କ ଖୋଜ ଖବର ନଥିଲା ।
ଏହାପରେ ରାଜକୁମାର ନିଜର ଅଭିଯୋଗ କ୍ରାଇମବ୍ରାଞ୍ଚ ନିକଟରେ କରିଥିଲେ । ତେବେ କ୍ରାଇମବ୍ରାଞ୍ଚ ଟିମ ଛାନଭିନ କରି ଅଭିଯୁକ୍ତକୁ ଗିରଫ କରିଥିଲା । ସେମାନେ ନିଜର ଦୋଷକୁ ସ୍ୱୀକାର କରିଥିଲେ । ସେମାନେ କିଭଳି ନକଲି ନୋଟ ପ୍ରସ୍ତୁତି କରି ଲୋକଙ୍କୁ ଠକୁଥିଲେ । କ୍ରାଇମବ୍ରାଞ୍ଚ ଟିମ ସମସ୍ତ ଅଭିଯୁକ୍ତ ପାଖରୁ ନକଲି ନୋଟ ତିଆରି କରୁଥିବା ସାମଗ୍ରୀ ଜବତ କରି ତଦନ୍ତ ଜାରି ରଖିଛି ।