ପୋଲିସ୍ କବଜ୍ଜାରେ ମାଷ୍ଟରମାଇଣ୍ଡ ବିକାଶ ଦୁବେ: ହଁ ମୁଁ ବିକାଶ ଦୁବେ, ଗିରଫ ହେଲା ପରେ କ୍ୟାମେରାକୁ ଦେଖି ଏମିତି କହିଲା ଗ୍ୟାଙ୍ଗଷ୍ଟର

ମଧ୍ଯପ୍ରଦେଶ: ପୋଲିସ୍ କବଜ୍ଜାରେ ମାଷ୍ଟରମାଇଣ୍ଡ ବିକାଶ ଦୁବେ । ଶେଷରେ ଗିରଫ ହେଲା ମୋଷ୍ଟ ଓ୍ୱାନଟେଡ୍ ବିକାଶ ଦୁବେ । ମଧ୍ୟପ୍ରଦେଶ ଉଜୈନରୁ ବିକାଶକୁ ଗିରଫ କରିଛି ୟୁପି ପୋଲିସ । ଶୁକ୍ରବାର କାନପୁର ବିକ୍ରୁ ଗାଁରେ ଆମ୍ବୁସ ଲଗାଇ ୮ ଜଣ ପୋଲସ କର୍ମଚାରୀଙ୍କୁ ହତ୍ୟା କରିଥିଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ । ତେବେ ଘଟଣାର ଛଅ ଦିନ ପରେ ବିକାଶକୁ ଗିରଫ କରାଯାଇଛି । ସୂଚନା ଥାଉକି, ବିକାଶ ନାଁରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା ।

bikashତେବେ ଅନ୍ଯପଟେ ବିକାଶ ଦୁବେର ଆଉ ଦୁଇ ଜଣ ସାଥୀ ଏନକାଉଣ୍ଟରରେ ମୃତ୍ଯୁବରଣ କରିଛନ୍ତି । ବିକାଶ ଦୁବେର ନିକଟ ସାଥୀ ରଣବୀର ଶୁକ୍ଲା ଓ ପ୍ରଭାତ ମିଶ୍ରକୁ ଏନକାଉଣ୍ଟର କରିଛି କାନପୁର ପୋଲିସ । ପ୍ରଭାତକୁ ଫରିଦାବାଦର ଏକ ହୋଟେଲରୁ ଗିରଫ କରିଥିଲା ପୋଲିସ । ପୋଲିସ ହେପାଜତରୁ ଫେରାର ହେବାକୁ ପ୍ରଭାତ ଚେଷ୍ଟା କରୁଥିବା ବେଳେ ପୋଲିସ ଏନକାଉଣ୍ଟର କରିଥିଲା। ଇଟାୱାର ମହେବା ପାଖ ହାଇୱେରୁ ଏକ ସ୍ୱିଫ୍ଟ ଡିଜାୟାର ଲୁଟ କରି ଫେରାର ହେବାକୁ ପ୍ରୟାସ କରୁଥିବା ବେଳେ ପୋଲିସ ଗୁଳିର ଶିକାର ହୋଇଥିଲା ରଣବୀର ଶୁକ୍ଲା । ଏହି ଘଟଣାରେ ପୋଲିସ ଡିଜି ୫୦ଟି ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.