ଝାଡ଼ଖଣ୍ଡରେ ଗଣଆତ୍ମହତ୍ୟା: ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଉଦ୍ଧାର

ଝାଡ଼ଖଣ୍ଡ: ଘର ଭିତରୁ ମିଳିଲା ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ। ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ପୁରୁଷ, ଦୁଇ ଜଣ ମହିଳା ଏବଂ ଦୁଇ ଜଣ ପିଲା। ମୃତକମାନେ ମାରଓ୍ଵାଡି ସମ୍ପ୍ରଦାୟର। ୫ ଜଣ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଅନ୍ୟ ଜଣେ ଘର ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଘର ଭିତରୁ ସୁଇସାଇଡ୍ ନୋଟ୍ ଜବତ ହୋଇଛି।
ସେଥିରେ ଉଲ୍ଲେଖ ରହିଛି, ଯେ ଏହି ପରିବାର ଋଣଗ୍ରସ୍ତ ଥିଲେ। ଏଥିପାଇଁ ସେମାନେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ସୁଇସାଇଡ୍ ନୋଟରେ ଉଲ୍ଲେଖ ରହିଛି ଯେ, ଷଷ୍ଠ ବ୍ୟକ୍ତି ଜଣଙ୍କ ଫାଶୀ ଲଗାଇ ନପାରିବାରୁ ତାଙ୍କୁ ହତ୍ୟା କରାଯାଇଛି। ମୃତକମାନେ ହେଲେ ୭୦ ବର୍ଷୀୟ ମହାବୀର ମାହେଶ୍ୱରୀ, ତାଙ୍କ ସ୍ତ୍ରୀ କିରଣ ମାହେଶ୍ୱରୀ, ତାଙ୍କ ପୁଅ ନରେଶ ଅଗ୍ରଓ୍ଵାଲ, ବୋହୂ ପ୍ରୀତି ଅଗ୍ରଓ୍ଵାଲ୍ ଏବଂ ଦୁଇ ନାତି ନାତୁଣୀ ।
ହି ପରିବାର ଗୋଟିଏ ଡ୍ରାଏ ଫ୍ରୁଟ୍ ଦୋକାନ ଅଛି ଓ ସେମାନେ ଅନେକ ଋଣ କରିଥିବା କୁହାଯାଉଛି। ଅନୁମାନ କରାଯାଉଛି, ବ୍ୟବସାୟରେ ବାରମ୍ବାର କ୍ଷତି ଓ ଋଣ ଟଙ୍କା ପରିଶୋଧ କରି ନପାରି ଶେଷରେ ପୂରା ପରିବାର ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି। ନିକଟରେ ଦିଲ୍ଲୀ ବୁରାଡ଼ିରେ ମଧ୍ୟ ଗୋଟିଏ ଘରୁ ୧୧ ଜଣଙ୍କର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା।