କରୋନା ରୋଗୀଙ୍କ ମୃତଦେହରୁ କପଡ଼ା ଚୋରାଉଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ, ୭ ଗିରଫ, ନୂଆ ଟ୍ୟାଗ ଲଗାଇ ହିଁ କରୁଥିଲେ ରିସେଲିଂ

କରୋନା ମହାମାରୀ କାରଣରୁ ଗୋଟିଏ ପଟେ ଯେଉଁଠି ଲୋକେ ମରୁଛନ୍ତି, ସେଠି କିଛି ଲୋକ କଳାବଜାର କରି ପଇସା ରୋଜଗାର କରୁଛନ୍ତି। ଏ ପର୍ଯ୍ୟନ୍ତ ଆପଣ ଭ୍ୟାକ୍ସିନ ଓ ଅକ୍ସିଜେନ ସିଲିଣ୍ଡରର କଳାବଜାର ମାମଲା ବିଷୟରେ ଶୁଣିଥିବେ। କିନ୍ତୁ ୟୁପିର ବାଗପତରୁ ଆଶ୍ଚର୍ଯ୍ୟ କଲା ଭଳି ଏକ ମାମଲା ଏବେ ସାମ୍ନାକୁ ଆସିଛି।

ଏଠାରେ ଏକ ଗ୍ୟାଙ୍ଗକୁ ପୋଲିସ ଧରିଛି, ଯେଉଁମାନେ ଶ୍ମଶାନ ଘାଟ ଏବଂ କବରସ୍ଥାନ ଯାଇ ମୃତଦେହରୁ କପଡ଼ା ଓ ଅନ୍ୟାନ୍ୟ ଜିନିଷ ଚୋରାଉଥିଲେ। ଏହାପରେ ସେଗୁଡ଼ିକୁ ବଜାରରେ ବିକି ଦେଉଥିଲେ। ପୋଲିସ ଏହି ଘଟଣାରେ ୭ଜଣଙ୍କୁ ଗିରଫ କରିଛି।

ସେମାନଙ୍କଠାରୁ ଚୋରି କପଡ଼ା ଏବଂ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି। ପୋଲିସ ଉକ୍ତ ଗ୍ୟାଙ୍ଗ ନିକଟରୁ ୫୨୦ ଧଳା ଚାଦର, ୧୨୭ କୁର୍ତ୍ତା, ୧୪୦ ଧଳା କମିଜ, ୩୪ ଧୋତି, ୧୨ ଶାଲ, ୫୨ ମହିଳାଙ୍କ ଧୋତି, ୩ ରିବନ ପ୍ୟାକେଟ ଏବଂ ୧୧୨ ଗୁଆଲିୟର କମ୍ପାନୀର ଷ୍ଟିକର ଜବତ କରିଛି।

ପୋଲିସ କହିଛି କି, ଏହି ଗ୍ୟାଙ୍ଗ ମୃତଦେହରୁ ଲୁଗାପଟା ସବୁ ବାହାର କରି ନେଇଆସୁଥିଲେ। ପୁଣି ସେଗୁଡ଼ିକୁ ଧୋଇ, ପ୍ରେସ କରୁଥିଲେ। ଏହାପରେ ଗୁଆଲିୟର କମ୍ପାନୀର ଷ୍ଟିକର ମାରି ବଜାରରେ ବିକ୍ରି କରୁଥିଲେ। ସେହିପରି ଏହାକୁ କିଣୁଥିବା ବେପାରୀ ଏହା ଉପରେ ବଡ଼ ବଡ଼ କମ୍ପାନୀର ଷ୍ଟିକର ମାରି ଦେଉଥିଲେ। ଏବେ ପୋଲିସ ଏମିତି ବେପାରୀଙ୍କୁ ବି ଗିରଫ କରି ନେଇଛି।

Leave A Reply

Your email address will not be published.